ସିନେମାରେ ଜୟ ଲଳିତାଙ୍କ ଭଳି ଦେଖା ହେବା ଲାଗି କଙ୍ଗନା ଏମିତି ବଢ଼ାଇଲେ ଓଜନ, ପ୍ରଥମ ଟିଜର ହେଲା ଭାଇରାଲ

Published By : Prameya-News7 Bureau | November 25, 2019 IST

ମୁମ୍ବାଇ୨୫/୧୧: ବଲିଉଡର କ୍ଵିନ୍ କଙ୍ଗନା ରାଣାୱତ ତାଙ୍କର ସବୁ ଫିଲ୍ମରେ ନିଷ୍ଠାର ସହ କାମ କରିବାକୁ ନେଇ ଚର୍ଚ୍ଚାରେ ଥାଆନ୍ତି। ଲୁକ୍ସକୁ ନେଇ ହେଉ କିମ୍ଵା ଅଭିନୟ ସବୁଥିରେ ସେ ତାଙ୍କର ଶତ ପ୍ରତିଶତ ଦେଇଥାନ୍ତି । ଏହା ମଧ୍ୟରେ ସେ ଦିବଙ୍ଗତ ନେତ୍ରୀ ଜୟଲଳିତାଙ୍କ ବାୟୋପିକ୍ ଥଲଇବୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଫିଲ୍ମର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି।

 ଏହି ପୋଷ୍ଟରକୁ ଦେଖିଲେ ଜଣା ପଡୁଛି କି ଜୟଲଳିତାଙ୍କ ଭଳି ଦେଖାଯିବାକୁ ନେଇ କଙ୍ଗନା ଖୁବ୍ ପରିଶ୍ରମ କରିଛନ୍ତି । ଏପରକି ପେଟ ବଢ଼ାଇବା ପାଇଁ କଙ୍ଗନା ହର୍‌ମୋନ ପିଲ୍‌ସ ଟ୍ୟାବଲେଟ୍‌ ମଧ୍ୟ ଖାଇଛନ୍ତି। ରିଲିଜ ହୋଇଥିବା ପୋଷ୍ଟରରେ ତ କଙ୍ଗନାଙ୍କୁ ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି ।

ତାମିଲ, ତେଲୁଗୁ ଓ ହୀନ୍ଦି ଭାଷାରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଏହାର ଟିଜରରେ ଜୟଲଳିତାଙ୍କ ଅଭିନୟ ଜୀବନ ଓ ରାଜନୈତିକ ଜୀବନକୁ ଖୁବ୍ କମ ସମୟ ମଧ୍ୟରେ ଚମତ୍କାର ଭାବେ  ପ୍ରଦର୍ଶିତ କରାଯାଇଛି । ଫଟୋକୁ ଫିଲ୍ମର ପ୍ରଯୋଜକ ବିଷ୍ଣୁ ଇନ୍ଦୁରି ମୁଭିର ଫଟୋ ଓ ଟିଜର ଟ୍ବିଟ୍ କରିଛନ୍ତି । ସେହିପରି ଟିଜରରେ କଙ୍ଗନାଙ୍କୁ ଯେଉଁଭଳି ଭାବରେ ମେକଅପ ଦିଆଯାଇ ଜୟଲଳିତାଙ୍କ ଛାପ ଦିଆଯାଇଛି, ତାହାକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି। ଟିଜର ପ୍ରଥମ ଭାଗରେ କଙ୍ଗନା ଜୟଲଳିତାଙ୍କ ଲୋକପ୍ରିୟ ଗୀତରେ ନାଚୁଥିବା ଦେଖିବାବାକୁ ମିଳିଛି ।

wp:core-embed/instagram {"url":"https://www.instagram.com/tv/B5NExAelMPg/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/tv/B5NExAelMPg/?utm_source=ig_web_copy_link
/wp:core-embed/instagram

 ସେହିପରି ଦ୍ବିତୀୟ ଭାଗରେ ଶହ ଶହ ଲୋକଙ୍କ ଆଗରେ ଜୟାଙ୍କ ପରି ହାତ ହଲାଉଥିବାର ଦେଖାଯାଇଛି । ଏହି ଦୁଇଟି ଦୃଶ୍ୟରେ ତାଙ୍କର ଦୁଇଟି ପେସା ବିଷୟରେ କୁହାଯାଇଛି। ଦିବଂଗତ ଅଭିନେତ୍ରୀ ତଥା ରାଜନେତ୍ରୀ ଜେ. ଜୟଲଳିତାଙ୍କ ଜୀବନୀକୁ ନେଇ ଫିଲ୍ମ ତିଆରି ହେଉଥିବା ଖବର ପୂର୍ବରୁ ଚର୍ଚ୍ଚାର ବିଷୟ ପାଲଟିଥିଲା । ଫିଲ୍ମରେ ଜୟଲଳିତାଙ୍କ ଭୂମିକାରେ ଅଭିନେତ୍ରୀ କଙ୍ଗନାଙ୍କୁ ଦର୍ଶକ ଦେଖିବାକୁ ପାଇବେ ବୋଲି ସୂଚନା ମିଳିଥିବା ବେଳେ ଏବେ ଫିଲ୍ମର ପ୍ରଥମ ପୋଷ୍ଟର ଓ ଟିଜର ରିଲିଜ୍ ହୋଇଛି ।

wp:core-embed/instagram {"url":"https://www.instagram.com/p/B5NFAQ2Fw5w/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/p/B5NFAQ2Fw5w/?utm_source=ig_web_copy_link
/wp:core-embed/instagram

ତାମିଲରେ ଥଲଇବୀ ଏବଂ ହିନ୍ଦୀରେ ଜୟା ନାମକ ଏହି ଫିଲ୍ମକୁ ସାଉଥର ନିର୍ଦ୍ଦେଶକ ଏଏଲ ବିଜୟ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ୨୦୨୦ ଜୁନ ୨୬ରେ ରିଲିଜ୍ ହେବ। ବାହୁବଳୀ ଏବଂ ମଣିକର୍ଣ୍ଣିକାର ଲେଖକ ବିଜୟେନ୍ଦ୍ର ପ୍ରସାଦ ଏହି ଫିଲ୍ମ ଲେଖିଛନ୍ତି। କଙ୍ଗନା ରାଣାୱତଙ୍କ କଥା ଦେଖିବାକୁ ଗଲେ ସେ ଧାକଡରେ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.