Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

କଙ୍ଗନା ରଣାୱତଙ୍କୁ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଧମକ: ଭିଡିଓ ସେୟାର କରି ସୂଚନା ଦେଲେ ପଙ୍ଗା କ୍ୱିନ୍

20/12/2020 at 7:03 PM

ମୁମ୍ବାଇ ୨୦/୧୨ : ବଲିଉଡ ପଙ୍ଗା କ୍ୱିନ୍ କଙ୍ଗନା ରଣାୱତ ସବୁବେଳେ ନିଜ ବ୍ୟାଙ୍କ ଚର୍ଚ୍ଚାରେ। ଗତ କିଛି ଦିନ ହେଲା କଙ୍ଗନା କୃଷି ଆନ୍ଦୋଳନକୁ ନେଇ ନିଜ ବିଚାରଧାରା ଓ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। କୃଷି ଆନ୍ଦୋଳନକୁ ନେଇ କଙ୍ଗନା ଦେଇଥିବା ରାୟ ପରେ ଅନେକ ସେଲିବ୍ରିଟି ତାଙ୍କୁ ଟାର୍ଗେଟ କରିଛନ୍ତି। କଙ୍ଗନା ସୋସିଆଲ ମିଡ଼ିଆରେ ଆଉ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି ଯେ ତାଙ୍କୁ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି। କଙ୍ଗନା କୃଷକ ଆନ୍ଦୋଳନକୁ ରାଜନୀତି ଦ୍ୱାରା ପ୍ରେରିତ ବୋଲି କହିଥିଲେ। କୃଷି ଆନ୍ଦୋଳନକୁ ନେଇ ରାୟ ରଖିଥିବାରୁ ତାଙ୍କୁ ଦୁଷ୍କର୍ମ ଓ ଜୀବନରେ ମାରିଦେବାକୁ ଧମକ ଦିଆଯାଉଛି।

କଙ୍ଗନା କହିଛନ୍ତି ତାଙ୍କୁ ଅନଲାଇନ ଲିଚିଙ୍ଗର ସାମ୍ନା କରିବାକୁ ପଡୁଛି। ଗତ ୧୦-୧୫ ଦିନ ହେଲା ତାଙ୍କୁ ଅନଲାଇନ ଲିଚିଙ୍ଗର ସାମ୍ନା କରିବାକୁ ପଡୁଛି। ସେ କହିଛନ୍ତି ‘ଦେଶକୁ ପ୍ରଶ୍ନ କରିବାକୁ ତାଙ୍କର ହକ ଅଛି। ପ୍ରଧାନମନ୍ତ୍ରୀ ଯଦି କୌଣସି ରାସ୍ତା ଛାଡି ନାହାନ୍ତି ସେଥିରୁ ସ୍ପଷ୍ଟ ଯେ ଏହି ଆନ୍ଦୋଳନ ରାଜନୀତି ପ୍ରେରିତ। କୌଣସି ନା କୌଣସି ଠାରେ ଏଥିରେ ଆତଙ୍କବାଦୀ ମଧ୍ୟ ସାମିଲ ହୋଇଛନ୍ତି। ମୁଁ ବି ପଞ୍ଜାବରେ ରହିଛି। ମୁଁ ଜାଣିଛି ସେମାନେ ଦେଶରେ ଦ୍ୱିତୀୟ ଖାଲିସ୍ଥାନ ଚାହୁଁ ନାହାନ୍ତି।’

ସେ ଆଗକୁ କହିଛନ୍ତି, ‘ମୁଁ ଦେଶବାସୀଙ୍କୁ ପଚାରିବାକୁ ଚାହୁଁଛି, ଯେଉଁମାନେ ଦେଶକୁ ଭାଙ୍ଗିବାକୁ ଚାହୁଁଛନ୍ତି ମୋର ତାଙ୍କ ପ୍ରତି କିଛି ଅଭିଯୋଗ ନାହିଁ, କିନ୍ତୁ ମୋର ଅଭିଯୋଗ ଆପଣମାନଙ୍କ ପ୍ରତି ଅଛି ଯେ ଆପଣମାନେ ଏତେ ସହଜରେ କିଭଳି ସେମାନଙ୍କ କଥାରେ ପଡିଯାଉଛନ୍ତି। ସେହି ଆତଙ୍କବାଦୀଙ୍କ ପାଇଁ ଆମେ ନିଜକୁ କିଭଳି ଏତେ ଦୁର୍ବଳ କରିପାରୁଛୁ। ମୋତେ ପ୍ରତିଦିନ ନିଜ ଉଦ୍ଦେଶ୍ୟ କାହିଁକି କହିବାକୁ କହିବାକୁ ପଡୁଛି ?’

ଭିଡିଓରେ କଙ୍ଗନା ଦଳଜୀତ ଦୋସାଞ୍ଜ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏମାନେ ମୋ ଉପରେ ଆରୋପ ଲଗାଉଛନ୍ତି ଯେ ମୁଁ ରାଜନୀତି କରୁଛି। ଏମାନଙ୍କୁ ବି ପଚାର ଏମାନେ କିଭଳି ନୀତି କରୁଛନ୍ତି।’

   Related Posts