‘ଥଲାଇବି’ ପାଇଁ ନିଜର ଓଜନ ୨୦କିଲୋ ବଢ଼ାଇଥିଲେ କଙ୍ଗନା : ଏବେ ଏପରି କରୁଛନ୍ତି କମ୍
14/10/2020 at 11:50 AM

ମୁମ୍ବାଇ ୧୪/୧୦: ବଲିଉଡ ଅଭିନେତ୍ରୀ କଙ୍ଗନା ରନୌତ ଏବେ ନିଜ ନୂଆ ଫିଲ୍ମ ‘ଥଲାଇବି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ସେ ଦିବଂଗତ ରାଜନୈତିକ ନେତ୍ରୀ ଜୟଲଲିତାଙ୍କ ଭୂମିକାରେ ନଜର ଆସିବେ। ଥଲାଇବି ଚରିତ୍ରରେ ଫିଟ୍ ହେବା ପାଇଁ କଙ୍ଗନା ନିଜର ଓଜନ ବଢ଼ାଇଥିଲେ । କିନ୍ତୁ ଏବେ ସେ ନିଜର ଓଜନ କମ୍ କରିବା ଆରମ୍ଭ କରି ଦେଇଛନ୍ତି।
କଙ୍ଗନା ନିଜର ଓଜନ କମ୍ କରିବାର ସୂଚନା ସୋସିଆଲ ମିଡିଆ ଜରିଆରେ ଦେଇଥିଲେ। ସେ ଯୋଗ କରୁଥିବାବେଳେ ନିଜର ଏକ ଫଟୋ ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି। କଙ୍ଗନା କ୍ୟାପସନରେ ଲେଖିଛନ୍ତି ଯେ ‘ଥଲାଇବି ପାଇଁ ସେ ନିଜର ୨୦କିଲୋ ଓଜନ ବଢ଼ାଇଥିଲେ। ଫିଲ୍ମଟି ସମ୍ପୂର୍ଣ୍ଣ ହେବା ଉପରେ ହୋଇଗଲାଣି। ଏପରି କ୍ଷେତ୍ରରେ ତାଙ୍କୁ ନିଜ ପୁରୁଣା ସେପରେ ଫେରିବାର ଆବଶ୍ୟକତା ରହିଛି। ସକାଳେ ଶୀଘ୍ର ଉଠି ଜଗିଂରେ ଯାଉଛନ୍ତି। ଏହି ଯାତ୍ରାରେ ତାଙ୍କ ସହ କିଏ କିଏ ଅଛନ୍ତି?

ଏହା ପୂର୍ବରୁ କଙ୍ଗନା ‘ଥଲାଇବି’ ପାଇଁ ୭ମାସ ପରେ ପୁଣି ଥରେ ସୁଟିଂ କରିବାର ସୂଚନା ଦେଇଥିଲେ। ସେ ଟ୍ବିଟର ଆକାଉଣ୍ଟରେ ନିଜର କିଛି ସେଲଫି ସେୟାର କରିଥିଲେ ଏବଂ କ୍ୟାପସନରେ ଲେଖିଥିଲେ ଯେ ମୋର ପ୍ରିୟ ବନ୍ଧୁ ଆଜି ବହୁତ ଖାସ୍ ଦିନ। ୭ମାସ ପରେ ଆଜି କାମକୁ ଫେରୁଛି। ନିଜର ସବୁଠୁ ମହତ୍ବାକାଂକ୍ଷୀ ଦ୍ବିଭାଷୀୟ ପ୍ରୋଜେକ୍ଟ ଥଲାଇବି ପାଇଁ ଦକ୍ଷିଣ ଭାରତ ଆଡ଼କୁ ଯାଉଛି। ମହାମାରୀର ଏହି କଠିନ ସମୟରେ ଆପଣଙ୍କ ପ୍ରାର୍ଥନାର ଆବଶ୍ୟକତା ରହିଛି। ସେ ଆଗକୁ ଲେଖିଛନ୍ତି ଯେ,‘ ବାସ୍ ଏ କିଛି ସେଲଫି ସକାଳେ କ୍ଲିକ୍ କରିଥିଲି। ଆଶା ରହିଛି ଯେ ଏଗୁଡ଼ିକ ଆପଣ ସମସ୍ତଙ୍କୁ ପସନ୍ଦ ଆସିବ।’

ଫିଲ୍ମ ଥଲାଇବିର ନିର୍ଦେଶନା ଏଏଲ୍ ବିଜୟ କରୁଛନ୍ତି। ଫିଲ୍ମକୁ ‘ମଣିକର୍ଣ୍ଣିକା’,‘ବାହୁବଳୀ’ର ଲେଖକ କେହ୍ବି ବିଜୟେନ୍ଦ୍ର ପ୍ରସାଦ ଏବଂ ‘ଦ ଡାର୍ଟି ପିକ୍ଚର’,‘ଓ୍ବାନସ ଅପନ ଟାଇମ ଇନ୍ ମୁମ୍ବାଇ’ର ଲେଖକ ରଜତ ଅରୋରା ମିଶି ଲେଖିଛନ୍ତି। ଏହି ଫିଲ୍ମ ଜୁନ୍ ୨୬ତାରିଖରେ ହଲରେ ରିଲିଜ ହେବାର ଥିଲା କିନ୍ତୁ କରୋନା ଯୋଗୁଁ ଏହାର ସୁଟିଂ ପୂରା ହୋଇପାରିନଥିଲା।
