କଙ୍ଗନାଙ୍କ ୱାଇ ପ୍ଲସ୍ ଶ୍ରେଣୀ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଓକିଲଙ୍କ ଆକ୍ଷେପ: ମୁହଁତୋଡ ଜବାବ୍ ଦେଲେ ପଙ୍ଗା ଗାର୍ଲ

Published By : Prameya-News7 Bureau | September 15, 2020 IST

ମୁମ୍ବାଇ ୧୫/୦୯ : ଶିବସେନା ଓ କଙ୍ଗନା ରଣାୱତଙ୍କ ମଧ୍ୟରେ ବିବାଦ ପରେ କଙ୍ଗନା ଲଗାତାର ଟ୍ୱିଟରରେ ଶିବସେନାକୁ ଟାର୍ଗେଟ କରୁଛନ୍ତି । କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିବା କରିବା ଶିବସେନା ନେତା ସଞ୍ଜୟ ରାଉତ ରାଗି ଯାଇ କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ଧମକ ଦେଇଥିଲେ । ଏହାପରେ କଙ୍ଗନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ୟାଗ କରି ସୁରକ୍ଷା ମାଗିଥିଲେ । ଏହାପରେ କେନ୍ଦ୍ର ସରକାର ଦ୍ୱାରା ତାଙ୍କୁ ୱାଇ ପ୍ଲସ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯାଇଥିଲା । ନିକଟରେ ଜଣେ ଟ୍ୱିଟର ୟୁଜର ତଥା ସୁପ୍ରିମକୋର୍ଟ ଓକିଲ କଙ୍ଗନାଙ୍କ ସୁରକ୍ଷା ଓ ସେଥିପାଇଁ ହେଉଥିବା ଖର୍ଚ୍ଚକୁ ନେଇ କଙ୍ଗନାଙ୍କୁ ଆକ୍ଷେପ କରିଛନ୍ତି । ପଙ୍ଗା ଗାର୍ଲ ମଧ୍ୟ ତାଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ।

ମୁମ୍ବାଇରୁ ପୁଣି ହିମାଚଳ ପ୍ରଦେଶ ଯିବା ସମୟରେ କଙ୍ଗନା ପୁଣିଥରେ ମୁମ୍ବାଇକୁ ପିଓକେ କହିଥିଲେ । ଏଥିରେ ସୁପ୍ରିମକୋର୍ଟ ଓକିଲ ବ୍ରିଜେଶ୍ କଳ୍ପପା ଟ୍ୱିଟ୍ କରି କଙ୍ଗନାଙ୍କୁ ଆକ୍ଷେପ କରି କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ୱାଇ ପ୍ଲସ୍ ଶ୍ରେଣୀ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ମାସକୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଯେଉଁମାନେ ଟ୍ୟାକ୍ସ ଦେଉଛନ୍ତି ଏହି ଟଙ୍କା ସେମାନଙ୍କର । ଏବେ କଙ୍ଗନା ହିମାଚଳ ପ୍ରଦେଶରେ ସୁରକ୍ଷିତ ଅଛନ୍ତି ଓ ପିଓକେରୁ ଦୁରକୁ ଚାଲି ଯାଇଛନ୍ତି । ବର୍ତ୍ତମାନ ମୋଦି ସରକାର କଙ୍ଗନାଙ୍କ ସୁରକ୍ଷା ହଟାଇବେ କି ବୋଲି ସେ ପ୍ରଶ୍ନ କରିଛନ୍ତି ।

wp:core-embed/twitter {"url":"https://twitter.com/brijeshkalappa/status/1305410282714357760","type":"rich","providerNameSlug":"twitter","className":""}
https://twitter.com/brijeshkalappa/status/1305410282714357760
/wp:core-embed/twitter

ଓକିଲ ବ୍ରିଜେଶ କଳ୍ପପାଙ୍କ ଏହି ଟ୍ୱିଟକୁ ନେଇ କଙ୍ଗନା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ବ୍ରିଜେଶ ଜୀ, ଆପଣ କଣ ଭାବୁଛନ୍ତି କି ମୁଁ କଣ ଭାବୁଛି ସେ ଆଧାରରେ ସୁରକ୍ଷା ଦିଆଯାଏ ନାହିଁ । ଗୁଇନ୍ଦା ସଂସ୍ଥା ବିପଦ ନେଇ ଯାଞ୍ଚ କରିଥାଏ । ଏହି ବିପଦ ଆଧାରରେ ସୁରକ୍ଷା ଗ୍ରୀଡ଼କୁ ନେଇ ନିଷ୍ପତ୍ତି ହୋଇଥାଏ । ଭଗବାନ ଚାହିଁଲେ ଆଗକୁ ଏହି ସୁରକ୍ଷା ସବୁଦିନ ପାଇଁ ହଟାଇ ଦିଆଯିବ । ଯଦି ଗୁଇନ୍ଦା ସଂସ୍ଥାକୁ କିଛି ଖରାପ ରିପୋର୍ଟ ମିଳେ ତାହେଲେ ସମ୍ଭବତଃ ସୁରକ୍ଷା ବଢ଼ାଇ ଦିଆଯାଇପାରେ ।"

ମୁମ୍ବାଇ ଛାଡିବା ପୂର୍ବରୁ କଙ୍ଗନା ଟ୍ୱିଟ୍ କରି କହିଥିଲେ ଦୁଃଖ ମନରେ ମୁମ୍ବାଇ ଛାଡି ଯାଉଛି । ମୋତେ ଲଗାତାର ଧମକ ଦିଆଯାଉଛି ଏବଂ ଡ଼ରାଇବାକୁ ଚେଷ୍ଟା କରାଯାଉଛି । ମୋ ଅଫିସ ଭାଙ୍ଗିବା ପରେ ଘର ଭାଙ୍ଗିବାକୁ ଚେଷ୍ଟା ଚାଲିଛି । ମୁଁ ପିଓକେ ସମ୍ପର୍କରେ ଯାହା କହିଥିଲି ତାହା ସତ ପ୍ରମାଣିତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.