Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କଂଗ୍ରେସରେ ଯୋଗଦେବା ପାଇଁ ରାହୁଲଙ୍କୁ ଚିଠି ଲେଖିଲେ ବିଜେଡି ଛାଡିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ

20/03/2019 at 8:22 PM

ଭୁବନେଶ୍ବର୨୦|୩: ଟିକେଟ ନମିଳିବାରୁ ବିଜେଡି ଛାଡିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ କଂଗ୍ରେସରେ ଯୋଗ ଦେବା ପାଇଁ ମନସ୍ଥ କରିଛନ୍ତି । ଏଥିପାଇଁ ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ସହ ସେ ଆଲୋଚନା କରିବା ସହିତ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି । ପ୍ରତ୍ୟୁଷା କହିଛନ୍ତି ଯେ, ଯେ କୌଣସି ମତେ ନୟାଗଡ ନିର୍ବାଚନମଣ୍ଡଳିରୁ ନିର୍ବାଚନ ଲଢିବେ । ତେଣୁ ସେ ଏହି ନିର୍ବାଚନ କଂଗ୍ରେସ ଟିକେଟରେ ଲଢିବାକୁ ଚାହୁଁଛନ୍ତି ।

କନ୍ଧମାଳର ପୂର୍ବତନ ସାଂସଦ ହେମେନ୍ଦ୍ର ନାରାୟଣ ସିଂଙ୍କ ଦେହାନ୍ତ ପରେ ଉପ ନିର୍ବାଚନରେ ପ୍ରତ୍ୟୁଷାଙ୍କୁ ବିଜେଡି କନ୍ଧମାଳରୁ ପ୍ରାର୍ଥୀ କରିଥିଲା । ପ୍ରତ୍ୟୁଷା ନିର୍ବାଚନ ଜିତିଥିଲେ । ତେବେ ଚଳିତ ଥର ପ୍ରତ୍ୟୁଷା ନିଜ  ବିଧାନସଭା ନିର୍ବାଚନମଣ୍ଡଳି ନୟାଗଡରୁ ଟିକେଟ ଦେବା ପାଇଁ ନବୀନଙ୍କୁ ଅନୁରୋଧ କରିଥିଲେ ।

କିନ୍ତୁ ନବୀନ ତାଙ୍କୁ ନୟାଗଡ ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ କରିବା ପାଇଁ ମନା କରିଦେଇଥିଲେ । କେବଳ ସେତିକି ନୁହେଁ କନ୍ଧମାଳ ଆସନରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ଟିକେଟ ମଧ୍ୟ ଦେଲେନି । କନ୍ଧମାଳ ଆସନରୁ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଦଳ ପ୍ରାର୍ଥୀ କରିଛି ।

   Related Posts