ପୃଥ୍ବୀ କାହା ପୁଅ? ମିଡିଆକୁ କାହିଁକି ଡରିଲେ ରଙ୍ଗୋଲି , କ’ଣ କହିଲେ କଙ୍ଗନା…

Published By : Prameya-News7 Bureau | January 24, 2020 IST

ମୁମ୍ବାଇ ୨୪/୧: କଙ୍ଗନା ରଣଓ୍ବତ ମୁମ୍ବାଇରେ ଏକ ପ୍ରେସ୍ କନଫରେନ୍ସରେ ନଜର ଆସିଥିଲେ। ଏହି କନଫରେନ୍ସରେ ସେ ତାଙ୍କର ଅପକମିଙ୍ଗ୍ ଫିଲ୍ମ ପଙ୍ଗା ବ୍ୟତୀତ ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ। କଙ୍ଗନା ନିଜ ବିଷୟରେ ଲୋକଙ୍କ ଚିନ୍ତାଧାରାକୁ ନେଇ ଅନେକ କଥା କହିଥିଲେ।

{"id":215250,"sizeSlug":"large"}

ସେ କହିଥିଲେ -‘ଥରେ ଏୟାରପୋର୍ଟ କର୍ମଚାରୀଙ୍କୁ ମିଡିଆ ଲୋକେ ଷ୍ଟାରଙ୍କ ବିଷୟରେ କିଛି ପ୍ରଶ୍ନ ପଚାରୁଥିଲେ। ସେମାନେ ଯେତେବେଳେ କଙ୍ଗନାଙ୍କ ବିଷୟରେ ପଚାରିଥିଲେ,କଙ୍ଗନା କିପରି,ସେ ସାୟକୋ କି? ଲୋକେ ଏପରି ଶବ୍ଦ କାହା ବିଷୟରେ କିପରି ବ୍ୟବହାର କରି ପାରିବେ?

{"id":215251,"sizeSlug":"large"}

କଙ୍ଗନା ଆହୁରି ମଧ୍ୟ କହିଥିଲେ ଯେ , ତାଙ୍କ ଭଉଣୀ ରଙ୍ଗୋଲି ଯେବେ ମାଆ ହୋଇଥିଲେ ସେଦିନ ତାଙ୍କ ପୁଅଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା କଥା କହିଥିଲେ। କଙ୍ଗନା କହିଥିଲେ ଯେ ଏବେ ତାଙ୍କ ପୁଅର ଡେଲିଭରି ହୋଇଛି,ଏବେ ଏସବୁ କରିବାର କ’ଣ ଆବଶ୍ୟକତା ରହିଛି? ଏହାର ଉତ୍ତରରେ ରଙ୍ଗୋଲି କହିଥିଲେ ଯେ ଯଦି ସେ ଏବେ ପୁଅର ଫଟୋ ପୋଷ୍ଟ ନକରିବେ ତେବେ ପରେ ଲୋକେ କହିବେ ସେ କଙ୍ଗନାଙ୍କ ପୁଅ ଏବଂ ସେ ତାଙ୍କ ପୁଅକୁ ରଙ୍ଗୋଲିଙ୍କୁ ଦେଇ ଦେଇଛନ୍ତି। ତାଙ୍କ କେଶ ମଧ୍ୟ କୁଞ୍ଚକୁଞ୍ଚିଆ ଏବଂ ସେ ମଧ୍ୟ ଗୋରା। ସେ ତାଙ୍କ ପୁଅ ଭଳି ଜମା ଲାଗୁ ନାହାନ୍ତି ଏବଂ ଏବେ ତାଙ୍କୁ ଫଟୋ କରିବାକୁ ପଡ଼ିବ।

{"id":215252,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.