Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ମହିଳାଙ୍କ ପାଇଁ କଙ୍ଗନା ସେୟାର କଲେ ଭିଡିଓ: କହିଲେ ‘ଭୟ କରନି, କିଏ କିଛି କହିଲେ ମାରି ମାରି ଚମଡା ବାହାର କରିଦିଅ’

15/10/2020 at 3:39 PM

ମୁମ୍ବାଇ ୧୫/୧୦ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ ଗତ କିଛି ଦିନ ହେଲା ସବୁବେଳେ ଚର୍ଚ୍ଚାରେ। ନିଜର ବୟାନକୁ ନେଇ ସେ ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହୁଛନ୍ତି। ନିଜର ଜବାବ ପାଇଁ ସେ ଲୋକଙ୍କ ହୃଦୟ ଜିତିଛନ୍ତି। କଙ୍ଗନା ସବୁ ପ୍ରସଙ୍ଗରେ ନିଜ ମତାମତ ରଖନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍ସ ମାମଲା ସାମ୍ନାକୁ ଆସିବା ପରେ କଙ୍ଗନା ବଲିଉଡକୁ ଟାର୍ଗେଟ କରିଥିଲେ। ବିଏମସି ସହ ବିବାଦ ହେଉ, ହାଥରସ ବା ବଳରାମପୁର ଦୁଷ୍କର୍ମ ମାମଲା ହେଉ କଙ୍ଗନା ସୋସିଆଲ ମିଡ଼ିଆରେ ନିଜର ମତାମତ ରଖିଥାନ୍ତି। ନିଜଟାରେ ସେ ଦେଶର ମହିଳା ଓ ଯୁବତୀଙ୍କ ପାଇଁ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ମାଧ୍ୟମରେ ସେ ଦର୍ଶାଇବାକୁ ଚାହୁଁଛନ୍ତି ଯେ ଜଣେ ଏକାକୀ ମହିଳା ଚାହିଁଲେ, ସାହସ ଜୁଟାଇଲେ ଜଣେ ପୁରୁଷକୁ ମଧ୍ୟ ମୁକାବିଲା କରିପାରିବ।

କଙ୍ଗନା ସେୟାର କରିଥିବା ଭିଡିଓରେ ଜଣେ ଯୁବତୀ ଜଣେ ଯୁବକଙ୍କୁ ବାଡ଼ଉଚନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି, ‘ମୁଁ ଜାଣିନି କଣ ହେଇଛି, କିନ୍ତୁ ପ୍ରତିଦିନ ଦୁଷ୍କର୍ମ, ହତ୍ୟା, ଯୁବତୀଙ୍କୁ ନିର୍ଯ୍ୟାତନା, ଶୋଷଣ ଭଳି ଖବର ସାମ୍ନାକୁ ଆସୁଛି। ଏସବୁ ଦେଖି ଦେଖି ବହୁତ ଦୁଃଖ ଲାଗୁଛି। ମୁଁ ଚାହୁଁଚି ସବୁ ଯୁବତୀ ଏହି ଭିଡିଓ ଦେଖନ୍ତୁ, ଭୟ କରନି, ଭିଡିଓ ଦେଖି କିଛି ଶିଖ, ଯଦି କିଏ ଡରାଏ ତାହେଲେ ମାରି ମାରି ଚମଡା ବାହାର କରିଦିଅ।’

କଙ୍ଗନାଙ୍କ ଏହି ପୋଷ୍ଟକୁ ଲୋକେ ବହୁତ ପସନ୍ଦ କରୁଛନ୍ତି। ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କିଛି ଲୋକ କହିଛନ୍ତି ସେମାନେ ନିଜ ଝିଅଙ୍କୁ ଏହିଭଳି ସାହସୀ କରି ଗଢି ତୋଳିବେ। କଙ୍ଗନା ଆଉ ଜଣେ ୟୁଜରଙ୍କ ଭିଡିଓକୁ ରିଟ୍ୱିଟ କରିଛନ୍ତି। ଏହି ଭିଡିଓରେ ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସାଧାରଣ ଲୋକଙ୍କ ପରିସ୍ଥିତି ଦର୍ଶାଇଛନ୍ତି।

   Related Posts