Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ସାରା ଦେଶ ହୁଲସ୍ତୁଲ : ଶିବସେନା ନେତା ସଞ୍ଜୟ ରାଉତ ଦେଇଛନ୍ତି କଙ୍ଗନାଙ୍କୁ ଧମକ,ଫେରିପାରିବନି ମୁମ୍ବାଇ,ଅଭିଯୋଗ ଆଣିଲେ ମଣିକର୍ଣ୍ଣିକା ନାୟିକା

3/09/2020 at 3:04 PM

ମୁମ୍ବାଇ ୩/୯: କଙ୍ଗନା ରଣଓ୍ବତ ବଲିଉଡରେ ନେପୋଟିଜମ୍ ଏବଂ ଇଣ୍ଡଷ୍ଟ୍ରିର ଡ୍ରଗ୍ ଲିଙ୍କ୍ ଉପରେ ଲଗାତାର କହୁଛନ୍ତି। କିଛି ଦିନ ତଳେ ସେ ସୁରକ୍ଷା ମିଳିବା ନାଁରେ କହିଥିଲେ ଯେ ତାଙ୍କୁ ମୁମ୍ବାଇ ପୋଲିସ ପାଖରେ ଅଧିକ ବିପଦ ରହିଛି। ଏବେ କଙ୍ଗନାଙ୍କ ଅଭିଯୋଗ ହେଉଛି ଶିବ ସେନା ଲିଡର ସଞ୍ଜୟ ରାଉତ ତାଙ୍କୁ ମୁମ୍ବାଇ ନ ଫେରିବାକୁ ଧମକ ଦେଇଛନ୍ତି। କଙ୍ଗନା ଏବେ ନିଜ ହୋମଟାଉନରେ ଅଛନ୍ତି।

କଙ୍ଗନା ଟ୍ବିଟ୍ କରିଛନ୍ତି ଯେ ,ଶିବ ସେନା ନେତା ସଞ୍ଜୟ ରାଉତ ତାଙ୍କୁ ଖୋଲା ଧମକ ଦେଇଛନ୍ତି ଏବଂ ତାଙ୍କୁ ମୁମ୍ବାଇ ନ ଫେରିବାକୁ କହିଛନ୍ତି। ମୁମ୍ବାଇ ଗଳିରେ ସ୍ବାଧୀନତା ଗ୍ରାଫିଟି ଏବଂ ଏବେ ଖୋଲା ଧମକ,ମୁମ୍ବାଇ ପାକିସ୍ତାନ ଅଧିକୃତ କାଶ୍ମୀର ଭଳି ଫିଲିଙ୍ଗ୍ କାହିଁକି ଦେଉଛି?

 କିଛି ଦିନ ତଳେ କଙ୍ଗନା ରଣଓ୍ବତ କହିଥିଲେ ଯେ ତାଙ୍କୁ ବଲିଉଡର ଡ୍ରଗ୍ ଲିଙ୍କ୍ ବିଷୟରେ ବହୁତ କିଛି ଜଣା ଅଛି। ସେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋକୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କୁ ସୁରକ୍ଷା ଆବଶ୍ୟକ। ଏଥିରେ ବିଜେପି ନେତା ରାମ କଦମ ମହାରାଷ୍ଟ୍ର ସରକାରଙ୍କୁ ଟ୍ବିଟ୍ କରି ପ୍ରଶ୍ନ ଉଠାଇଥିଲେ। ଏହା ପରେ କଙ୍ଗନା ଜବାବ ଦେଇଥିଲେ ଯେ ସେ ସେଣ୍ଟର କିମ୍ବା ହିମାଚଳ ପ୍ରଦେଶଠୁ ସୁରକ୍ଷା ଚାହୁଁଛନ୍ତି। ମୁମ୍ବାଇ ପୋଲିସଠୁ ତାଙ୍କୁ ବିପଦ ରହିଛି।

ସଞ୍ଜୟ ରାଉତ ‘ସାମନା’ରେ ଲେଖିଛନ୍ତି ଯେ ମୁମ୍ବାଇରେ ରହି କଙ୍ଗନାଙ୍କ ଏପରି କହିବା ଲଜ୍ଜାଜନକ। ରାଉତ ଲେଖିଛନ୍ତି ଯେ ଆମେ ତାଙ୍କୁ ଅନୁରୋଧ କରୁଛୁ ଯେ ଦୟା କରି ମୁମ୍ବାଇ ଆସନ୍ତୁ ନାହିଁ। ଏହା ମୁମ୍ବାଇ ପୋଲିସର ଅପମାନ। ଗୃହ ମନ୍ତ୍ରଣାଳୟକୁ ଏହା ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍।

   Related Posts