ଜୟା ସଂସଦରୁ କଙ୍ଗନାଙ୍କୁ କଲେ ଟାର୍ଗେଟ, ଜବାବରେ କଙ୍ଗନା କହିଲେ-ଗୋଟେ ଦିନ ଅଭିଷେକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲେ...

Published By : Prameya-News7 Bureau | September 15, 2020 IST

ନୂଆଦିଲ୍ଲୀ ୧୫/୦୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତ କିଛି ଦିନ ହେବ ଟ୍ବିଟ୍ ଓ ସାକ୍ଷାତକାରକୁ ନେଇ ଚର୍ଚାରେ ଅଛନ୍ତି। ​‌ସେ କେବଳ ମୁମ୍ବାଇ ପୋଲିସ୍ ଓ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରି ନାହାନ୍ତି ବରଂ ବଲିଉଡରେ ନେପୋଟିଜମ୍, ଗ୍ୟାଙ୍ଗଜମ ଓ ଡ୍ରଗ୍ଦକୁ ନେଇ ମଧ୍ୟ ବହୁ ବଡ଼ ଖୁଲାସା କରିଛନ୍ତି। ଯାହାକୁ ବହୁ ବଲିଉଡ୍ ସେଲିବ୍ରିଟି ବିରୋଧ କରୁଛନ୍ତି। ଆଜି ସଂସଦର ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ବରିଷ୍ଠ ଅଭିନେତ୍ରୀ ତଥା ରାଜ୍ୟସଭା ସାଂସଦ ଜୟା ବଚ୍ଚନ କଙ୍ଗନାଙ୍କୁ ସିଧାସଳଖ ଟାଗେର୍ଟ କରିଛନ୍ତି। ଅନ୍ୟପକ୍ଷେ କଙ୍ଗନା ଟ୍ବିଟ କରି ଜୟାଙ୍କୁ କଟୁ ମନ୍ତବ୍ୟ ଦେଇଛନ୍ତି ।

କ’ଣ କହିଲେ କଙ୍ଗନା: ସେ ସଂସଦରୁ ଜୟାଙ୍କ ଭିଡିଓକୁ ରିଟ୍ବିଟ୍ କରି କହିଛନ୍ତି , ‘‘ଯଦି ମୋ ସ୍ଥାନରେ ଆପଣଙ୍କ ଝିଅ ଶ୍ବେତାଙ୍କୁ ଟିନ୍ଏଜରେ ମାଡ ମରା ଯାଇଥାନ୍ତା, ଡ୍ରଗ୍ସ ଦିଆଯାଇଥାନ୍ତା ଓ ଉତ୍ପୀଡନର ଶିକାର ହୋଇଥାନ୍ତେ। ଯଦି ଅଭିଷେକଙ୍କୁ କ୍ରମାଗତ ହଇରାଣ କରାଯାଇଥାନ୍ତା ଓ ସେ ଉତ୍ପୀଡନର ଅଭିଯୋଗ କରିଥାନ୍ତେ ଓ ଗୋଟିଏ ଦିନ ଫାଶିରେ ତାଙ୍କ ମୃତ ଦେହ ଝୁଲିଥିବା ଦେଖିଥାନ୍ତେ? ତାହେଲେ ବି କ’ଣ ଜୟା ଜୀ ଏହି କଥା କହିଥାନ୍ତେ।  ଆମ ପ୍ରତି ମଧ୍ୟ କିଛି ଦୟା ଦେଖାଅ।’’

କ’ଣ କହିଥିଲେ ଜୟା ବଚ୍ଚନ: ସମାଜବାଦୀ ପାର୍ଟି ଜୟା ବଚ୍ଚନ ସଂସଦରେ କହିଲେ ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନାଁ କରିଛନ୍ତି ସେମାନେ ଇଣ୍ଡଷ୍ଟ୍ରିକୁ ‘ଗଟର’ କହିଲେ। ଏଥିରେ ମୁଁ ଏକଦମ ଅସହମତ। ମୁଁ ଆଶା କରୁଛି ଯେଉଁମାନେ ଏଥିରେ ନାଁ କରିଛନ୍ତି ଓ ଲୋକପ୍ରିୟତା ହାସଲ କରିଛନ୍ତି ଏମିତି ଭାଷାର ବ୍ୟବହାର ବନ୍ଦ କରିବାକୁ ସରକାର କହିବେ ବୋଲି ମୋର ଆଶା। ମୁଁ ବହୁତ ଲଜ୍ଜ୍ୟାଶୀଳ ​ ଯେ ଗତକାଲି ଜଣେ ସାଂସଦ ଲୋକସଭାରେ ଫିଲ୍ମ ଇଣ୍ଟଷ୍ଟ୍ରି ବିରୋଧ କହିଥିଲେ, ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସି ଯେଉଁ ଥାଳିରେ ଖାଉଛନ୍ତି ତାକୁ ଛେଦ କରୁଛନ୍ତି।’ ଏହା ଭୁଲ କଥା ଇଣ୍ଡଷ୍ଟ୍ରିକୁ ସରକାରଙ୍କ ସମର୍ଥନ ଦରକାର ଥିବା ଜୟା କହିଛନ୍ତି। ଦିନକ ପୂର୍ବରୁ ଏହି ମାମଲାରେ ବିଜେପି ସାଂସଦ ରବି କିଶନ ଏଭଳି କଥା କହିଥିଲେ।

{"id":329821,"sizeSlug":"large"}

ଜୟା ବଚ୍ଚନ ଏମିତି କହିବା ପରେ ରବି କିଶନ କହିଥିଲେ ଜୟାଙ୍କ ଠାରୁ ତାଙ୍କର ଏଭଳି ଆଶା ନ ଥିଲା। ତାଙ୍କୁ ଲାଗିଥିଲା ଯେ କାଲି ତାଙ୍କର ମନ୍ତବ୍ୟକୁ ଜୟା ସମର୍ଥନ କରିବେ। ହେଲେ ସେ ତାଙ୍କ କଥା ଶୁଣି ନାହାନ୍ତି। ତାଙ୍କ ଦଳ ଅଲଗା, ବିଚାରଧାର ମଧ୍ୟ ଅଲଗା। ରବିଙ୍କ ଦଳ ବିଜେପି ଓ ତାଙ୍କ ଚିନ୍ତାଧାର ମଇଳାକୁ ଦେଶରୁ ସଫା କରିବା। ଫିଲ୍ମ ଇଣ୍ଡଷ୍ଟ୍ରି ଯେତିକି ତାଙ୍କର (ଜୟା ବଚ୍ଚନ) ସେତିକି ଅଧିକାର ରବିଙ୍କର ଥିବା କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.