କଙ୍ଗନା ରାଣାଓ୍ଵତ୍‌ଙ୍କ 'ତେଜସ୍‌'ର ଫାଷ୍ଟ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ…

Published By : Prameya-News7 Bureau | February 17, 2020 IST

ମୁମ୍ବାଇ୧୭|୨:କଙ୍ଗନା ରାଣାୱତ୍‌ ଅଭିନୀତ ଫିଲ୍ମ 'ତେଜସ୍‌'ର ଫାଷ୍ଟ ଲୁକ୍‌ ରିଲିଜ ହୋଇସାରିଛି। କିଛି ଦିନ ତଳେ ଏହି ଫିଲ୍ମ ବିଷୟରେ କଙ୍ଗନା ନିଜେ ଘୋଷଣା କରିଥିଲେ। ଏଥିରେ ସେ ଭାରତୀୟ ବାୟୁସେନା(ଆଇଏଏଫ୍‌) ପାଇଲଟ୍‌ର ଭୂମିକାରେ ଅଭିନୟ କରିବେ। ଏବେ ଫିଲ୍ମ ନିର୍ମାତା ଅଭିନେତ୍ରୀଙ୍କ ଫାଷ୍ଟ ଲୁକ୍‌ ସେୟାର କରିଛନ୍ତି।

wp:core-embed/instagram {"url":"https://www.instagram.com/p/B8pzIwjB-Lv/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B8pzIwjB-Lv/?utm_source=ig_embed
/wp:core-embed/instagram

'ତେଜସ୍‌', ଫିଲ୍ମରେ ଜଣେ ସାହସୀ ଫାଇଟର ପାଇଲଟ୍‌ଙ୍କ କାହାଣୀ ଦେଖାଯିବ। କଙ୍ଗନାଙ୍କ ଏହି ନୂଆ ଅବତାରକୁ ଦେଖି ଫ୍ୟାନ୍‌ମାନେ ବେଶ୍‌ ପ୍ରଶଂସା କରିଛନ୍ତି। ଏହି ଫଟୋ ସେୟାର ହେବା ପରେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଯାଇଛି।ତେଜସ୍‌ ଫିଲ୍ମକୁ ନେଇ ଅଭିନେତ୍ରୀ ବେଶ୍‌ ଉତ୍ସାହିତ ଅଛନ୍ତି। କଙ୍ଗନା କହିଥିଲେ ଯେ, ସେ ସବୁବେଳେ ସୈନିକଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ। ପିଲାବେଳୁ ହିଁ ଏୟାରଫୋର୍ସ ପାଇଁ ତାଙ୍କର ଇଚ୍ଛା ରହିଥିଲା। ଏଥିପାଇଁ ସେ ଏହି ଫିଲ୍ମ ପାଇଁ ବହୁତ ଖୁସି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.