ମାନହାନୀ ମାମଲାରେ ଫସିଲେ କଙ୍ଗନା, ଏହି ନିର୍ଦ୍ଦେଶ ନମାନିଲେ ଜାରି ହେବ ଗିରଫ ପରୱାନା

Published By : Prameya-News7 Bureau | July 27, 2021 IST

ମୁମ୍ବାଇ ୨୭/୦୭ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ ବିବୃତ୍ତି ହେତୁ ପ୍ରତିଦିନ ଚର୍ଚ୍ଚାରେ ରହିଥାନ୍ତି । କଙ୍ଗନାଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ଗୋଟିଏ ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତର ଦାଖଲ କରିଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ଏକ ଇଣ୍ଟରଭ୍ୟୁରେ ଜାଭେଦ ଅଖତରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଏହା ପରେ ଗୀତିକାର ଅଭିନେତ୍ରୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ।

{"width":614,"height":345}
PunjabKesari

ଆଜି ଏହି ମାମଲାର ଶୁଣାଣି ହୋଇଥିଲା। କଙ୍ଗନା କୋର୍ଟର ଶୁଣାଣିରେ ଯୋଗ ଦେଉନାହାଁନ୍ତି, ଯେଉଁଥିପାଇଁ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥି ସହିତ ସେପ୍ଟେମ୍ବର ୧ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ସମୟରେ କୋର୍ଟ କହିଛନ୍ତି ଯେ ଯଦି କଙ୍ଗନା ଏଥର ଶୁଣାଣିରେ ହାଜର ନ ହୁଅନ୍ତି, ତା’ହେଲେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ।

{"width":617,"height":346}
PunjabKesari

ଅଭିନେତ୍ରୀ ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ଏକ ଆପ୍ଲିକେସନ୍ ଦାଖଲ କରି ବ୍ୟକ୍ତିଗତ ଉପସ୍ଥିତିକୁ ନେଇ ନେଇ ରିଲିଫ୍ ମାଗିଥିଲେ। କଙ୍ଗନା କହିଥିଲେ, 'ଜଣେ ଅଭିନେତ୍ରୀ ଭାବରେ ମୋତେ ଦେଶର ଅନେକ କୋଣ ଅନୁକୋଣକୁ ଯିବାକୁ ପଡିଥାଏ। ତେଣୁ ଏପରି ହାଜର ହେବାକୁ ତାଙ୍କୁ କାର୍ଯ୍ୟ ସ୍ଥାନରୁ ମୁମ୍ବାଇ ଫେରିବାକୁ ପଡ଼ିବ । ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.