ଡିଜିଟାଲ୍ ପ୍ଲାଟଫର୍ମରେ ପାଦ ରଖିବେ କଙ୍ଗନା, ରିଆଲିଟି ଶୋ’ କରିବେ ହୋଷ୍ଟ

Published By : Prameya-News7 Bureau | July 14, 2021 IST

ମୁମ୍ବାଇ ୧୪/୦୭: ବଲିଉଡର 'ପଙ୍ଗା କ୍ୱିନ୍' ଅଭିନେତ୍ରୀ କଙ୍ଗନା ରଣାୱତ ତାଙ୍କ କଳାକୁ ବିସ୍ତାର କରି ଚାଲିଛନ୍ତି । ସେ ମନୋରଞ୍ଜନ ସହ ଜଡିତ ପ୍ରତ୍ୟେକ କ୍ଷେତ୍ରରେ ପାଦ ଦେଉଛନ୍ତି । ଜଣେ ଅଭିନେତ୍ରୀ ଭାବରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହିତ ସେ ନିଜର ପ୍ରଡକ୍ସନ୍ ହାଉସ୍ ଖୋଲି ଜଣେ ଫିଲ୍ମ ନିର୍ମାତା ମଧ୍ୟ ହୋଇପାରିଛନ୍ତି । ଗୋଟିଏ ପ୍ଲାଟଫର୍ମ ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କଙ୍ଗନା ଛୁଇଁ ନଥିଲେ ତାହା ହେଉଛି ଡିଜିଟାଲ୍ ପ୍ଲାଟଫର୍ମ । କିନ୍ତୁ ବର୍ତ୍ତମାନ ଅପେକ୍ଷାର ସମୟ ଶେଷ ହେବାକୁ ଯାଉଛି । କଙ୍ଗନା କେବଳ ଓଟିଟି ଡେବ୍ୟୁ କରିବାକୁ ଯାଉନାହାଁନ୍ତି ବରଂ ପ୍ରଥମ ଥର ପାଇଁ ଶୋ’ର ହୋଷ୍ଟ ହେବାକୁ ଯାଉଛନ୍ତି । ଶୋ’ର ହୋଷ୍ଟ ଭାବରେ କଙ୍ଗନା ଦର୍ଶକଙ୍କୁ ମନୋରଞ୍ଜନ କରୁଥିବାର ଦେଖିବାକୁ ମିଳିବ ।

କଙ୍ଗନା ଟେମ୍ପ୍ଟେସନ୍ ଆଇଲାଣ୍ଡ୍ ଶୋ’ର ଇଣ୍ଡିଆନ୍ ଆଡପ୍ଟେସନ୍ ସହିତ ଓଟିଟି ଡେବ୍ୟୁ କରିବାକୁ ଯାଉଛନ୍ତି । କଙ୍ଗନା ଏହି ଶୋ’ ପାଇଁ ସାଇନ୍ କରି ସାରିଛନ୍ତି । ଖୁବ୍ ଶୀଘ୍ର ଏହାର ସୁଟିଂ ମଧ୍ୟ ଆରମ୍ଭ ହେବ । ପ୍ରାପ୍ତ ସୂଚନା ଅନୁଯାୟୀ, ଟେମ୍ପ୍ଟେସନ୍ ଆଇଲାଣ୍ଡ୍ ଶୋ’ରେ କପଲ୍ସ ଏବଂ ସିଙ୍ଗଲ୍ ଅଂଶଗ୍ରହଣ କରିଥାନ୍ତି । ଏହି ଶୋ’ ସମୟରେ, ସେମାନଙ୍କର ନିଜ ସାଥୀଙ୍କ ରିଲେସନ୍ ଏବଂ କନେକ୍ସନ୍ ଟେଷ୍ଟ କରାଯାଇଥାଏ । ହୋଷ୍ଟ ଭାବରେ, କଙ୍ଗନାଙ୍କର ଏକ ଭିନ୍ନ ଅବତାର ଫ୍ୟାନ୍ସମାନେ ଦେଖିବାକୁ ଯାଉଛନ୍ତି । କଙ୍ଗନା ରଣାୱତ ସର୍ବଦା ବିଭିନ୍ନ ପ୍ରକାରର ପ୍ରୋଜେକ୍ଟ ହାତକୁ ନେଇଥାନ୍ତି ଏବଂ ତାହାକୁ ସଫଳ କରିଥାନ୍ତି । କଙ୍ଗନାଙ୍କ ପ୍ରତିଭା ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ରଙ୍ଗ ଆଣିବ ବୋଲି ବିଶ୍ୱାସ କରାଯାଉଛି ।

ୱାର୍କ ଫ୍ରଣ୍ଟରେ କଙ୍ଗନା ବର୍ତ୍ତମାନ ବୁଡାପେଷ୍ଟରେ ଅଛନ୍ତି । ସେଠାରେ ସେ ତାଙ୍କର ଚର୍ଚ୍ଚିତ ସ୍ପାଇ ଥ୍ରୀଲର ଫିଲ୍ମ 'ଧାକାଡ'ର ସୁଟିଂ କରୁଛନ୍ତି। ଏହି ଫିଲ୍ମେର ତାଙ୍କ ସହ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଛନ୍ତି ରଜନୀଶ ଘଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.