ଏହି ଅଭିନେତ୍ରୀ ୧୭ ବର୍ଷର ଥିଲା ବେଳେ ତାଙ୍କୁ ଡ୍ରଗ୍ସ ଦେଇ କାର ଭିତରେ ଦୁଷ୍କର୍ମ କରିଥିଲେ ଅଭିନେତା ଆଦିତ୍ୟ ପଞ୍ଚୋଲି!

Published By : Prameya-News7 Bureau | July 05, 2019 IST


ମୁମ୍ବାଇ୫|୭: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଅଭିନେତା ଓ ଫିଲ୍ମ ନିର୍ମାତା ଆଦିତ୍ୟ ପଞ୍ଚୋଲିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। କଂଗନା ମାମଲା ରୁଜୁ କରିବା ସହ ପୋଲିସକୁ କହିଛନ୍ତି ଯେ, ଯେତେବେଳେ ସେ ୧୭ ବର୍ଷର ଥିଲେ ପଞ୍ଚୋଲି ତାଙ୍କୁ ଡ୍ରିଙ୍କରେ ଡ୍ରଗ୍ସ ମିଶାଇ ଦେଇଥିଲେ। ପରେ କାରରେ ତାଙ୍କୁ ଦୁଷ୍କର୍ମ କରିଥିଲେ। କଙ୍ଗନାଙ୍କର ଆପତ୍ତିଜନକ ସ୍ଥିତିରେ ଫଟୋ ଉଠାଇ ତାଙ୍କୁ ବ୍ଲାକ୍‌ମେଲ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । କଙ୍ଗାନାଙ୍କର ଏହି ବୟାନ ପରେ ମୁମ୍ବାଇ ପୋଲିସ ଅଭିନେତା-ନିର୍ମାତା ପଞ୍ଚୋଲିଙ୍କ ବିରୋଧରେ ହୋଇଥିବା ଦୁଷ୍କର୍ମ ମାମାଲା ନେଇ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ, ଜୁନ ମାସ ୨୬ ତାରିଖରେ କଙ୍ଗନା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହି ଆଧାରରେ ତା ପର ଦିନ ପୋଲିସ ପଞ୍ଚୋଲିଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ।

କିଛି ଦିନ ପୂର୍ବରୁ କଙ୍ଗନାଙ୍କ ଭଉଣୀ ରଙ୍ଗଲି ଚନ୍ଦେଲ ପୋଲିସକୁ ଇମେଲ୍‌ ପଠାଇ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ଆଦିତ୍ୟ ନିଶା ଦେଇ ତାଙ୍କ ଭଉଣୀଙ୍କୁ ଯୌନ ଶୋଷଣ କରିଥିଲେ। ମାମଲା ରୁଜୁ ହେବା ପରେ ଆଦିତ୍ୟ କହିଥିଲେ ଯେ, ବ୍ୟକ୍ତିଗତ କାରଣ ପାଇଁ କଙ୍ଗନା ତାଙ୍କୁ ଆଇନ୍‌ ସାହାଯ୍ୟ ନେଇ ଫସେଇବାକୁ ଯୋଜନା କରିଛନ୍ତି। ଦୁଷ୍କର୍ମ ମାମଲା ଓ ଗିରଫ ହେବା ଆଶଙ୍କାରୁ ବଞ୍ଚିବା ପାଇଁ କଙ୍ଗନା ଓ ତାଙ୍କ ଓକିଲ ବିରୋଧରେ ଅଭିଯୋଗ କରିଥିଲେ। ଏହା ସହ ଆଦିତ୍ୟ କୋର୍ଟରେ ଆଗୁଆ ଜାମିନ ଆବେଦନ ଦାଖଲ କରିଥିଲେ।

{"id":130671}

କଙ୍ଗନା ରଣାୱତ କହିଛନ୍ତି ଯେ, ଯେତେବେଳେ ସେ ୧୭ ବର୍ଷର ଥିଲେ ପଞ୍ଚୋଲି ତାଙ୍କୁ ଦୁଷ୍କର୍ମ କରି ତାଙ୍କର ଆପତ୍ତିଜନକ ସ୍ଥିତିରେ ଫଟୋ ଉଠାଇ ତାଙ୍କୁ ବ୍ଲାକ୍‌ମେଲ କରୁଥିଲେ। ୨୦୦୪-୨୦୦୬ ମସିହା ଯାଏଁ ସେ ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ନିକଟରେ ଏହି ବିଷୟରେ ଅଭିଯୋଗ କରିଥିଲେ। କିନ୍ତୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନଥିଲା। କଙ୍ଗନା ବଲିଉଡରେ କେମିତି ପାଦ ଦେଇଥିଲେ ଓ ପଞ୍ଚୋଲିଙ୍କ ସହ କେମିତି ଦେଖା ହୋଇଥିଲେ ସେ ବିଷୟରେ ନିଜ ବୟାନରେ କହିଥିଲେ।

ରଣାୱତ କହିଥିଲେ ଯେ, ସେହି ସମୟରେ ଆଦିତ୍ୟ ବଲିଉଡର ଜଣେ ଚର୍ଚ୍ଚିତ ଅଭିନେତା ଥିଲେ। ଆଦିତ୍ୟଙ୍କ ସହ ଦେଖା ହେବା ସମୟରେ ଆଦିତ୍ୟଙ୍କୁ ୩୮ ବର୍ଷ ହୋଇଥିଲା। ସେତେବେଳେ ସେ କଙ୍ଗନାଙ୍କଠାରୁ ୨୨ ବର୍ଷ ବଡ ଥିଲେ। ସେତେବେଳେ କଙ୍ଗନା ଝିଅମାନଙ୍କ ସହ ଏକ ହଷ୍ଟେଲରେ ରହୁଥିଲେ। ଆଦିତ୍ୟ ବିବାହିତ ହେବା ସହ ତାଙ୍କର ୨ଟି ପିଲା ଥିଲେ। ସେହି ସମୟରେ ତାଙ୍କ ଝିଅ କଙ୍ଗନା ବୟସର ଥିଲେ। ୨୦୦୪ ମସିହାରେ କଙ୍ଗନା ଏକ ପାର୍ଟିକୁ ଆଦିତ୍ୟଙ୍କ ସହ ଯାଇଥିଲେ। ପାର୍ଟିରେ ପଞ୍ଚୋଲି କଙ୍ଗନାଙ୍କୁ ଏକ ଡ୍ରିଙ୍କ ପିଇବାକୁ ଦେଇଥିଲେ। ପାର୍ଟି ସରିବା ପରେ ପଞ୍ଚୋଲି ତାଙ୍କୁ ଘରେ ଛାଡିଦେବେ ବୋଲି କହିଥିଲେ। କଙ୍ଗନା ତାଙ୍କ ସହ ରେଂଜ ରୋଭର ଗାଡିରେ ଯାଇଥିଲେ। ମଝି ରାସ୍ତାରେ ଗାଡି ଅଟକାଇ କଙ୍ଗନା ସହ ଅଶ୍ଳୀଳ ବ୍ୟବହାର କରିଥିଲେ ବୋଲି ସେ କହିଥିଲେ। ସେଠାରେ ପଞ୍ଚୋଲି ଫଟୋ ମଧ୍ୟ ଉଠାଇଥିଲେ। ଫଟୋ ଉଠାଇବା ବିଷୟରେ ରଣାୱତ ଜାଣିନଥିଲେ। ଘଟଣାର କିଛି ଦିନ ପରେ ଉଭୟ ଦେଖା ହୋଇଥିଲେ। ସେତେବେଳେ ପଞ୍ଚୋଲି କହିଥିଲେ ଯେ, ସୋମାନଙ୍କୁ ସ୍ବାମୀ ସ୍ତ୍ରୀ ଭଳି ରହିବା ଉଚିତ୍‌। ତେବେ ଆଦିତ୍ୟ ତାଙ୍କ ବାପା ବୟସର ବୋଲି କହିଥିଲେ କଙ୍ଗନା। କଙ୍ଗନା ମନା କରିଥିବାରୁ ଆଦିତ୍ୟ ତାଙ୍କୁ ଫଟୋ ଦେଖାଇ ଧମକ ଦେଇଥିଲେ।  

{"id":130670}

କଙ୍ଗନା ସେତେବେଳେ ବହୁତ ସାନ ଥିଲେ ଓ ମୁମ୍ବାଇରେ ସେତେବେଳେ ତାଙ୍କର କୌଣସି ସମ୍ପର୍କୀୟ ନଥିଲେ। ସହରକୁ ନୂଆ ଆସିଥିବାରୁ ଆଦିତ୍ୟ ତାଙ୍କର ବହୁତ ଫାଇଦା ଉଠାଇଥିଲେ। ଏହା ସହ ୨୦୦୪-୨୦୦୬ ମସିହା ମଧ୍ୟରେ ଆଦିତ୍ୟ କଙ୍ଗନାଙ୍କ ସହ ଶାରିରୀକ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରିଥିଲେ। ଥରେ ଏହି ବିଷୟରେ ଅଭିଯୋଗ କରିବା ପାଇଁ ପୋଲିସ ପାଖକୁ ଯିବା ସମୟରେ ପଞ୍ଚୋଲି ତାକୁ ଧମକ ଦେଇଥିଲେ। ୨୦୦୫ ମସିହାରେ କଙ୍ଗନା ଏକ ଫ୍ଲାଟ୍‌କୁ ଶିଫ୍ଟ ହୋଇଥିଲେ। ପଞ୍ଚୋଲି ସବୁବେଳେ ନିଜ ସାଙ୍ଗ ସାଥିଙ୍କ ସହ ଫ୍ଲାଟ୍‌ ଯାଇ ଘରୋଇ ଜିନିଷ ଭଙ୍ଗ ରୁଜା କରୁଥିଲେ। କଙ୍ଗନାଙ୍କୁ ନିୟମିତ ଭାବେ ପ୍ରତାରିତ କରୁଥିଲେ ପଞ୍ଚୋଲି।

୨୦୦୮-୨୦୦୯ ମସିହାରେ କଙ୍ଗନା ନିଜ ଭଉଣୀ ସହ ବାନ୍ଦ୍ରା ଶିଫ୍ଟ କରିଥିଲେ। ସେଠାରେ ମଧ୍ୟ ପଞ୍ଚୋଲି ତାଙ୍କୁ ହଇରାଣ କରୁଥିଲେ। ତାଙ୍କ ଭଉଣୀ କିଛି ଦିନ ରହିବା ପାଇଁ ଆସିଥିଲେ। ସେଠାରେ ମଧ୍ୟ କଙ୍ଗନା ନଥିବା ସମୟରେ ଆଦିତ୍ୟ ତାଙ୍କ ଘରେ ପଶି ତାଙ୍କ ଭଉଣୀଙ୍କ ସହ ଖରାପ ବ୍ୟବହାର କରିଥିଲେ। କେବଳ ସେତିକି ନୁହେଁ ଭଉଣୀଙ୍କ ସହ ମାର ପିଟ୍‌ କରିଥିଲେ। ରଣାୱତ କହିଥିଲେ ଯେ, ତାଙ୍କ ଫଟୋ ଭାଇରାଲ ନକରିବା ପାଇଁ ପଞ୍ଚୋଲି କୋଟିଏ ଟଙ୍କା ଦାବି କରିଥିଲେ । କଙ୍ଗନାଙ୍କ ଅନୁସାରେ ସେ ତାଙ୍କୁ ୫୦ ଲକ୍ଷ ଟଙ୍କା ଦେଇସାରିଥିଲେ । ୫୦ ଲକ୍ଷ ଟଙ୍କା ଦେବା ପରେ କିଛି ସମୟ ଯାଏଁ ତାଙ୍କ ଘରକୁ ଯିବା ଆସିବା ବନ୍ଦ କରିଦେଇଥିଲେ। କିନ୍ତୁ କିଛି ଦିନ ପରେ ଆଉ ୫୦ ଲକ୍ଷ ଟଙ୍କା ନଦେଇଥିବାରୁ ଆଦିତ୍ୟ ଉଭୟ ଭଉଣୀଙ୍କ ସହ ମାରଧର ମଧ୍ୟ କରିଥିଲେ। କଙ୍ଗନାଙ୍କୁ ଷ୍ଟାରଡମ୍‌ ମିଳିବା ପରେ ପଞ୍ଚୋଲି ତାଙ୍କୁ ଅଧିକ ପ୍ରତାରିତ କରିବା ଆରମ୍ଭ କରିଦେଇଥିଲେ ବୋଲି ସେ କହିଥିଲେ। ଏହି ମାମଲା ନେଇ ଜୁଲାଇ ମାସ ୧୯ ତାରିଖରେ ଶୁଣାଣି ହେବ।




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.