Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

‘ବହୁତ ମନେ ପଡ଼ୁଛି କ-କ-କ-କଙ୍ଗନା,ଶୀଘ୍ର ଆସିବି’ : ମୁମ୍ବାଇ ପୋଲିସର ସମନକୁ ନେଇ ମୁହଁ ଖୋଲିଲେ ମଣିକର୍ଣ୍ଣିକା

22/10/2020 at 1:48 PM

ମୁମ୍ବାଇ ୨୨/୧୦: ୨୦୨୦ କେବଳ ଅଭିନେତ୍ରୀ କଙ୍ଗନା ରଣଓ୍ବତଙ୍କ ବିବାଦୀୟ ବୟାନ ପାଇଁ ନୁହେଁ,ବରଂ ତାଙ୍କ ବିରୋଧରେ ହେଉଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମନେ ରଖାଯିବ। ଚାଷୀଙ୍କ ଅପମାନ କରିବା ଯୋଗୁଁ FIR ର ଦୁଃଖ ଭୋଗୁଥିବା କଙ୍ଗନାଙ୍କ ବିରୋଧରେ ଧାର୍ମିକ ଭାବନାକୁ କୁଠାରଘାତ କରିବା ଯୋଗୁଁ ଆଉ ଏକ ମାମଲା ରୁଜୁ ହୋଇଯାଇଛି। ଏହି ମାମଲାରେ ମୁମ୍ବାଇ ପୋଲିସ୍ କଙ୍ଗନା ରଣଓ୍ବତ ଏବଂ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ସମନ ପଠାଇଛି। ଉଭୟଙ୍କୁ ଆଗାମୀ ସପ୍ତାହରେ ଯାଞ୍ଚରେ ସାମିଲ ହେବା ପାଇଁ କୁହାଯାଇଛି।

 ଏବେ ମୁମ୍ବାଇ ପୋଲିସର ଏହି ସମନ​‌ରେ କଙ୍ଗନାଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି। ସବୁବେଳ ଭଳି ଏଥର ମଧ୍ୟ କଙ୍ଗନା ପୋଲିସଙ୍କ ଏହି ସମନରେ ଥଟ୍ଟା କରିଛନ୍ତି। ସେ ମୁମ୍ବାଇ ପୋଲିସକୁ ମଧ୍ୟ ପପ୍ପୁପ୍ରୋ ସେନା କହି ଦେଇଛନ୍ତି। ସେ ଟ୍ବିଟ୍ କରି ଲେଖିଛନ୍ତି ଯେ – କେତେ ପାଗଳ ଏହି ପେଙ୍ଗୁଇନ୍ ସେନା। ମହାରାଷ୍ଟ୍ରର ପପ୍ପୁପ୍ରୋ,ବହୁତ ମନେ ପଡ଼ୁଛି କ-କ-କ-କ କଙ୍ଗନା,କିଛି କଥା ନାହିଁ,ଖୁବ୍ ଶୀଘ୍ର ଆସିଯିବି। କଙ୍ଗନା ରଣୌତଙ୍କ ମୁମ୍ବାଇ ପୋଲିସକୁ ପପ୍ପୁପ୍ରୋ ସେନା କହିବା ନୂଆ ବିବାଦକୁ ଜନ୍ମ ଦେଇପାରେ। ଏହା ପୂର୍ବରୁ ସେ ସୋନିଆ ସେନା ଭଳି ଶବ୍ଦର ମଧ୍ୟ ପ୍ରୟୋଗ କରିଛନ୍ତି। କଙ୍ଗନାଙ୍କ ଏହି ଟ୍ବିଟ୍ ଭାଇରାଲ୍ ହୋଇଛି ଏବଂ ଏହା ଉପରେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ବାନ୍ଦ୍ରା କୋର୍ଟ କାଷ୍ଟିଂ ଡାଇରେକ୍ଟର ସାହିଲ୍ ଅଶରଫ ସୟଦଙ୍କ ଅଭିଯୋଗ ପରେ ନିକଟରେ କଙ୍ଗନା ଏବଂ ତାଙ୍କ ଭଉଣୀ ବିରୋଧରେ ମାମଲା ରୁଜୁ କରିବାର ଆଦେଶ ଦେଇଥିଲେ। ତାଙ୍କ ବିରୋଧରେ ୨ଟି ସମୁଦାୟ ମଧ୍ୟରେ ଘୃଣା ସୃଷ୍ଟି କରିବାଠୁ ଆରମ୍ଭ କରି ବଲିଉଡର ଅପମାନ ଯାଏଁ,ବିଭିନ୍ନ ପ୍ରକାରର ଅଭିଯୋଗ ଲଗାଯାଇଥିଲା। ଏହା ପରେ ଉଭୟ କଙ୍ଗନା ଏବଂ ରଙ୍ଗୋଲିଙ୍କ ବିରୋଧରେ ଧାରା ୨୯୫(ଏ),୧୫୩(ଏ) ଏବଂ ୧୨୪(ଏ) ଅନୁସାରେ ମାମଲା ରୁଜୁ କରାଯାଇଥିଲା। ସେହି  FIR ପରେ ମଧ୍ୟ କଙ୍ଗନା ଏହା କହିଥିଲେ ଯେ ପପ୍ପୁ ସେନାକୁ ତାଙ୍କ କଥା ବହୁତ ମନେ ପଡ଼ୁଛି। ସେହି ସମୟରେ ମଧ୍ୟ କଙ୍ଗନା ଶୀଘ୍ର ଆସିବାକୁ ପ୍ରତିଶୃତି ଦେଇଥିଲେ ଏବଂ ଏବେ ବି ଏପରି କହୁଛନ୍ତି।

   Related Posts