ନିୟା ଶର୍ମାଙ୍କୁ ଅଫର୍ ହୋଇଥିଲା ‘ମଣିକର୍ଣ୍ଣିକା’, କହିଲେ-ଅଧିକ ହଟ୍ ହେବାରୁ ହାତରୁ ଚାଲିଗଲା ଫିଲ୍ମ

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪/୦୯: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ନିୟା ଶର୍ମା ନିଜର ବୋଲ୍ଡନେସ୍ ଏବଂ ଷ୍ଟାଇଲ୍ ପାଇଁ ଜଣାଶୁଣା। ଏହି କାରଣରୁ ସେ ପ୍ରାୟତଃ ବିବାଦରେ ରହିଥାନ୍ତି। ବର୍ତ୍ତମାନ ନିୟା କଙ୍ଗନା ରଣାୱତଙ୍କ ଫିଲ୍ମ ମଣିକର୍ଣ୍ଣିକା: ଦ କ୍ୱିନ୍ ଅଫ୍ ଝାନ୍ସିକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ନିୟା କହିଛନ୍ତି ଯେ ତାଙ୍କୁ ଏହି ଫିଲ୍ମ ପାଇଁ ଅଫର୍ ଦିଆଯାଇଥିଲା।

{"width":636,"height":357}
PunjabKesari

ନିୟା ଏକ ରେଡିଓ ସୋ’ରେ କହିଛନ୍ତି ଯେ ସେ କୌଣସି ଫିଲ୍ମ ନିର୍ଦ୍ଦେଶକ କିମ୍ବା ନିର୍ମାତାଙ୍କ ଅଫିସ୍‌କୁ ଯିବାକୁ ଚାହାଁନ୍ତି ନାହିଁ, କାରଣ ସେ ଟିଭି ଜଗତରୁ ଆସିଥିବାରୁ ତାଙ୍କୁ କେହି ଭଲ ଅନୁଭବ କରନ୍ତି ନାହିଁ। ଏହା ସହିତ ସେ କହିଛନ୍ତି ଯେ ତାଙ୍କୁ ମଣିକର୍ଣ୍ଣିକା ଫିଲ୍ମରେ ଅଭିନୟ କରିବାକୁ ଡକାଯାଇଥିଲା, କିନ୍ତୁ ସେଠାରେ ତାଙ୍କ ସହ ଖରାପ ବ୍ୟବହାର କରାଯାଇଥିଲା। ନିର୍ମାତାମାନେ ତାଙ୍କୁ କହିଥିଲେ ଯେ ସେ ବହୁତ ହଟ୍ ଦେଖାଯାଉଛନ୍ତି।

{"width":635,"height":358}
Nia Sharma Channels Inner Barbie Spirit! Checkout

ନିୟା ଆହୁରି କହିଛନ୍ତି ଯେ ବଲିଉଡ ଫିଲ୍ମର କାଷ୍ଟିଂ ପାଇଁ ସେ କେବେବି କାହା ଅଫିସ୍‌କୁ ଯାଇନାହାଁନ୍ତି। ମଣିକର୍ଣ୍ଣିକା ପାଇଁ କାହାକୁ ଭେଟିବାକୁ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କ ସହିତ ଯାହା ଘଟିଲା, ସେ ଆଉ ସେଠାକୁ ଯିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ସେ କହିଛନ୍ତି ଯେ ମିଟିଙ୍ଗ ହେତୁ ମୋର ସମୟ ନଷ୍ଟ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.