Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଆସନ୍ତା ୨୩ତାରିଖରେ କଂଗ୍ରେସରେ ଯୋଗଦେବେ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ

21/03/2019 at 12:30 PM

ଭୁବନେଶ୍ବର ୨୧|୩ : ଆସନ୍ତା ୨୩ ତାରିଖରେ କଂଗ୍ରେସରେ ଯୋଗଦେବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ । ନୟାଗଡରେ ଏକ ସାଧାରଣ ସଭାରେ ଯୋଗ ଦେବାର ରହିଛି କାର୍ଯ୍ୟକ୍ରମ । କଂଗ୍ରେସର ଓଡିଶା ରାଜ୍ୟ ଅସ୍ଥାୟୀ ପ୍ରଭାରୀ ଟି.ଏସ୍‌ ସିଂହଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିବେ ବୋଲି ସ୍ଥିର ହୋଇଛି । ଟିକଟ ନମିଳିବାରୁ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରତ୍ୟୁଷା । ଗତକାଲି ମଧ୍ୟ ସେ ରାହୁଲଙ୍କୁ ଚିଠି ଲେଖି କଂଗ୍ରେସରେ ଯୋଗଦେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ନୟାଗଡ ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଥିବା ପୂର୍ବରୁ ପ୍ରକାଶ କରିସାରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୧୪ ମସିହାରେ କନ୍ଧମାଳର ବିଜେଡି ସାଂସଦ ଥିବା ସ୍ବାମୀ ହେମେନ୍ଦ୍ର ନାରାୟଣ ସିଂହଙ୍କ ବିୟୋଗ ପରେ ଅନୁଷ୍ଠିତ ଉପନିର୍ବାଚନରେ ପ୍ରତ୍ୟୁଷା ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ । ଚଳିତଥର କିନ୍ତୁ ପ୍ରତ୍ୟୁଷାଙ୍କୁ ବିଜେଡି କନ୍ଧମାଳ ଲୋକସଭା ପ୍ରାର୍ଥୀ କରିନଥିଲା । କନ୍ଧମାଳରୁ ବିଜେଡି ରାଜ୍ୟସଭା ସାଂସଦ ଅତ୍ୟୁତ ସାମନ୍ତଙ୍କୁ ପ୍ରାର୍ଥୀ କରିଛି । ଏହାପରେ ନୟାଗଡ ବିଧାନସଭା ଆସନରୁ ଟିକଟ ଦେବା ପାଇଁ ବିଜେଡି ହାଇକମାଣ୍ଡ ନବୀନଙ୍କୁ ପ୍ରତ୍ୟୁଷା ଅନୁରୋଧ କରିଥିଲେ । କିନ୍ତୁ ପ୍ରତ୍ୟୁଷାଙ୍କୁ ଗ୍ରୀନ୍ ସିଗନାଲ ଦେଇନଥିଲେ ନବୀନ । ଏଥିରେ କ୍ଷୁବ୍ଧ ହୋଇ ପ୍ରତ୍ୟୁଷା ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତଫାରେ ସେ ନୟାଗଡ ବିଧାୟକ ଅରୁଣ ସାହୁ ଏବଂ କନ୍ଧମାଳ ପର୍ଯ୍ୟବେକ୍ଷକ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ବିରୋଧରେ ବିଷୋଦଗାର କରିଥିଲେ ।

ପ୍ରତ୍ୟୁଷା ରାଜେଶ୍ବରୀ ସିଂହ କଂଗ୍ରେସରେ ମିଶିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି ପ୍ରତ୍ୟୁଷା ଦଳରେ ମିଶିବା ନେଇ ଚିଠି ଲେଖି ଜଣାଇ ସାରିଛନ୍ତି । ଆସନ୍ତା ୨୩ ନଚେତ୍ ୨୪ ତାରିଖରେ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ବିଜେପିରେ ମିଶିବେ ବୋଲି ନିରଞ୍ଜନ କହିଛନ୍ତି ।

   Related Posts