ଭାରତରେ ଦୁଷ୍କର୍ମକାରୀଙ୍କୁ ବିଚ୍ ରାସ୍ତାରେ ଫାଶୀ ଦେବା ଉଚିତ: ମହିଳାଙ୍କ ସୁରକ୍ଷାକୁ ନେଇ ଏମିତି କହିଲେ ଅଭିନେତ୍ରୀ କଙ୍ଗନା ରନୌତ୍

Published By : Prameya-News7 Bureau | January 12, 2021 IST

ମୁମ୍ବାଇ ୧୨/୦୧ : ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ଗ୍ରହଣ କରିବା ପାଇଁ ଅଭିନେତ୍ରୀ କଙ୍ଗନା ରନୌତ ଦାବି କରିଛନ୍ତି । ଅଭିନେତ୍ରି କହିଛନ୍ତି, ‘ସାଉଦି ଆରବ ପରି ଭାରତରେ ମଧ୍ୟ ଦଣ୍ଡ ସ୍ଥିର କରାଯିବା ଉଚିତ୍ ଏବଂ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଲୋକଙ୍କୁ ବିଚ୍ ରାସ୍ତାରେ ଉପରେ ଫାଶି ଦେବା ଉଚିତ’ । ଭୋପାଳରେ ଗଣମାଧ୍ୟମକୁ ସାକ୍ଷାତକାର ଅବସରରେ ସେ ଆହୁରି ମଧ୍ୟ କହିଛନ୍ତି, ଅନେକ ଜଣ ମହିଳା ସାହସ କରିପାରନ୍ତି ନାହିଁ ସେମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ କହିବା ପାଇଁ । ଅନେକ ସମୟରେ ମହିଳାମାନେ ବଦନାମ ହେବା ଆଶଙ୍କାରେ କାହାକୁ କିଛି ନକହି ଏଭଳି ଭୟଙ୍କର ବ୍ୟଭିଚାରକୁ ସହିଯାନ୍ତି । ଯାହାକୁ ସବୁଠାରୁ ବଡ ଦୁଃଖର ବିଷୟ ବୋଲି କଙ୍ଗନା କହିଛନ୍ତି ।  

କଙ୍ଗନାଙ୍କ କହିବା ଅନୁଯାୟୀ, ଆମ ଦେଶରେ ସାଉଦି ଆରବ ପରି ନିୟମ ହେବା ଦରକାର । ସାଉଦି ଆରବରେ ମହିଳାଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କୁ ଫାଶୀ ଦିଆଯାଏ ଏବଂ ତାହା ପୁଣି ବିଚ୍ ରାସ୍ତା ଉପରେ ଏବଂ ସମସ୍ତଙ୍କ ସାମ୍ନାରେ । ଆମେ ମଧ୍ୟ ଏହିପରି ଉଦାହରଣ ସୃଷ୍ଟି କରିବା ଉଚିତ । ଯାହା ଫଳରେ ଦେଶରେ ମହିଳାମାନଙ୍କ ପ୍ରତି ହେଉଥିବା ବ୍ୟଭିଚାର ଉପରେ ରୋକ ଲାଗିପାରିବ । ନିକଟରେ କଙ୍ଗନା ନିଜର ଆଗାମୀ ଫିଲ୍ମ ‘ଥଲୈବି’ର ସୁଟିଙ୍ଗ୍ ଶେଷ କରିଛନ୍ତି । ଏହି ଫିଲ୍ମରେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ ।  ଏହା ଛଡା ସେ ଫିଲ୍ମ ‘ଧାକଡ୍’ ଏବଂ ‘ତେଜସ୍’ରେ ମଧ୍ୟ ନଜର ଆସିବେ । ଖୁବଶୀଘ୍ର ଏହାର ସୁଟିଂ ମଧ୍ୟ ଆରମ୍ଭ ହେବାକୁ ଯାଉଛି ।  

କଙ୍ଗନା ରନୌତ ଶୁକ୍ରବାର ବାନ୍ଦ୍ରା ପୋଲିସ ଷ୍ଟେସନ୍ ରେ ପହଞ୍ଚି ନିଜର ବୟାନ ଦେଇଥିଲେ ଏବଂ ଏହା ପରେ ସେ ଏକ ଭିଡିଓ ମଧ୍ୟ ଜାରି କରିଥିଲେ । ଭିଡିଓରେ ସେ କହିଛନ୍ତି, ବ୍ୟବସ୍ଥାକୁ ସୁଧାରିବାକୁ ଏବଂ ବିଭିନ୍ନ ସମୟରେ ସମାଜର ହିତ ପାଇଁ ନିଜର ମତ ଦେଉଥିବାରୁ ଅନ୍ୟମାନଙ୍କ ଟାର୍ଗେଟ୍‌ରେ ରହୁଛନ୍ତି । କଙ୍ଗନା ୱାଇ-ପ୍ଲସ୍  ସିକ୍ୟୁରିଟି ସହ ଦିନ ଗୋଟାଏ ବେଳେ ମୁମ୍ବାଇ ପୋଲିସ ଷ୍ଟେସନ୍ ରେ ପହଞ୍ଚି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.