ରକ୍ତଦାନ କରି ଶିଶୁର ଜୀବନ ବଞ୍ଚାଇଲେ କନ୍ଧମାଳ ଏସ୍ପି ପ୍ରତୀକ ସିଂ
2/11/2019 at 5:26 PM

କନ୍ଧମାଳ ୨।୧୧: ରକ୍ତଦାନ ଏକ ମହତଦାନ । ଏହାର ମହତ୍ବ ବୁଝିବା ସହ ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି କନ୍ଧମାଳ ଯୁବ ଏସପି ପ୍ରତୀକ ସିଂ ରକ୍ତଦାନ କରି ଏକ ଶିଶୁର ଜୀବନ ବଂଚାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଅନ୍ୟମାନେ ମଧ୍ୟ ଜୀବନରେ ଅନ୍ତତଃ ଥରେ ରକ୍ତଦାନ କରିବା ଜରୁରୀ ବୋଲି କହିଥିଲେ ଏସପି ପ୍ରତୀକ ସିଂ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ସିକରମାହା ଗ୍ରାମର ରାଲୁ ଦିଗାଲଙ୍କ ୭ ବର୍ଷର ଝିଅ ଅପିନ ସିକିଲସେଲ ରୋଗରେ ପୀଡିତ। ଶୁକ୍ରବାର ଅପିନକୁ ରକ୍ତ ଦେବାଲାଗି ଡାକ୍ତର ଦିନ ଧାର୍ଯ୍ୟ କରିଥିଲେ । ପରିବାର ଲୋକେ ଚେଷ୍ଟା କରିଥତ୍ଲେ ମଧ୍ୟ ରକ୍ତ ସଂଗ୍ରହ କରିପାରିନଥିଲେ । ଏଣେ ରକ୍ତ ଭଣ୍ଡାରରେ ମଧ୍ୟ ସେହି ଗ୍ରପର ରକ୍ତ ନଥିଲା । ଝିଅର ଅବସ୍ଥା ବିଗିଡିବାରେ ଲାଗିଲା। ରକ୍ତ କେଉଠୁ ଯୋଗାଡ କରିବେ ବୋଲି ଚିନ୍ତାରେ ଥିଲେ ରାଲୁ ଦିଗାଲ। ଏହି ସମୟରେ ଟିମ୍ ହୁୟମାନିଟିର ମୁଖ୍ୟ ସଂଯୋଜକ ତଥା ଫୁଲବାଣୀ ରକ୍ତଦାନ ସମିତିର ଅଗ୍ରଣୀ ସଦସ୍ୟ ଭି.ଲୋକନାଥ ରାଜୁ ଖବର ପାଇ କନ୍ଧମାଳ ଏସପିଙ୍କୁ ଯୋଗାଯୋଗ କରିବାପରେ ଏସପି ରକ୍ତ ଦେବାଲାଗି ଆଗଭର ହୋଇ ଆସି ରକ୍ତ ଭଣ୍ଡାରରେ ପଂହଚି ରକ୍ତଦାନ କରିଥିଲେ । ଫଳରେ ଶିଶୁର ଜୀବନ ବଂଚିଯାଇଥିବାରୁ ପରିବାର ଲୋକେ କନ୍ଧମାଳ ଏସପି ପ୍ରତୀକ ସିଂଙ୍କୁ କୃତଜ୍ଞତା ଜଣାଇଥିଲେ ।