ଭାରତରେ ପହଞ୍ଚିଲା ଋଷ କରୋନା ଭ୍ୟାକ୍ସିନ ସ୍ପୁଟନିକ୍-ଭି, ତୃତୀୟ ପର୍ଯ୍ୟାୟ ଟିକାକରଣରେ ହେବ ବେଶ ସହାୟକ

Published By : Prameya-News7 Bureau | May 01, 2021 IST

ନୂଆଦିଲ୍ଲୀ ୦୧।୦୫: ଭାରତରେ କରୋନା ଭ୍ୟାକ୍ସିନର ଅଭାବ ମଧ୍ୟରେ ଋଷର ସ୍ପୁଟନିକ-ଭି ଭ୍ୟାକ୍ସିନ ଦେଶରେ ପହଞ୍ଚି ଯାଇଛି। ହାଇଦ୍ରାବାଦ ବିମାନ ବନ୍ଦରରେ ଶନିବାର ସ୍ପୁଟନିକ୍-ଭି ଟିକା ପହଞ୍ଚିଛି। ଏଠାରୁ ଦେଶର ବିଭିନ୍ନ ସ୍ଥାନକୁ ଟିକା ଯିବ। ତୃତୀୟ ପର୍ଯ୍ୟାୟ ଟିକାକରଣରେ ଏହି ଟିକାକୁ ବ୍ୟବହାର କରାଯିବ।

wp:html /wp:html

ଭାରତରେ ୧୮ରୁ ୪୪ ବର୍ଷର ଲୋକଙ୍କ ଟିକାକରଣ ପାଇଁ ଆଜିଠୁ ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଲକ୍ଷ ଲକ୍ଷ ଲୋକ ଟିକା ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଏହି କ୍ରମରେ ଋଷରୁ ପ୍ରଥମ ବ୍ୟାଚ୍‌ରେ ସ୍ପୁଟନିକ-ଭି ଟିକା ପହଞ୍ଚିଛି। ଏହା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ବେଶ ସହାୟକ ହେବ। ସୂଚନାଯୋଗ୍ୟ, ଆବଶ୍ୟକ ମୁତାବକ ଟିକା ପହଞ୍ଚି ପାରି ନଥିବାରୁ ଦେଶର ଅନେକ ରାଜ୍ୟରେ ମେ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇ ନାହିଁ।

ଭାରତ ନିକଟରେ ଏହି ଟିକାର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେଇଛି। ସ୍ପୁଟନିକ୍-ଭି ଭ୍ୟାକ୍ସିନ ଗମାଲୟା ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ଵାରା ବିକଶିତ କରାଯାଇଛି।

ପ୍ରାରମ୍ଭରେ ଏହ ଭ୍ୟାକ୍ସିନର କ୍ଷମତା ଉପରେ ପ୍ରଶ୍ନ ଉଠିଥିଲା। ମାତ୍ର ପରେ ଚଳିତ ବର୍ଷ ଫେବୃଆରୀରେ ପରୀକ୍ଷଣ ରିପୋର୍ଟ ଦ ଲାସେଣ୍ଟ ପ୍ରକାଶନ କରିବା ପରେ ଭ୍ୟାକ୍ସିନ ନିରାପଦ ଏବଂ ପ୍ରଭାବଶାଳୀ ଥିବା ଦର୍ଶାଯାଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଏହି ଟିକା ୯୧.୬ ପ୍ରତିଶତ ପ୍ରଭାବଶାଳୀ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.