Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅଧିନାୟକ ପଦ ଛାଡିଲେ ଡେଭିଡ୍ ଓ୍ଵାର୍ଣ୍ଣର, ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ଵ ନେବେ ଏହି ଖେଳାଳି

1/05/2021 at 4:09 PM

ନୂଆଦିଲ୍ଲୀ ୦୧।୦୫: ଆଇପିଏଲର ୧୪ଶ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦର ନିରାଶଜନକ ପ୍ରଦର୍ଶନ ଜାରି ରହିଛି। ଦଳ ପଏଣ୍ଟ ତାଲିକାର ନିମ୍ନରେ ରହିଛି। ପ୍ରଦର୍ଶନରେ ସୁଧାର କରି ବାକି ମ୍ୟାଚ୍‌ ଜିତିବା ଲକ୍ଷ୍ୟ ନେଇ ଫ୍ରାଞ୍ଚାଇଜି ଏକ ବଡ ନିଷ୍ପତ୍ତି ନେଇଛି। ଦଳ ଚଳିତ ସିଜିନ୍‌ର ବାକି ମ୍ୟାଚ୍ ପାଇଁ ନ୍ୟୁଜିଲାଣ୍ଡର ବରିଷ୍ଠ ଖେଳାଳି କେନ୍ ଓ୍ଵିଲିୟମସନଙ୍କୁ ଅଧିନାୟକ ଦାୟିତ୍ଵ ଦେଇଛି। ବର୍ତ୍ତମାନ ଯାଏଁ ଅଧିନାୟକ ଭାର ଡେଭିଡ ଓ୍ଵାର୍ଣ୍ଣରଙ୍କ ହାତରେ ଥିଲା।

ଚଳିତ ସଂସ୍କରଣରେ ହାଇଦ୍ରାବାଦ ୬ଟି ମ୍ୟାଚ୍‌ରୁ ୫ଟିରେ ପରାସ୍ତ  ହୋଇଛି। ଖୋଦ୍‌ ଡେଭିଡ୍ ଓ୍ଵାର୍ଣ୍ଣର ଅଧିନାୟକଭାର ଚାପରେ ହାତଖୋଲା ସର୍ଟ ମଧ୍ୟ ଖେଳି ପାରୁ ନାହାନ୍ତି। ସେ ରନ ପାଇଁ ସଂଘର୍ଷ କରୁଛନ୍ତି। ହାଇଦ୍ରାବାଦ ପାଖରେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ ଜାସନ ରୟଙ୍କ ମଧ୍ୟ ବିକଳ୍ପ ରହିଛି। ଆଗାମୀ କିଛି ମ୍ୟାଚ୍‌ରେ ରୟ ଦଳରେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ସ୍ଥାନ ନେଇ ପାରନ୍ତି।

ଓ୍ଵିଲିୟମସନ ଆହତ କାରଣରୁ ଆରମ୍ଭରୁ କିଛି ମ୍ୟାଚ୍ ଖେଳି ପାରିନଥିଲେ। ଗତ ଦୁଇଟି ମ୍ୟାଚ୍‌ରେ ସେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି। ସେ ଦମଦାର ବ୍ୟାଟିଂ କରି ଦିଲ୍ଲୀ ବିପକ୍ଷ  ମ୍ୟାଚ୍‌ରେ ୬୬ ରନ କରିଥିଲେ। ଅନ୍ୟପଟେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ଚଳିତ ସିଜିନ୍‌ରେ ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ରହିନାହିଁ। ସେ ୬ଟି ମ୍ୟାଚ୍‌ରେ ୧୯୩ ରନ କରିଛନ୍ତି। ହେଲେ ଷ୍ଟ୍ରାଇକ୍‌ ରେଟ୍ ମାତ୍ର ୧୧୦.୨୮ ରହିଛି। ଏମିତି ଅବସ୍ଥା ମନିଷ ପାଣ୍ଡେଙ୍କ ମଧ୍ୟ।

   Related Posts