Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ଦଶହରା ଛୁଟି ସରିଲା ପରେ ମଧ୍ୟ କନ୍ଦମାଳ ଜିଲ୍ଲାର ଅଧିକାଂଶ ସ୍କୁଲର ଖୋଲିନଥିଲା ତାଲା, ହତାଶ ହୋଇ ଛାତ୍ରଛାତ୍ରୀ ଫେରିଲେ ଘରକୁ

27/10/2018 at 7:11 PM

ଫୁଲବାଣୀ ୨୭|୧୦: ଦଶହରା ଛୁଟି ସରିଲା । ରାଜ୍ୟର ସବୁ ଯାଗାରେ ସରକାରୀ ସ୍କୁଲ ଖୋଲିଲା । ହେଲେ କନ୍ଧମାଳ ଜିଲ୍ଲାରେ ନା’ ମାଷ୍ଟରଙ୍କର ଦେଖାମିଳିଲା ନା’ ଜିଲ୍ଲା ଶିକ୍ଷା ଅଧିକାରୀଙ୍କର । ପିଲାମାନେ ସ୍କୁଲକୁ ଯାଇ ଗେଟ୍‌ ପାଖରେ ଅପେକ୍ଷା କରି କରି ଘରକୁ ଫେରିଲେ ପଛକେ କାହାରି ଦେଖା ମିଳିଲାନି । ଜିଲ୍ଲାର ୧୫ରୁ ଅଧିକ ସ୍କୁଲରେ ପଡ଼ିଥିଲା ତାଲା । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ଅଭିଭାବକ ମହଲରେ ଦେଖିବାକୁ ମିଳିଥିଲା ତୀବ୍ର ପ୍ରତିକ୍ରିୟା ।…..

ଅକ୍ଟୋବର ୨୫ । ଦଶହରା ଛୁଟି ପରେ ରାଜ୍ୟର ସବୁ ଜିଲ୍ଲାରେ ଖୋଲିଲା ସ୍କୁଲ । ହେଲେ କନ୍ଧମାଳ ଜିଲ୍ଲାରେ ଦେଖିବାକୁ ମିଳିଲା ବ୍ୟତିକ୍ରମ । ଜିଲ୍ଲାର ୧୫ରୁ ଅଧିକ ସରକାରୀ ସ୍କୁଲରେ ଖୋଲିନଥିଲା ତାଲା । ଶିକ୍ଷକ ଆସିନଥିବାରୁ ପିଲାଏ ସ୍କୁଲ ଗେଟ୍‌ ପାଖରେ ଅପେକ୍ଷା କରି କରି ଶେଷରେ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ । ଜିଲ୍ଲାର କୋଟଗଡ଼ ବ୍ଲକ ଗୁମୁରୁମାହା ପଞ୍ଚାୟତରେ ଥିବା ମାଲିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସେମିତି ଏକ ସ୍କୁଲ । ଆଉ ଏକ ସ୍କୁଲ ହେଉଛି ଗୁମୁରୁମାହା ସରକାରୀ ଆବାସିକ ସେବାଶ୍ରମ । ଖାଲି ଏ ଦୁଇଟି ସ୍କୁଲ ନୁହେଁ,  ଗୁମୁରୁମାହା ପଞ୍ଚାୟତର ତୁଆଗୁଡ଼ା, ଲିପଡ଼ାମାହା, ମେହରଗୁଡ଼ା, ଲଦିମାହା, କିଆମାହା, ଅଲସରୁ, ପଣ୍ଡାମାହା ଏବଂ ଯୁବାଗୁଡ଼ା ପଞ୍ଚାୟତର ମୁରଂଜେବାଲି, ସୁବର୍ଣ୍ଣଗିରି ପଞ୍ଚାୟତର ବୁଡ଼ୁକି, ଓରା ପଞ୍ଚାୟତର ଧୂଆଁବାଡ଼ା ଆଦି ଅଂଚଳରେ ଥିବା ସ୍କୁଲ ଗୁଡ଼ିକରେ ମଧ୍ୟ ତାଲା ଖୋଲିନଥିଲା । କାହିଁକି ନା ପିଲାଙ୍କର ଛୁଟି ସିନା ସରିଗଲା, ହେଲେ ଏସବୁ ସ୍କୁଲରେ ନିଯୁକ୍ତି ପାଇଥିବା ମାଷ୍ଟରମାନଙ୍କର ପୂଜା ଛୁଟି ସରିନଥିଲା ।

ଉପାନ୍ତ ଅଂଚଳରେ ଥିବା ସ୍କୁଲ ଗୁଡ଼ିକର ଏ ଚିତ୍ର ନୂଆ ନୁହେଁ । ବର୍ଷର ଅଧାଦିନ କୋଉଠି ଶିକ୍ଷକ ଆସୁନଥିବାରୁ ସ୍କୁଲ ବନ୍ଦ ରହୁଛି ତ ଆଉ କୋଉଠି ପିଲାଙ୍କୁ ନିୟମିତ ମଧ୍ୟାହ୍ନ ଭୋଜନ ମଧ୍ୟ ମିଳୁନି । ପିଲା ପାଠ ପଢ଼ିବାକୁ ଚାହୁଁଥିଲେ ମଧ୍ୟ ଶିକ୍ଷା ବିଭାଗର ଆନ୍ତରିକତା ଅଭାବରୁ ସଭିଏଁ ପଢ଼ନ୍ତୁ, ସଭିଏଁ ବଢ଼ନ୍ତୁ ନାରା କେବଳ ନାରାରେ ହିଁ ରହିଯାଇଛି ।

ବିଦ୍ୟାଳୟଗୁଡ଼ିକରେ ଶିକ୍ଷକଙ୍କ ଅନୁପସ୍ଥିତି ଯୋଗୁଁ ତାଲା ଖୋଲିନଥିବା ଦେଖି ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲୁ । ଆଉ ସେଠି ବି ଦେଖିବାକୁ ମିଳିଲା ସେଇ ସମାନ ଚିତ୍ର । ମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମଧ୍ୟ ଛୁଟି ସରିନଥିଲା । ଆଉ ଅଫିସରେ ପଡ଼ିଥିଲା ତାଲା । ଶେଷରେ ବହୁକଷ୍ଟରେ କୋଟଗଡ଼ ବିଇଓଙ୍କ ଦେଖା ମିଳିଥିଲା । ପଚାରିବାରୁ କହିଥିଲେ ଅଭିଯୋଗ ଆସିଲେ ତଦନ୍ତ ହେବ । କାହିଁକି ଉପାନ୍ତ ଅଂଚଳରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରୁନି ?  ସେକଥା ବୁଝିବାକୁ ନା’ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ସମୟ ଅଛି ନା’ ବିଭାଗୀୟ ବଡ଼ ବାବୁମାନଙ୍କ  ଆନ୍ତରିକତା । ତେଣିକି କେବଳ ମୋଟା ଅଙ୍କର ଦରମା ନେଇ କାଗଜ କଲମରେ ଚାଲିଛି ପ୍ରାଥମିକ ଶିକ୍ଷାର ବିକାଶ କାର୍ଯ୍ୟକ୍ରମ ।

   Related Posts