‘ଅଭିଯୋଗ ପ୍ରମାଣିତ ନହେଲେ ଫେରାଇ ଦେବେ ପଦ୍ମଶ୍ରୀ’ : ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୁଣି ଥରେ ନିଜ ଦାବି ରଖିଲେ କଙ୍ଗନା

Published By : Prameya-News7 Bureau | July 18, 2020 IST

ମୁମ୍ବାଇ ୧୮/୭: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରଣଓ୍ବତ ବଲିଉଡର ଅନେକ ବଡ଼ ବଡ଼ ଡାଇରେକ୍ଟର-ପ୍ରଡ୍ୟୁସର ଏବଂ ଅଭିନେତାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ବଲିଉଡରେ ନେପୋଟିଜମ ଯୋଗୁଁ ସୁଶାନ୍ତ ସୁଇସାଇଡ ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଏବେ ଏହି ଅଭିଯୋଗକୁ ନେଇ କଙ୍ଗନା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଦାବି କରିଛନ୍ତି ଯେ ଯଦି ସେ ନିଜ ଅଭିଯୋଗ ସାବ୍ୟସ୍ତ ନ କରିପାରିଲେ ତେବେ ସରକାର ଦ୍ବାରା ଦିଆଯାଇଥିବା ସବୁଠୁ ପ୍ରତିଷ୍ଠିତ ଆଓ୍ବାର୍ଡ଼ ପଦ୍ମଶ୍ରୀ ଫେରାଇଦେବେ।

{"id":302066,"sizeSlug":"large"}

ଏକ ଗଣମାଧ୍ୟମ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ କଙ୍ଗନା ରଣଓ୍ବତ ଏବିଷୟରେ ଚର୍ଚ୍ଚା କରିଥିଲେ। ସେ କହିଛନ୍ତି-‘ ମୁମ୍ବାଇ ପୋଲିସ୍ ତାଙ୍କୁ ଡକାଇଥିଲା ଏବଂ ସେ ମନାଲିରେ ଥିବା କଥା କହିଥିଲେ। ସେ ତାଙ୍କ ବୟାନ ନେବା ପାଇଁ କାହାକୁ ପଠାଇବାକୁ କହିବାରୁ ତାଙ୍କୁ କୌଣସି ଜବାବ ମିଳିନଥିଲା। ଏହା ପରେ ସେ କହିଥିଲେ ଯେ ଯଦି ସେ ସେପରି କିଛି କହି ଦେଇଛନ୍ତି ଯାହାର ବୟାନ ସେ ଦେଇପାରିବେ ନାହିଁ କି ଯାହାକୁ ସେ ସାବ୍ୟସ୍ତ କରି ପାରିବେ ନାହିଁ ଏବଂ ଯାହା ଲୋକଙ୍କ ହିତ ପାଇଁ ନୁହେଁ ତେବେ ସେ ନିଜ ପଦ୍ମଶ୍ରୀ ଫେରାଇ ଦେବେ। ସେ ତେବେ​‌ ତାହାର ଅଧିକାରୀ ନୁହଁନ୍ତି।

wp:core-embed/instagram {"url":"https://www.instagram.com/tv/CBc3sDDAtyb/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/tv/CBc3sDDAtyb/?utm_source=ig_embed
/wp:core-embed/instagram

ସୁଶାନ୍ତଙ୍କ ମୃତ୍ୟୁ ପରେ କଙ୍ଗନା ଭିଡିଓ ସେୟାର କରି କହିଥିଲେ ଯେ ସେ ସୁଇସାଇଡ କରିପାରିବେ ନାହିଁ,ଏହା ଏକ ଯୋଜନାବଦ୍ଧ ହତ୍ୟା। କଙ୍ଗନାଙ୍କ କହିବାର ଅର୍ଥ ଏହା ନଥିଲା ଯେ କେହି ସୁଶାନ୍ତଙ୍କ ହତ୍ୟା କରିଛି  ବରଂ କିଛି ବ୍ୟକ୍ତିଙ୍କ ଚାପରେ ଆସି ସୁଶାନ୍ତ ତାଙ୍କ ଜୀବନକୁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲେ। କଙ୍ଗନା ଏହା ମଧ୍ୟ କହିଥିଲେ ​‌ଯେ ସୁଶାନ୍ତ ଜଣେ ରାଙ୍କ ହୋଲ୍ଡର ସେ କେବେ ବି ଏଭଳି ମାରାତ୍ମକ ନିଷ୍ପତ୍ତି ନେବେ ନାହିଁ।

{"id":302069,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.