କଙ୍ଗନା ରଣାୱତଙ୍କୁ ମିଳିଲା ଆସ୍ୱସ୍ତି: ରିନ୍ୟୁ ହେଲା ପାସପୋର୍ଟ, ଶୀଘ୍ର ଆରମ୍ଭ କରିବେ ଫିଲ୍ମ ‘ଧାକଡ’ର ସୁଟିଂ

Published By : Prameya-News7 Bureau | June 30, 2021 IST

ନୂଆଦିଲ୍ଲୀ ୩୦/୦୬: ବଲିଉଡ୍ କ୍ୱିନ୍ କଙ୍ଗନା ରଣାୱତଙ୍କ ପାସପୋର୍ଟ ରିନ୍ୟୁ ହୋଇଯାଇଛି ଏବଂ ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ପାସପୋର୍ଟ ରିନ୍ୟୁ ବିଷୟରେ ସୂଚନା ଦେବା ସହିତ କଙ୍ଗନା ମଧ୍ୟ ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

{"width":683,"height":456}
Kangana ranaut

କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ପୋଷ୍ଟ କରି ପାସପୋର୍ଟର ରିନ୍ୟୁ ହେତୁ ଖୁସି ଥିବା ଦର୍ଶାଇଛନ୍ତି। ଫିଲ୍ମ ଧାକଡର ନିର୍ଦ୍ଦେଶକଙ୍କ ସହ ନିଜର ଏକ ଫଟୋ ସେୟାର କରି କଙ୍ଗନା ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ଏହି ପୋଷ୍ଟକୁ ସେୟାର କରି କଙ୍ଗନା କ୍ୟାପସନରେ ଲେଖିଛନ୍ତି, "ମୋତେ ମୋର ପାସପୋର୍ଟ ମିଳିଯାଇଛି। ଆପଣ ସମସ୍ତଙ୍କ ଚିନ୍ତା ଏବଂ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ମୁଁ ଶୀଘ୍ର ଆପଣଙ୍କ ସହିତ ରହିବି। #ଧାକଡ"

କଙ୍ଗନାଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ଧାକାଡ’ ର ସୁଟିଂ ପାଇଁ ହଙ୍ଗେରୀ ଯିବାକୁ ପଡିବ, ଯେଉଁଠାରେ ଏହି ଫିଲ୍ମର କିଛି ଅଂଶ ସୁଟିଂ ହେବ । ଏଥିପାଇଁ ସେ ପାସପୋର୍ଟ ରିନ୍ୟୁ ପାଇଁ ପାସପୋର୍ଟ କାର୍ଯ୍ୟାଳୟରେ ପହଞ୍ଚିଥିଲେ, କିନ୍ତୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିଥିବାରୁ ତାଙ୍କ ପାସପୋର୍ଟ ରିନ୍ୟୁ କରିବାକୁ ମନା କରାଯାଇଥିଲା।

କଙ୍ଗନା ସେଠାରେ ଅଟକି ନଥିଲେ, ଏହା ପରେ ସେ ବମ୍ବେ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ ଏବଂ ପରେ କୋର୍ଟ ପାସପୋର୍ଟ ଅଥରିଟି ସପକ୍ଷରେ ନିଷ୍ପତ୍ତି ନେଇ କହିଥିଲେ ଯେ କଙ୍ଗନାଙ୍କ ପାସପୋର୍ଟ ରିନ୍ୟୁ କରିବା ପାସପୋର୍ଟ ପ୍ରାଧିକରଣର ଦାୟିତ୍ୱ ଅଟେ। ଶେଷରେ, ଏତେ ଦିନ ପରେ କଙ୍ଗନାଙ୍କ ପାସପୋର୍ଟ ରିନ୍ୟୁ ହୋଇଛି । ପାସପୋର୍ଟ ରିନ୍ୟୁ ହୋଇଥିବାରୁ କଙ୍ଗନା ବହୁତ ଖୁସି ଅଛନ୍ତି ଏବଂ ବର୍ତ୍ତମାନ ସେ ଖୁବ୍ ଶୀଘ୍ର ଧାକଡର ସୁଟିଂ ପାଇଁ ହଙ୍ଗେରୀ ଯିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.