'ନୋ ମାସ୍କ,ନୋ ଏଣ୍ଟ୍ରି‘ର ନିୟମ ଉଲ୍ଲଂଘନ କଲେ କଙ୍ଗନା: ୟୁଜର୍ସ କଲେ ଟ୍ରୋଲ....

Published By : Prameya-News7 Bureau | September 30, 2021 IST

ମୁମ୍ବାଇ ୩୦/୦୯ : କଙ୍ଗନା ରାଣାୱତ ବଲିଉଡ ଜଣେ ଏଭଳି ଅଭିନେତ୍ରୀ ଯିଏକି ପ୍ରାୟତଃ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ  ବେଳେବେଳେ କଙ୍ଗନାଙ୍କୁ ମଧ୍ୟ ତାଙ୍କ ପ୍ରଶଂସକମାନେ ଟ୍ରୋଲ କରନ୍ତି । ଠିକ୍ ସେହିଭଳି ଏବେ କଙ୍ଗନାଙ୍କ ସହ ଏକ ଘଟଣା ଘଟିଥିଲା ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ, କଙ୍ଗନା ମାସ୍କ ନ ପିନ୍ଧି ବିମାନବନ୍ଦରରେ ‘NO MASK, NO ENTRY’ ଜୋନରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି ।

ତେବେ ଯେତେବେଳେ କଙ୍ଗନା ରାନାୱତ ବିମାନବନ୍ଦରରେ ପହଞ୍ଚିଥିଲେ । ପାପାରାଜି ସେଠାରେ ତାଙ୍କୁ ସ୍ପଟ୍‌ କରିଥିଲେ ପରେ କଙ୍ଗନା ପୋଜ୍ ଦେବା ଆରମ୍ଭ କରି ବିମାନବନ୍ଦର ଭିତରେ ପ୍ରବେଶ କରିଥିଲେ। କିନ୍ତୁ, ଏହି ସମୟ ମଧ୍ୟରେ କଙ୍ଗନା ମାସ୍କ ପିନ୍ଧି ନଥିଲେ । ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇଛି ଯେ କଙ୍ଗନାଙ୍କ ଚାରିପାଖରେ ଠିଆ ହୋଇଥିବା ପ୍ରତ୍ୟେକ ବ୍ୟକ୍ତି ଏବଂ ସୁରକ୍ଷା କର୍ମୀ ମାସ୍କ ପିନ୍ଧିଛନ୍ତି। କିନ୍ତୁ କଙ୍ଗନା ରାଣାୱତ ମାସ୍କ ନ ପିନ୍ଧି କାରରୁ ଓହ୍ଲାଇ ଆସୁଛନ୍ତି ଏବଂ ପରେ ଧୀରେ ଧୀରେ ବିମାନବନ୍ଦର ଆଡ଼କୁ ଯାଉଛନ୍ତି ।

wp:html
/wp:html

ତେବେ ଏହି ସମୟରେ, କିଛି ଫଟୋଗ୍ରାଫର କଙ୍ଗନା ରାଣାୱତଙ୍କୁ ଅଟକାଉଛନ୍ତି, ଯେଉଁଠି ଅଭିନେତ୍ରୀ ଗୋଟିଏ ସ୍ଥାନରେ ରହି ଏକ ଫଟୋସୁଟ୍ କରୁଛନ୍ତି, କିନ୍ତୁ ପରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଥିବା ବୋର୍ଡକୁ ଅଣଦେଖା କରି ଆଗକୁ ବଢ଼ୁଛନ୍ତି । ଯେଉଁଠାରେ ଟର୍ମିନାଲ୍ ଉପରେ ଏକ ବୋର୍ଡରେ 'ନୋ ମାସ୍କ, ନୋ ଏଣ୍ଟ୍ରି' ସ୍ପଷ୍ଟ ଭାବରେ ଲେଖାଯାଇଥିଲା। ଯେତେବେଳେ ତାଙ୍କ ପ୍ରଶଂସକଙ୍କ ଧ୍ୟାନ ତାଙ୍କ ଉପରେ ଯାଇଥିଲା ଗଲା, ସେ କଙ୍ଗନା ରାନାୱତଙ୍କୁ ଟ୍ରୋଲ କଲେ ଏବଂ ସେ ପଚାରିଥିଲେ ଯେ ସେଲିବ୍ରେଟମାନଙ୍କ ପାଇଁ କିଛି ଅଲଗା କି..? ୟୁଜର୍ସମାନେ କଙ୍ଗନାକୁ ଖୁବ ଟ୍ରୋଲ କରିଛନ୍ତି। ଏହି ଭିଡିଓକୁ ପାପାରାଜି ଭାଇରାଲ ଭାୟାନୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.