Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

‘ଗଣଦୁଷ୍କର୍ମକାରୀଙ୍କୁ ବିଚ୍ ରାସ୍ତାରେ ଫାଶୀ ଖୁଣ୍ଟରେ ଝୁଲାଇ ଦେବା ଉଚିତ, ୫-୬ଥର ଏଭଳି କଲେ ଆଉ ହେବନି ଅପରାଧ’-କଙ୍ଗନା ରଣାୱତ୍

9/01/2021 at 7:04 PM

ଭୋପାଲ ୦୯/୦୧ : ଫିଲ୍ମ ‘ଧାକଡ’ର ସୁଟିଂ ପାଇଁ ଭୋପାଲରେ ପହଞ୍ଚିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ୍। ଶିଶୁଙ୍କ ସହ ହେଉଥିବା ଗଣଦୁଷ୍କର୍ମ ମାମଲାକୁ ନେଇ କଙ୍ଗନା ବଡ ବୟାନ ଦେଇଛନ୍ତି। ଗଣଦୁଷ୍କର୍ମକାରୀଙ୍କୁ ବିଚ ରାସ୍ତାରେ ଝୁଲାଇଦେବାକୁ କାହଁହିଛନ୍ତି ପଙ୍ଗା କ୍ୱିନ। ଶିଶୁ ଦୁଷ୍କର୍ମ ମାମଲାରେ ତାଙ୍କୁ ପ୍ରଶ୍ନ ପଚରାଯିବାରୁ ସେ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ସାଉଦି ଆରବ ଭଳି ଅନେକ ଦେଶରେ ଗଣଦୁଷ୍କର୍ମକାରୀଙ୍କୁ ବିଚ ରାସ୍ତାରେ ଝୁଲାଇ ଦିଆଯାଏ। ଏହିଭଳି ୫-୬ଟି ଉଦାହରଣ ନ ଦେବା ଯାଏଁ ଏହିଭଳି ଅପରାଧ ହେଉଥିବ ବୋଲି ସେ କହିଛନ୍ତି।

ନିଜ ବୟାନକୁ ନେଇ ସୋସିଆଲ ମିଡ଼ିଆରେ କଙ୍ଗନା ଖୁବ ପ୍ରସିଦ୍ଧ। ସେ ଏହି ମାମଲାରେ ପୁରୁଣା ଆଇନ ବଦଳାଇବା କଥା କହିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ଆଇନ ବ୍ୟବସ୍ଥାରେ ପୀଡିତା ଉପରେ ଅପରାଧ ପ୍ରମାଣ କରିବାକୁ ପଡିଥାଏ। ପୀଡିତାକୁ ନାନା ପ୍ରଶ୍ନ କରାଯାଇଥାଏ। ବିଭିନ୍ନ ପରିସ୍ଥିତିରେ ପରିମାଣ ଅଭାବରୁ ଅଭିଯୁକ୍ତ ଖସି ଯାଇଥାଏ।

ଏପଟେ ମଧ୍ୟ ପ୍ରଦେଶ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିବା ‘ଲଭ୍ ଜିହାଦ୍’ ଆଇନକୁ ନେଇ ମଧ୍ୟ ଅଭିନେତ୍ରୀ କଙ୍ଗନା ରଣାୱତ୍ ବଡ ବୟାନ ଦେଇଛନ୍ତି। କଙ୍ଗନା ଏହି ଆଇନର ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଆଇନ କେବଳ ସେମାନଙ୍କ ପାଇଁ ଯେଉଁମାନେ ଲଭ୍ ଜିହାଦ୍ କରୁଛନ୍ତି। ଅନ୍ୟ ଜାତିରେ ବିବାହ ଓ ବିବାହ ପରେ ଧୋକା ଦେଉଥିବା ଲୋକଙ୍କ ପାଇଁ ଏହି ଆଇନ ଆରମ୍ଭ ହୋଇଛି। କଙ୍ଗନା କହିଛନ୍ତି ପ୍ରେମରେ ପ୍ରତାରଣା ଦେଉଥିବା ଲୋକଙ୍କ ପାଇଁ ଏହା ପ୍ରଭାବଶାଳୀ।

ଅଭିନେତ୍ରୀ କଙ୍ଗନା ରଣାୱତ୍ ବର୍ତ୍ତମାନ ଭୋପାଲରେ ଅଛନ୍ତି। ଶୁକ୍ରବାର ଦିନ ଇକବାଲ ମଇଦାନ ନିକଟରେ ତାଙ୍କ ଫିଲ୍ମ ‘ଧାକଡ’ର ସୁଟିଂ ଆରମ୍ଭ ହୋଇଛି। ଏହି ଅବସରରେ ମଧ୍ୟ ପ୍ରଦେଶ ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଉଷା ଠାକୁର କଙ୍ଗନାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ଏହି ଫିଲ୍ମ ଭୋପାଲ, ପଚମଢ଼ୀ ଓ ବୈତୁଲରେ ସୁଟିଂ ହେବ। ଭୋପାଲର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ ବୋଲି ସେ କହିଛନ୍ତି। ଭୋପାଲର ହ୍ରଦ ତାଙ୍କୁ ବହୁତ ପସନ୍ଦ ବୋଲି ମଧ୍ୟ ସେ କହିଛନ୍ତି।

   Related Posts