Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସାତ ମାସ ପରେ ସୁଟିଂକୁ ଫେରିଲେ କଙ୍ଗନା, ଫିଲ୍ମ ‘ଥଲାଇଭି’ ପାଇଁ ଗଲେ ମନାଲି

1/10/2020 at 1:31 PM

ମୁମ୍ବାଇ ୦୧/୧୦: କରୋନା ଭାଇରସ ଯୋଗୁ ଫିଲ୍ମ ସୁଟିଂ ଉପରେ ରୋକ ଲାଗିଥିଲା। ଏବେ କିନ୍ତୁ ସବୁକିଛି ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରୁଛି। ଏହା ସହ କରୋନା ନିୟମ ସହ ଫିଲ୍ମ ଓ ସିରିଏଲ ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ସେଲିବ୍ରିଟିମାନେ ସେମାନଙ୍କର ଅଟକି ରହିଥିବା ଫିଲ୍ମ ସୁଟିଂ ଏବେ ଆରମ୍ଭ କରୁଛନ୍ତି। ଏହି କ୍ରମରେ କଙ୍ଗନା ମଧ୍ୟ ସୁଟିଂ ମଇଦାନକୁ ଓହ୍ଲାଇଛନ୍ତି। ସାତ ମାସର ଲମ୍ବା ଛୁଟି ପରେ କଙ୍ଗନା ରଣାଓ୍ବତ ‘ଥଲାଇଭି’ ସୁଟିଂ ଆରମ୍ଭ କରିବେ। ଏକଥା ଖୋଦ୍ କଙ୍ଗନା ଟ୍ବିଟ୍ କରି ଜଣାଇଛନ୍ତି।

ସେ ଏକଥା ଟ୍ବିଟ୍ କରିବା ସହ ନିଜର ଏକାଧିକ ସୁନ୍ଦର ସୁନ୍ଦର ଫଟୋ ମଧ୍ୟ ସେୟାର କରିଛନ୍ତି। ଦ୍ବିଭାଷୀ ପ୍ରୋଜେକ୍ଟ ‘ଥଲାଇଭି’ ପାଇଁ ଦକ୍ଷିଣ ଭାରତକୁ ଯାଉଥିବା କହିଛନ୍ତି। ଏଥିପାଇଁ ସେ ସମସ୍ତଙ୍କ ଆଶୀର୍ବାଦ ଲୋଡିଛନ୍ତି।

କଙ୍ଗନା ରଣାଓ୍ବତ ଏହି ଫିଲ୍ମରେ ଅଭିନେତ୍ରୀ ତଥା ଲୋକପ୍ରିୟ ରାଜନେତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ଫିଲ୍ମରେ କଙ୍ଗନାଙ୍କ ଅନେକ ଲୁକ୍ ମଧ୍ୟ ସାମ୍ନାକୁ ଆସିସାରିଛି। ଯାହାକୁ ଲୋକମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଗ୍ରାଫିକ୍ସ ବ୍ୟବହାର କରାଯାଇ ଥିବାରୁ ଫିଲ୍ମର ଟିଜରକୁ ପସନ୍ଦ କରି ନ ଥିଲେ ଲୋକେ।

   Related Posts