ଦୀର୍ଘ ଦିନ ପରେ ରାଜ ଖୋଲିଲେ କଙ୍ଗନା ରଣଓ୍ବତ : କହିଲେ କାହିଁକି ନେଇ ପାରିଲେନି ଜୀବନର ପ୍ରଥମ ଫିଲ୍ମଫେୟାର ଆଓ୍ବାର୍ଡ଼

Published By : Prameya-News7 Bureau | April 29, 2020 IST

ମୁମ୍ବାଇ ୨୯/୪: କଙ୍ଗନା ରଣୌତଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୪ବର୍ଷ ହୋଇଗଲାଣି। ତାଙ୍କ ପ୍ରଥମ ଫିଲ୍ମ  ‘ଗ୍ୟାଙ୍ଗଷ୍ଟାର’ ୨୦୦୬ମସିହା ଅପ୍ରେଲ୍ ୨୮ତାରିଖରେ ରିଲିଜ ହୋଇଥିଲା। ଅନୁରାଗ ବାସୁଙ୍କ ନିର୍ଦେଶନାରେ ହୋଇଥିବା ଏହି ଫିଲ୍ମରେ ଶାଇନି ଆହୁଜା ଏବଂ ଇମରାନ୍ ହାସମୀଙ୍କ ମୁଖ୍ୟ ଭୂମିକା ଥିଲା। ଏହି ଫିଲ୍ମ ପାଇଁ କଙ୍ଗନାଙ୍କୁ ବେଷ୍ଟ୍ ଫିମେଲ୍ ଡେବ୍ୟୁର ଫିଲ୍ମଫେୟାର ଆଓ୍ବାର୍ଡ଼ ମିଳିଥିଲା। କିନ୍ତୁ ସେ ଏହି ଆଓ୍ବାର୍ଡ଼କୁ ରିସିଭ କରିବାକୁ ସିଙ୍ଗାପୁର ଯାଇପାରିନଥିଲେ। ଏକ ସାକ୍ଷାତକାରରେ ସେ ଏହା ପଛରେ ଥିବା କାରଣ ବିଷୟରେ କହିଥିଲେ।

{"id":262036,"sizeSlug":"large"}

କଙ୍ଗନା କହିଥିଲେ ଯେ,‘ସେ ଜାଣିନଥିଲେ ଯେ ତାଙ୍କୁ ନୋମିନେଟ୍ କରାଯାଇଥିଲା। ଯେତେବେଳେ ଟିମ୍ ବାହାରୁଥିଲା,ସେତେବେଳେ ସେମାନେ ତାଙ୍କୁ ତାଙ୍କ ଯିବାର ପ୍ଲାନିଂ ବିଷୟରେ ପଚାରିଥିଲେ। ସେ ଜାଣିନଥିଲେ ଯେ ସିଙ୍ଗାପୁର କିପରି ଯିବେ? କେଉଁଠି ରହିବେ? ତାଙ୍କୁ ନିଜ କ୍ରୃଙ୍କଠୁ ଟିକେଟ ମୂଲ୍ୟ ବିଷୟରେ ପଚାରିଥିବାରୁ ବହୁତ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏଥିପାଇଁ ସେ ସେହି ଅବସର ହରାଇ ଦେଇଥିଲେ। ଯେତେବେଳେ ତାଙ୍କୁ ବିଜେତା ଘୋଷିତ କରାଯାଇଥିଲା ସେତେବେଳେ ‘ଗ୍ୟାଙ୍ଗଷ୍ଟାର’ ଏବଂ ‘କୁଇନ୍’ର ଡିଓପି ବବି ସିଂହ ତାଙ୍କୁ କଲ୍ କରିଥିଲେ ଏବଂ କହିଥିଲେ ଯେ ସେ ମୋର ଟ୍ରଫି ରିସିଭ କରୁଛନ୍ତି। ସେ ବହୁତ ଖୁସି ଥିଲେ ଏବଂ ଏହା ତାଙ୍କର ସବୁଠୁ ସ୍ମରଣୀୟ ଘଟଣା।

{"id":262037,"sizeSlug":"large"}

କଙ୍ଗନା ରଣୌତଙ୍କୁ ୨୦୦୮ମସିହାରେ ଫିଲ୍ମ ‘ଫ୍ୟାଶନ’ ପାଇଁ ବେଷ୍ଟ ସପୋର୍ଟିଂ ଅଭିନେତ୍ରୀର ଆଓ୍ବାର୍ଡ଼ ମିଳିଥିଲା। ୨୦୧୪ମସିହାରେ ‘କୁଇନ୍’ ଏବଂ ୨୦୧୫ମସିହାରେ ‘ତନୁ ଓ୍ବେଡସ୍ ମନୁ ରିଟର୍ଣ୍ଣସ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ଜାତୀୟ ପୁରସ୍କାର ମିଳିଥିଲା। ଭାରତ ସରକାର ତାଙ୍କୁ ଚତୁର୍ଥ ସମ୍ମାନ ପଦ୍ମଶ୍ରୀ ମଧ୍ୟ ଦେଇ ସାରିଛନ୍ତି।

{"id":262038,"sizeSlug":"large"}

ଓ୍ବାର୍କଫ୍ରଣ୍ଟ କଥା କହିବା ଯଦି କଙ୍ଗନା ଶେଷ ଥର ‘ପଙ୍ଗା’ରେ ଦେଖା ଯାଇଥିଲେ,ଯାହା ଜାନୁୟାରୀ ୨୪ତାରିଖରେ ରିଲିଜ ହୋଇଥିଲା। ତାଙ୍କର ଆହୁରି ଦୁଇଟି ଫିଲ୍ମ ‘ଥଲାଇବି’ ଏବଂ ‘ଧାକଡ଼’ ବର୍ତ୍ତମାନ ପ୍ରଡକ୍ସନ୍ ଷ୍ଟେଜରେ ରହିଛି।

{"id":262039,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.