ବଲିଉଡରେ ପ୍ରିୟା ପ୍ରୀତି ବିରୋଧୀ ହାଓ୍ବା ତୀବ୍ର , କଙ୍ଗନା ଏବେ ପପୁଲାର୍ : ଇନଷ୍ଟାଗ୍ରାମରେ ମଣିକର୍ଣ୍ଣିକା ଷ୍ଟାରଙ୍କ ଫଲୋଅର୍ସ୍ ୧୦ଲକ୍ଷ ୮୦ହଜାର ଟପିଲା
19/06/2020 at 4:16 PM

ମୁମ୍ବାଇ ୧୯/୬: ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକ ପରେ କଙ୍ଗନା ରଣଓ୍ବତ ବଲିଉଡ ଇଣ୍ଡଷ୍ଟ୍ରିରେ କେତେକ ଲୋକଙ୍କୁ ଟାର୍ଗେଟ୍ କରିଥିଲେ। ଏହା ପରେ ସୋସିଆଲ ମିଡିଆରେ ନେପୋଟିଜମକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କଙ୍ଗନା ରଣଓ୍ବତ ସବୁବେଳେ ସୋସିଆଲ୍ ମିଡିଆରେ ନିଜ ବିଚାରକୁ ଖୋଲାଖୋଲି ରଖୁଥିବା ଅଭିନେତ୍ରୀ ମଧ୍ୟରୁ ଜଣେ। ସୁଶାନ୍ତ ସିଂହ ରାଜପୁତଙ୍କ ଉପରେ ମଧ୍ୟ ସେ ଏକ ଭିଡିଓ ପୋଷ୍ଟ୍ କରିଥିଲେ। ପାଖାପାଖି ୪ଦିନ ମଧ୍ୟରେ ତାଙ୍କର ୧.୮ମିଲିୟନ ଫଲୋଅର୍ସ ବଢ଼ି ଯାଇଛନ୍ତି। କଙ୍ଗନା ରଣଓ୍ବତଙ୍କ ଟିମ୍ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ହ୍ୟାଣ୍ଡଲ୍ କରନ୍ତି। ସେ ନିଜେ କୌଣସି ସୋସିଆଲ ମିଡିଆ ସାଇଟରେ ନାହାନ୍ତି।

ନିକଟରେ କଙ୍ଗନା କହିଛନ୍ତି ଯେ ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଜଣେ କମୋନ୍ ଫ୍ରେଣ୍ଡ କମଲ୍ ଜୈନଙ୍କ ସହ ସେ ସୁଶାନ୍ତଙ୍କ ପରଲୋକ ବିଷୟରେ କଥାବାର୍ତ୍ତା କରିଥିଲେ।

କଙ୍ଗନା କହିଛନ୍ତି ଯେ କମଲଙ୍କ କହିବା ଅନୁସାରେ ଗତ ସୋମବାର ତାଙ୍କର ସୁଶାନ୍ତଙ୍କ ସହ କଥାବାର୍ତ୍ତା ହୋଇଥିଲା ଏବଂ ସେ ଅତ୍ୟନ୍ତ ଡିଷ୍ଟର୍ବ ଥିଲେ। ସୁଶାନ୍ତ ଏହା ପୂର୍ବରୁ କେବେ ଏପରି କଥା ହୋଇନଥିଲେ। ସୁଶାନ୍ତ କମଲଙ୍କୁ ତାଙ୍କ ସହ ବଡ଼ ଫିଲ୍ମ ନିର୍ମାଣ କରିବାକୁ କହିଥିଲେ। ସେ ଛିଛୋରେ,ଏହା ପୂର୍ବରୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି କିନ୍ତୁ ତଥାପି ଏବେ ତାଙ୍କ ପାଖରେ କୌଣସି ବଡ଼ ଫିଲ୍ମ ନାହିଁ। ତାଙ୍କ ପାଖରେ ସେ ଚାହୁଁଥିବା ଭଳି କୌଣସି ଫିଲ୍ମ ନାହିଁ। କମଲ ତାଙ୍କୁ କହିଥିଲେ ଯେ ଲକଡାଉନ ପରେ ସେ ତାଙ୍କ ସହ କାମ କରିବେ। ଦୁହେଁ ଗୁରୁବାର ଭେଟିଥାନ୍ତେ କିନ୍ତୁ ଏହା ପୂର୍ବରୁ ଏସବୁ ଘଟିଯାଇଥିଲା।

କଙ୍ଗନା ଆଗକୁ କହିଥିଲେ ଏଥିରୁ ଜଣା ପଡ଼ୁଛି ଯେ ଲୋକେ ତାଙ୍କୁ ସାଇଡ କରି ରଖିଥିବା ଯୋଗୁଁ ସେ ଅବସାଦରେ ଥିଲେ।
