ମାସ୍କ ନପିନ୍ଧି ଟ୍ରୋଲ୍ ହେଲେ କଙ୍ଗନା, ୟୁଜର୍ସ କହିଲେ ଏମିତି...

Published By : Prameya-News7 Bureau | April 05, 2021 IST

ମୁମ୍ବାଇ ୦୫/୦୪: ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲିଛନ୍ତି । ବଲିଉଡର ଅନେକ ଷ୍ଟାରମାନେ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଲେଣି । ଏଥିମଧ୍ୟରେ କଙ୍ଗନା ରଣାୱତଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ କଙ୍ଗନା ମାସ୍କ ପିନ୍ଧିନଥିବା ଦେଖାଯାଇଛି ।  ଯାହାକୁ ନେଇ ୟୁଜର୍ସମାନେ ତାଙ୍କୁ ଖୁବ୍ ଟ୍ରୋଲ୍ କରୁଛନ୍ତି ।  

{"id":433638,"sizeSlug":"large","linkDestination":"none"}

ନିକଟରେ କଙ୍ଗନା ଡବିଙ୍ଗ ଷ୍ଟୁଡିଓ ବାହାରେ ନଜର ଆସିଥିଲେ । ହ୍ୱାଇଟ୍ ଡ୍ରେସରେ କଙ୍ଗନା ଖୁବ୍ ସୁନ୍ଦର ଦେଖାଯାଉଥିଲେ । କିନ୍ତୁ ମାସ୍କ ପିନ୍ଧି ନଥିବା କାରଣରୁ ସୋସିଆଲ୍ ମିଡିଆ ୟୁଜର୍ସମାନେ ତାଙ୍କୁ ଟ୍ରୋଲ୍ କରୁଛନ୍ତି ।  ସୋସିଆଲ୍ ମିଡିଆ ୟୁଜର୍ସମାନଙ୍କ ସହିତ କିଛି ଷ୍ଟାରମାନେ ମଧ୍ୟ ତାଙ୍କୁ ଟ୍ରୋଲ୍ କରୁଛନ୍ତି । କିଶ୍ୱର ମର୍ଚେଣ୍ଟ କମେଣ୍ଟ କରି ଲେଖିଛନ୍ତି, ‘ଇଏ କେବେ ବି ମାସ୍କ ପିନ୍ଧନ୍ତି ନାହିଁ, ଏପରିକି ହାତରେ ମଧ୍ୟ ମାସ୍କ ନାହିଁ ।‘ ସେହିପରି, ସୁୟସ ରାୟ ଲେଖିଛନ୍ତି, ‘ଦୁନିଆକୁ ଜ୍ଞାନ ଦେବା ପାଇଁ ସବୁଠାରୁ ଆଗରେ ଛିଡା ହୋଇଯାଆନ୍ତି । ମୁର୍ଖତା ଚରମ ସୀମାରେ ।‘

{"id":433639,"width":604,"height":441,"sizeSlug":"large","linkDestination":"none"}

ୱାର୍କଫ୍ରଣ୍ଟରେ କଙ୍ଗନା ଖୁବ୍ ଶିଘ୍ର ଫିଲ୍ମ ‘ଥଲାଇବି’ ରେ ନଜର ଆସିବେ । ଫିଲ୍ମର ଟ୍ରେଲର୍ ଏବଂ ତାହାର ଏକ ଗୀତ ରିଲିଜ୍ ହୋଇସାରିଛି, ଯାହାକୁ ଫ୍ୟାନ୍ସମାନଙ୍କୁ ଖୁବ୍ ପସନ୍ଦ କରିଛନ୍ତି । ଥଲାଇବି ବ୍ୟତୀତ କଙ୍ଗନାଙ୍କ ପାଖରେ ତେଜସ୍ ଏବଂ ଧାକଡ ମଧ୍ୟ ଅଛି । ଏହି ଦୁଇଟି ଫିଲ୍ମର କିଛି ଝଲକ କଙ୍ଗନା ସୋସିଆଲ ମିଡିଆରେ ମଧ୍ୟ ସେୟାର କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.