Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

କ୍ୟାଟ୍ରିନା-ଭିକିଙ୍କ ଏଜ୍ ଗ୍ୟାପ୍‌କୁ ନେଇ ମୁହଁ ଖୋଲିଲେ ପଙ୍ଗା କୁଇନ୍, କହିଲେ-‘କିଛି ତ ଭଲ ହେଲା’

8/12/2021 at 1:47 PM

ନୂଆଦିଲ୍ଳୀ ୦୮।୧୨ : ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଭିକି-କ୍ୟାଟ୍ରିନାଙ୍କ ବିବାହର କାର୍ଯ୍ୟକ୍ରମ। ସଙ୍ଗୀତ୍-ମେହେନ୍ଦୀ ପରେ ଆଜି ରାଜକୀୟ ଜାକଜକମରେ ହେବ ହଳଦୀ। ଆସନ୍ତା ୯ ତାରିଖରେ ଭିକି-କ୍ୟାଟ୍ରିନାଙ୍କର ପଡିବ ପଡିବ ହାତଗଣ୍ଠି । ଏଥିପାଇଁ ପୂରା ସଜେଇ ହୋଇଛି ରାଜସ୍ଥାନ ଜୋଧପୁରର ସିକ୍ସ ସେନ୍ସ ଦୁର୍ଗ । ଏହି ଦୁଇ କପଲଙ୍କୁ ନେଇ ସବୁ ଆଡେ ଲାଗି ରହିଛି ଚର୍ଚ୍ଚା। ଏହାରି ଭିତରେ ବଲିଉଡର ସୁନ୍ଦରୀ କ୍ୟାଟ୍ରନା ଭିକିଙ୍କ ଠାରୁ ବୟସରେ କେତେ ବଡ ତାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।

ଭିକି କୌଶଲଙ୍କ ବୟସ ୩୩ ବର୍ଷ ହୋଇଥିବା ବେଳେ କ୍ୟାଟ୍ରିନାଙ୍କ ବୟସ ୩୮ ବର୍ଷ।  କ୍ୟାଟ୍ରିନାଙ୍କ ଠାରୁ ଭିକି ୫ ବର୍ଷ ସାନ ହୋଇଥିବା ନେଇ ଉଭୟଙ୍କ ମଧ୍ୟରେ ଥିବା ଏହି ବୟସର ବ୍ୟବଧାନ ପାଇଁ ଏବେ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ ଭିକି-କ୍ୟାଟ୍‌ଙ୍କ ଏହି ବୟସର ବ୍ୟବଧାନକୁ ନେଇ ମୁହଁ ଖୋଲିଛନ୍ତି ।

କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମରେ କ୍ୟାଟ୍ରିନା ଏବଂ ଭିକିଙ୍କ ଏଜ୍‌ ଗେପ୍‌କୁ ନେଇ ଏକ ମନ୍ତବ୍ୟ ଦେଇଛନ୍ତି। କହିଛନ୍ତି କି ଏହା ଏକ ଭଲ ନିଷ୍ପତ୍ତି, ଚଳିବ ବୋଲି କହିଛନ୍ତି। ସେ କହିଛନ୍ତି, ଆମେ ସଫଳ ଧନୀ ପୁରୁଷଙ୍କ ସହ କମ୍‌ ବୟସର ଯୁବତୀଙ୍କ ବିବାହ କରିବାର ଅନେକ କାହାଣୀ ଶୁଣିଥିଲୁ। ମହିଳାମାନେ ନିଜ ସ୍ୱାମୀଙ୍କ ଅପେକ୍ଷା ଅଧିକ ସଫଳ ହେବା ଏକ ବଡ ସଙ୍କଟ ଥିଲା। ଏକ ନିର୍ଦ୍ଦିଷ୍ଟ ବୟସ ପରେ ମହିଳାଙ୍କୁ ତାଙ୍କଠାରୁ ସାନ ପୁରୁଷକୁ ବିବାହ କରିବା ଅସମ୍ଭବ ଥିଲା। ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଧନୀ ଏବଂ ସଫଳ ମହିଳାମାନଙ୍କୁ ନିୟମ ଭାଙ୍ଗୁଥିବା ଦେଖି ଭଲ ଲାଗିଲା। ଲିଙ୍ଗଗତ ବୈଷମ୍ୟର ପୁନଃ ବ୍ୟାଖ୍ୟା ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ଅଭିନନ୍ଦନ ବୋଲି ଲେଖି ଜଣାଇଛନ୍ତି କଙ୍ଗନା

   Related Posts