Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କଙ୍ଗନା ସିଧାସଳଖ କଲେ ଟାର୍ଗେଟ: ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି… ଦେଲେ ବିସ୍ଫୋରକ ବୟାନ, ଶୁଣନ୍ତୁ

15/06/2020 at 7:58 PM

ମୁମ୍ବାଇ୧୫/୬: ବଲିଉଡ୍‌ ଅଭିନେତ୍ରୀ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁରା କଳାଜଗତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ମଧ୍ୟ ଲାଗିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରତିକ୍ରିୟା ବିଲିଉଡ୍‌ରୁ ଆସୁଛି। ଏହି ସମୟରେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣଓ୍ବତ ଏକ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। କଙ୍ଗନା ସିଧାସଳଖ ବଲିଉଡ୍‌କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି। ଦୁର୍ବଳ ମଣିଷ ଡିପ୍ରେସନ ଆସି ଆତ୍ମହତ୍ୟା କରିଥାଆନ୍ତି। କିନ୍ତୁ ସୁଶାନ୍ତ ସେହିଭଳି ମଣିଷ ନୁହଁନ୍ତି। ଗତକିଛି ଦିନ ତଳେ ସୁଶାନ୍ତ କହିଥିବା କଥାକୁ ପୁଣି ଥରେ କଙ୍ଗନା କହିଛନ୍ତି। ସୁଶାନ୍ତ କହିଥିଲେ, ପ୍ଲିଜ୍‌ ତାଙ୍କ ପିଲ୍ମ ଦେଖନ୍ତୁ, ତାଙ୍କର କେହି ଗଡ଼ ଫାଦର ନାହାନ୍ତି। ନ ହେଲେ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବାହାର କରି ଦେବେ। ଏ ଇଣ୍ଡଷ୍ଟ୍ରି କାହିଁକି ତାଙ୍କୁ ନିଜର ଭାବୁ ନାହିଁ। କେଦାନାଥ, ଏମ୍‌ଏସ୍‌ ଧୋନୀ ଏବଂ ଛିଛୋରେ ଭଳି ହିଟ୍ ଫିଲ୍ମକୁ କାହିଁକି ଆଓ୍ବାର୍ଡ ମିଳିଲା ନାହିଁ। ସେ ଆତ୍ମହତ୍ୟା କରିବା ପରେ ବିଭିନ୍ନ ଲୋକ ବିଭିନ୍ନ କଥା କହୁଛନ୍ତି। ଶୁଣନ୍ତୁ କଙ୍ଗନା କଣ କହୁଛନ୍ତି………..

ପଞ୍ଚତତ୍ଵରେ ବିଲୀନ ହୋଇଛନ୍ତି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ମୁମ୍ବାଇର  ଭିଲେ ପାର୍ଲେ ସ୍ଥିତ ସ୍ମଶାନ ଘାଟରେ ସୋମବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ପିତା, ଦାଦା ପୁଅ ଭାଇ, ତିନି ଭଉଣୀ ଏବଂ ଅନ୍ୟ ନିକଟତର ସଂପର୍କୀୟ ସ୍ମଶାନ ଘାଟରେ ଉପସ୍ଥିତ ଥିଲେ। ଏହା ସହିତ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀ ଉପସ୍ଥିତ ରହି ସୁଶାନ୍ତଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି। ଗତକାଲି ସୁଶାନ୍ତ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଥଲେ। ଏ ପର୍ଯ୍ୟନ୍ତ ସୁଶାନ୍ତଙ୍କ ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇ ନାହିଁ। ହେଲେ ସେ ଗତ କିଛି ମାସ ହେବ ମାନସିକ ଚିନ୍ତାରେ ରହୁଥିଲେ। ଭଉଣୀଙ୍କ ଅନୁଯାୟୀ ସେ ନିୟମିତ ଡିପ୍ରେସନ୍‌ ଲାଗି ଔଷଧ ଖାଉଥିଲେ।

   Related Posts