ଭାଇରାଲ୍ ହେଲା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟାକୁ ନେଇ ମୁମ୍ବାଇ ପୋଲିସ ଏବଂ କଙ୍ଗନାଙ୍କ ଭଉଣୀଙ୍କ ମଧ୍ୟରେ ହୋଇଥିବା ସିକ୍ରେଟ୍ WhatsApp ଚାଟ୍
23/07/2020 at 11:01 PM

ମୁମ୍ବାଇ ୨୩/୭: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ନେପୋଟିଜମ୍,ଇନସାଇଡର୍ସ ଏବଂ ଆଉଟସାଇଡର୍ସର ବିବାଦ ଜୋରରେ ଧରିଛି। ଅଭିନେତ୍ରୀ କଙ୍ଗନା ରଣଓ୍ବତ ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡର କେତେକ ବଡ଼ ବନ ସେଲେବଙ୍କ ଉପରେ ଟାର୍ଗେଟ୍ କରିଛନ୍ତି। କଙ୍ଗନା ସୁଶାନ୍ତଙ୍କ ମୃତ୍ୟୁକୁ ଯୋଜନାବଦ୍ଧ ହତ୍ୟା ବୋଲି କହିଛନ୍ତି। କଙ୍ଗନା ଏହା ମଧ୍ୟ କହିଛନ୍ତି ଯେ ସେ ଏହି ମାମଲାରେ ମୁମ୍ବାଇ ପୋଲିସର ପୂରା ସହଯୋଗ କରିବାକୁ ଚାହୁଁଛନ୍ତି। ନିକଟରେ କଙ୍ଗନାଙ୍କ ଡିଜିଟାଲ୍ ଟିମ୍ କଙ୍ଗନାଙ୍କ ଭଉଣୀ ଏବଂ ତାଙ୍କ ମ୍ୟାନେଜର ରଙ୍ଗୋଲି ଚନ୍ଦେଲଙ୍କ ହ୍ବାଟସଆପ୍ ଚାଟକୁ ଟ୍ବିଟରରେ ସେୟାର କରିଛନ୍ତି।
କଙ୍ଗନାଙ୍କ ଡିଜିଟାଲ୍ ଟିମ୍ ଏହି ଟ୍ବିଟର କ୍ୟାପସନରେ ଲେଖିଥିଲେ ଯେ କଙ୍ଗନାଙ୍କୁ ଏବେ ଯାଏଁ କୌଣସି ପ୍ରକାରର ଆଧିକାରୀକ ଭାବେ ସମ୍ମତି ମିଳିନାହିଁ। ରଙ୍ଗୋଲିଙ୍କୁ ଗତ ଦୁଇ ସପ୍ତାହରୁ ଅନଧିକାରିକ କଲ୍ସ ଆସୁଛି। କଙ୍ଗନା ନିଜ ବୟାନ ରୁଜୁ କରିବାକୁ ଚାହୁଁଛନ୍ତି କିନ୍ତୁ ମୁମ୍ବାଇ ପୋଲିସରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହା ସେହି ସ୍କ୍ରିନଶର୍ଟ ଯାହା ରଙ୍ଗୋଲି ମୁମ୍ବାଇ ପୋଲିସକୁ ପଠାଇଥିଲେ।

ଏହି ସ୍କ୍ରିନଶର୍ଟରେ ରଙ୍ଗୋଲି ଏବଂ ମୁମ୍ବାଇ ପୋଲିସ ମଧ୍ୟରେ କଥାବାର୍ତ୍ତାକୁ ଦେଖିବାକୁ ମିଳୁଛି। କଙ୍ଗନାଙ୍କ ଭଉଣୀ ରଙ୍ଗୋଲି କହୁଛନ୍ତି ଯେ ଆପଣ ମୁମ୍ବାଇ ପୋଲିସ ତରଫରୁ କାହାକୁ ମଧ୍ୟ ପଠାଇପାରନ୍ତି ଯାହା ଦ୍ବାରା କଙ୍ଗନା ନିଜ ବୟାନ ରୁଜୁ କରିପାରିବେ। ଏଥରେ ମୁମ୍ବାଇ ପୋଲିସ୍ ଅଧିକାରୀ କହୁଛନ୍ତି ଯେ ପ୍ରତି ଦିନ ହିସାବରେ ତଦନ୍ତ ହେଉଛି ,ଏପରି ପରିସ୍ଥିତିରେ ସମ୍ଭବ ନୁହେଁ। ରଙ୍ଗୋଲି ଏହା ପରେ ଏକ ଲମ୍ବା ମ୍ୟାସେଜରେ ଆଶ୍ବାସନା ଦେଉଛନ୍ତି ଯେ ସେ ଏହି ମାମଲାରେ ମୁମ୍ବାଇ ପୋଲିସକୁ ପୂରା ସାହାଯ୍ୟ କରିବାକୁ ଚାହୁଁଛନ୍ତି ଏବଂ କଙ୍ଗନା ମଧ୍ୟ ଚାହୁଁଛନ୍ତି ଯେ ସୁଶାନ୍ତଙ୍କୁ ନ୍ୟାୟ ମିଳୁ। ଏଥିପାଇଁ ସେ ନିଜ ବୟାନ ରୁଜୁ କରିବା ପାଇଁ ମୁମ୍ବାଇ ପୋଲିସର ପ୍ରଶ୍ନର ଅପେକ୍ଷା କରିଛନ୍ତି।
