ଦିଲ୍ଲୀ ହିଂସାକୁ ନେଇ ବଲିଉଡ୍ ଉପରେ ବର୍ଷିଲେ କଙ୍ଗନା: ‘ମନୋରଞ୍ଜନ ଆଳରେ ହିଂସା ଉସୁକାଉଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରିଦେବା ଉଚିତ’
27/01/2021 at 12:53 PM

ମୁମ୍ବାଇ ୨୭/୦୧ : ଦିଲ୍ଲୀରେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସା ଘଟଣାକୁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଘୋର ନିନ୍ଦା କରିଛନ୍ତି। ଘଟଣାକୁ ନେଇ ସେ ବଲିଉଡ ଉପରେ ମଧ୍ୟ କ୍ରୋଧ ଜାହିର କରିଛନ୍ତି। ଟ୍ୱିଟ କରି ସେ କହିଛନ୍ତି, ବଲିଉଡରେ ମନୋରଞ୍ଜନ ଆଳରେ ଏଟଂବଡ଼ ଓ ହିଂସା ଉସୁକାଉଥିବା ଲୋକଙ୍କୁ ଜେଲ୍ରେ ଭର୍ତ୍ତି କରିଦେବା ଉଚିତ। ସେ ଏକ ଟ୍ୱିଟକୁ ଟ୍ୟାଗ କରି ଏହିଭଳି ଟ୍ୱିଟ କରିଛନ୍ତି। ଟ୍ୱିଟ ଟ୍ୟାଗ କରି କଙ୍ଗନା ଲେଖିଛନ୍ତି, “ଏମାନେ ବଲିଉଡ ପାଇଁ ଅଳିଆ ଯାହାକୁ ତୁରନ୍ତ ସଫା କରିବା ଆବଶ୍ୟକ। ମନୋରଞ୍ଜନ ଆଳରେ ଅନ୍ତଃବାଡ଼ ଓ ହିଂସା ଉସୁକାଉଥିବା ଲୋକଙ୍କୁ ଜେଲରେ ଭର୍ତ୍ତି କରିଦେବା ଉଚିତ। ଯଦି ଆମ ଦେଶରେ ଆଇନ ବ୍ୟବସ୍ଥାର ଗୋଟିଏ କୋଟା ବି ବାକି ଅଛି ତାହେଲେ ସେହି ପୋକ ଭାରତର ହାଡ ଖାଉଛି।”
ଯେଉଁ ଟ୍ୱିଟକୁ ଟ୍ୟାଗ କରି କଙ୍ଗନା ଟ୍ୱିଟ କରିଛନ୍ତି ସେଥିରେ ଲେଖା ହୋଇଛି ଯେ ବଲିଉଡ ପିଆରର ଇନଷ୍ଟାଗ୍ରାମ ଆକାଉଣ୍ଟ @instantbolly ନାଁରେ ୬ ମିଲିୟନରୁ ଅଧିକ ଫଲୋୟର୍ସ ସହ ବହୁ ସମୟ ଧରି ନିଜ ପ୍ରୋପାଗଣ୍ଡା ଚଲାଇଛନ୍ତି। ଏହାକୁ ରିପୋର୍ଟ କରିବା ଆବଶ୍ୟକ।
ଏହା ପୂର୍ବରୁ କଙ୍ଗନା ଦିଲ୍ଲୀ ଟ୍ରାକ୍ଟର ପରେଡରେ ହୋଇଥିବା ହଙ୍ଗାମାକୁ ନେଇ ଅଭିନେତା ଓ ଗାୟକ ଦଲଜିତ ଦୋଷାଞ୍ଝ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଟ୍ୱିଟରେ ସେ ଏକ ଫଟୋ ବି ସେୟାର କରିଥିଲେ ଯେଉଁଥିରେ ଲାଲ କିଲ୍ଲାରେ ଜଣେ ପ୍ରଦର୍ଶନକାରୀ ନିଜ ପତାକା ଲଗାଉଥିବା ନଜର ଆସିଛି। ଏହି ଫଟୋ ସେୟାର କରି କଙ୍ଗନା ଦଲଜିତ ଓ ପ୍ରିୟଙ୍କାଙ୍କୁ ପ୍ରଶ୍ନ କରିଥିଲେ, ଏସବୁ ବୁଝିବା ଦରକାର। ଆଜି ସାରା ଦୁନିଆ ଆମ ଉପରେ ହସୁଛି। ତୁମେମାନେ ଏସବୁ ହିଁ ଚାହୁଁଥିଲା ନା, ଶୁଭେଚ୍ଛା।”