Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଟେଷ୍ଟ ଚାମ୍ପିଅନସିପ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ବଡ ଝଟକା, କେନ୍ ଓ୍ୱିଲମସନ ଆହତ

9/03/2021 at 10:41 AM

ନୂଆଦିଲ୍ଲୀ, ୦୯/୦୩ : ଆଇପିଏଲ ୨୦୨୧ ପାଇଁ ଆଉ ଗୋଟିଏ ମାସ ସମୟ ଅଛି । ତେବେ ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ୱିଲମସନ୍ ସନରାଇଜର୍ସ ହାଇଦ୍ରାବାଦର ଚିନ୍ତା ବଢାଇ ଦେଇଛନ୍ତି । ଓ୍ୱିଲମସନ ଆହତ ହୋଇଛନ୍ତି । ଆଘାତଜନିତ କାରଣରୁ ସେ ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡିଛନ୍ତି । ଏହି ସିରିଜ ମାର୍ଚ୍ଚ ୨୦ରୁ ଆରମ୍ଭ ହେବ । କେବଳ ଏତିକି ନୁହେଁ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ମୁକାବିଲା ପୂର୍ବରୁ ମଧ୍ୟ ଏହା ନ୍ୟୁଜିଲାଣ୍ଡକୁ ଶକ୍ତ ଧକ୍କା ବୋଲି କୁହାଯାଉଛି ।

ଜୁନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳାଯିବ । କିନ୍ତୁ ଏହି ମୁକାବିଲା ପୂର୍ବରୁ ଓ୍ୱିଲମସନଙ୍କ କହୁଣୀରେ ଆଘାତ ଲାଗିଛି । ନ୍ୟୁଜିଲାଣ୍ଡ ମେଡିକାଲ ମ୍ୟାନେଜରଙ୍କ ଡେନ୍ ସିକେଲ୍ କହିଛନ୍ତି ଯେ, ଓ୍ୱିଲମସନ୍ ଗରମ ଦିନରେ ଏହି ଆଘାତସମସ୍ୟା ଦେଇ ଗତି କରୁଛନ୍ତି । ଯଦି କୌଣସି ପରିବର୍ତ୍ତନ ନହୁଏ ତେବେ ତାଙ୍କୁ ବିଶ୍ରାମ ଆବଶ୍ୟକ । ଆସନ୍ତା ସପ୍ତାହରୁ ସେ ବିଶ୍ରାମ ନେଇପାରନ୍ତି ।

ସେହିପରି ଦଳର ମୁଖ୍ୟ କୋଚ୍ ଗାରୀ ଷ୍ଟିଡ୍ କହିଛନ୍ତି ଯେ, ସିରିଜରୁ ଓହରିବା ନିଷ୍ପତ୍ତି ଓ୍ୱିଲମସନଙ୍କ ପାଇଁ କଷ୍ଟକର ଥିଲା । କିନ୍ତୁ ଚଳିତ ବର୍ଷ ସେ ବହୁତ ବ୍ୟସ୍ତ ରହିବେ । ସେ ଶୀଘ୍ର ଭଲ ହେବେ ବୋଲି ଆଶା କରାଯାଉଛି । କାରଣ ଦଳ ଜୁନରେ ଇଂଲଣ୍ଡ ଗସ୍ତ କରିବ । ଏଠାରେ ଭାରତ ସହ ଟେଷ୍ଟ ଚାମ୍ପିଅନସିପ ଖେଳାଯିବ ବୋଲି ସେ କହିଛନ୍ତି ।

   Related Posts