କଙ୍ଗନାଙ୍କ ନୂଆବର୍ଷ ପାର୍ଟିରେ ନଜର ଆସିଲେ ଅର୍ଜୁନ ରାମପାଲ: ଫଟୋ ସେୟାର କରି ଟ୍ରୋଲ୍ର ଶିକାର ହେଲେ ପଙ୍ଗା କ୍ୱିନ୍
2/01/2021 at 12:05 PM

ମୁମ୍ବାଇ ୦୨/୦୧ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ନିକଟରେ ମୁମ୍ବାଇ ଫେରି ଆସିଛନ୍ତି। ମୁମ୍ବାଇରେ ସେ ନୂଆବର୍ଷ ପାଳନ କରିଛନ୍ତି। ନିଜ ଟିମ୍ ଓ ଫିଲ୍ମ ଜଗତର କିଛି ନିକଟତର ବନ୍ଧୁଙ୍କ ସହ୨୦୨୧କୁ ସ୍ୱାଗତ କରିଛନ୍ତି। କଙ୍ଗନା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଏଙ୍ଗଲ ସାମ୍ନାକୁ ଆସିବା ପରେ ବଲିଉଡକୁ ଟାର୍ଗେଟ୍ କରିଥିଲେ। କିନ୍ତୁ କଙ୍ଗନାଙ୍କ ନୂଆବର୍ଷ ପାର୍ଟିରେ ଅଭିନେତା ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ଗ୍ରେବିଏଲାଙ୍କୁ ଦେଖିବା ପରେ ଟ୍ରୋଲର ଶିକାର ହୋଇଛନ୍ତି।

କଙ୍ଗନା ରଣାୱତ ସଷିଆଳ ମିଡ଼ିଆରେ କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି। ଏହି ଫଟୋରେ ନିର୍ଦ୍ଦେଶକ ରେଜି ଘାଇ ଓ ଡ୍ରଗ୍ସ ମାମଲାରେ ଫସିଥିବା ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡ ମଧ୍ୟ ନଜର ଆସିଛନ୍ତି। ଫଟୋ ସେୟାର କରି କଙ୍ଗନା ରେଜି ଘାଇଙ୍କ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଆମ ଧାକଡ ଟିମ ଓ ଚିଫଙ୍କୁ ଚିୟର୍ସ…ନିର୍ଦ୍ଦେଶକ ରେଜି ଘାଇ ଇଣ୍ଡିଆର ଟପ ଫିଲ୍ମମେକର। ଏଇଟା ତାଙ୍କର ପ୍ରଥମ ଫିଲ୍ମ କିନ୍ତୁ ତାଙ୍କ ସହ କାମ କରିବା ସୌଭାଗ୍ୟର କଥା।’
ଫଟୋରେ କଙ୍ଗନାଙ୍କ ସହ ଅର୍ଜୁନ ରାମପାଲ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ଦେଖିବା ପରେ ଟ୍ରୋଲର୍ସ ତାଙ୍କୁ ନାନା ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର କହିଛନ୍ତି, ବଲିଉଡରେ ଡ୍ରଗ୍ସ କଲଚରକୁ ନେଇ ଏତେ ବୟାନ ଓ ଇଣ୍ଟରଭ୍ୟୁ ଦେବାପରେ ଏମିତି ଜଣେ ବ୍ୟକ୍ତିଙ୍କୁ ପାର୍ଟିକୁ କିଭଳି ଆମନ୍ତ୍ରଣ କରିଛନ୍ତି ଯାହାର ଏନସିବି ଯାଞ୍ଚ ହେଉଛି। ତାଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କର ମଧ୍ୟ ଯାଞ୍ଚ ହେଉଛି।

ଡ୍ରଗ୍ସ ମାମଲାରେ କଙ୍ଗନା ରଣାୱତ ନାନା ପ୍ରତିକ୍ରିୟା ରଖିଛନ୍ତି। ଏହିଭଳି ସ୍ଥିତିରେ ତାଙ୍କ ପାର୍ଟିରେ ଅର୍ଜୁନ ରାମପାଲଙ୍କ ଉପସ୍ଥିତି ଓ ତାଙ୍କ ସହ ଫଟୋ ଉଠାଇବା କଙ୍ଗନାଙ୍କୁ ମହଙ୍ଗା ପଡିଛି। କଙ୍ଗନାଙ୍କ ପ୍ରଶଂସକ ଏଥିପାଇଁ କ୍ରୋଧ ପ୍ରକାଶ କରିଛନ୍ତି।