୨ବର୍ଷ ତଳେ ଯୋଡିହୋଇ ଦିଲ୍ଲୀ ଯାଇଥିଲେ କନ୍ଧମାଳର ଜଗା କାଳିଆ, ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଏବେ ଫେରିବେ ଅଲଗା ହୋଇ

Published By : Prameya-News7 Bureau | June 29, 2019 IST

ନୂଆଦିଲ୍ଲୀ ୨୯|୬: ରାଜ୍ୟରେ ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଏତିକିବେଳେ ଆସିଛି ଜଗାକାଳିଆଙ୍କ ଫେରିବା ଖବର।  । ବିରଳ କନଜଏନ୍‌ଡ ଶିଶୁ ଅପରେସନ ପରେ ଅଲଗା ହୋଇ ଖୁବଶୀଘର ଘରକୁ ଫେରିବେ । ଏନେଇ ଆଜି ଓଡ଼ିଶା ସରକାରଙ୍କ ୪ ଜଣ ଅଧିକାରୀଙ୍କ ସହ ଏମ୍ ସ ର ବରିଷ୍ଠ ଡାକ୍ତରଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି । ସପ୍ତାହକ ମଧ୍ୟରେ ରାଜ୍ୟ ସରକାରଙ୍କୁ ଏକ ଆଡ୍‌ଭାଇଜର ଜାରି କରାଯିବ ।

{"id":128660}

ବାହୁଡିବେ ଜଗା-କାଳିଆ। ଏକାଠି ହୋଇ ଯାଇଥିଲେ, ଅଲଗା ହୋଇ ଫେରିବେ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଯୋଡାମୁଣ୍ଡ ଶିଶୁ ଖୁବଶୀଘ୍ର ଡିସଚାର୍ଜ ହେବେ । ଏବେ ଉଭୟ ସଂପୂର୍ଣ୍ଣ ସୁସ୍ଥ ଥିବା ଦିଲ୍ଲୀ ଏମ୍‌ସ ଡାକ୍ତର ସୂଚନା ଦେଇଛନ୍ତି । ଏ ଫଟୋକୁ ଦେଖିଲେ ପୁରା ଫିଟ୍ ଥିବା ଭଳି ଜଣାପଡୁଛନ୍ତି ।

{"id":128661}

ଜଗା, କାଳିଆକୁ ଗେଲ କରୁଛି । ଦୁହେଁ ବେଡରେ ହସ ହସ ମୁହଁରେ ବସିଛନ୍ତି । ଆଜି ଫେରିବା ନେଇ ଦିଲ୍ଲୀ ଏମ୍‌ସର ବୋର୍ଡରୁମ୍‌ରେ ରାଜ୍ୟ ସରକାରଙ୍କ ୪ ପ୍ରତିନିଧି ଓ ଏମ୍‌ସ୍‌ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏମସ ପକ୍ଷରୁ ଜଗାକାଳିଆଙ୍କ ସ୍ବାସ୍ଥ୍ୟବସ୍ଥା କିପରି ଯତ୍ନ ନିଆଯିବ, ସେମାନେ କେଉଁଠି ଚିକିତ୍ସିତ ହେବେ ସେ ନେଇ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କୁ ଏକ ଆଡ୍‌ଭାଇଜର ଜାରି କରାଯିବ । ଏହାପରେ ଜଗା କାଳିଆଙ୍କୁ ଓଡ଼ିଶା ଅଣାଯିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଏମ୍‌ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।   

{"id":128662}

ଏପଟେ ଜଗାକାଳିଆ ଫେରିବା ପାଇଁ ରାଜ୍ୟ ସରକାର ପୁରା ପ୍ରସ୍ତୁତ ଅଛନ୍ତି । ଦିଲ୍ଲୀ ଏମସରୁ ଜଗା କାଳିଆ ଫେରିବା ନେଇ NRHM ନିର୍ଦ୍ଦେଶକ, ଦିଲ୍ଲୀ ଏମ୍ ସ ସହ କଥାବାର୍ତ୍ତା ହୋଇଛନ୍ତି । ଓଡ଼ିଶା ଫେରିବା ସମୟରେ ସେମାନଙ୍କ ସହିତ ଦିଲ୍ଲୀ ଏମ୍ସର ୮ଜଣ ଡାକ୍ତର ଆସିବେ ।

{"id":128664}

ପୂର୍ବରୁ ଜଗା କାଳିଆଙ୍କୁ ଓଡ଼ିଶା ଆଣିବା ପାଇଁ ଦିଲ୍ଲୀ ଏମ୍ସ ପକ୍ଷରୁ ଏୟାର ଆମ୍ବୁଲାନ୍ସ ମଗାଯାଇଥିବା ବେଳେ ଏବେ ଟ୍ରେନ ଯୋଗେ ଆସିପାରିବେ ବୋଲି କୁହାଯାଇଛି । ତେବେ କେଉଁ ଦିନ ସେମାନେ ଡିସଚାର୍ଜ ହେବେ, କେଉଁଠି ଚିକିତ୍ସା ହେବେ, ସେ ନେଇ ଦିଲ୍ଲୀ ଏମସର ଡାକ୍ତର ନିଷ୍ପତ୍ତି ନେବେ । ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । 

{"id":128665}

୨ ବର୍ଷ ତଳେ ଦିଲ୍ଲୀ ଏମ୍‌ସରେ କନ୍ଧମାଳର ଏହି ଯୋଡାମୁଣ୍ଡ ଶିଶୁଙ୍କ ସଫଳ ଅସ୍ତ୍ରୋପଚାର ହୋଇଥିଲା । ଏବେ ଜଗା-କାଳିଆ ସୁସ୍ଥ ହୋଇ ଓଡିଶା ଫେରିବା ଖବର ଶୁଣିବା ପରେ ସମସ୍ତଙ୍କ ଖୁସି କହିଲେ ନସରେ ।

{"id":128666}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.