କଙ୍ଗନାଙ୍କ ଜୀବନରେ ହୋଇସାରିଛି ଖାସ୍ ବ୍ୟକ୍ତିଙ୍କର ଏଣ୍ଟ୍ରି, ଇନଷ୍ଟାରେ ସେୟାର କଲେ ଏମିତି ପୋଷ୍ଟ

Published By : Prameya-News7 Bureau | November 29, 2021 IST

ନୂଆଦିଲ୍ଲୀ ୨୯/୧୧: ଅଭିନେତ୍ରୀ କଙ୍ଗନା ରାଣାୱତ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅନେକ ସମୟରେ ନିଜର ଭାବନା ସେୟାର କରନ୍ତି। ଯାହା ପ୍ରାୟତଃ ସାମାଜିକ ପ୍ରସଙ୍ଗ ଦ୍ୱାରା ଅନୁପ୍ରାଣିତ ହୋଇଥାଏ। କିନ୍ତୁ ଏଥର ସେ ଦୁଇଟି ରୋମାଣ୍ଟିକ୍ ନୋଟ୍ ସେୟାର କରିଛନ୍ତି ।

{"width":537,"height":959}

ପ୍ରଥମ ଫଟୋରେ ଦୁଇ ଜଣଙ୍କୁ ଆଲିଙ୍ଗନ କରୁଥିବା ଦେଖାଯାଇଛି, ଯେଉଁଥିରେ କ୍ୟାପସନରେ କଙ୍ଗନା ଲେଖିଛନ୍ତି, 'ତେରେ ଲିୟେ ହମ ହେ ଜିଏ ... କିତନେ ସିତମ୍ ହମ୍ ପେ ସନମ୍ ...' ଦ୍ୱିତୀୟ ପୋଷ୍ଟରେ କଙ୍ଗନା ତାଙ୍କ ପିଲାଦିନର ଫଟେୋ ପୋଷ୍ଟ କରି ଲେଖିଛନ୍ତି 'ମୁଁ ଜଣେ ସରଳ ଝିଅ, ମୋ ବିଷୟରେ ବିଶେଷ କିଛି ନାହିଁ, ଏହା ବ୍ୟତୀତ ମୁଁ ପ୍ରେମର ସୌନ୍ଦର୍ଯ୍ୟରେ ବିଶ୍ୱାସ କରେ ଏବଂ ଏହା ମୋତେ ଏହି ସୁନ୍ଦର ଦୁନିଆରୁ ମିଳିଛି।’

କଙ୍ଗନାଙ୍କର ଏହି ପୋଷ୍ଟକୁ ଦେଖି ସ୍ପଷ୍ଟ ହେଉଛି ଯେ ସେ ପୁଣି ଥରେ ପ୍ରେମ ଉପରେ ବିଶ୍ୱାସ କରିଛନ୍ତି। କେବଳ ଏତିକି ନୁହେଁ, ଜଣେ ବିଶେଷ ବ୍ୟକ୍ତି ମଧ୍ୟ ତାଙ୍କ ଜୀବନରେ ଏଣ୍ଟ୍ରି କରିଛନ୍ତି। କିନ୍ତୁ ଏହି ବିଶେଷ ବ୍ୟକ୍ତି କିଏ, ବର୍ତ୍ତମାନ ସୁଦ୍ଧା ଏହା ଜଣା ପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.