ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ପିଣ୍ଟୁର ଏମିତି କରୁଣ ଅବସ୍ଥା ପାଇଁ ଦାୟୀ କିଏ ? କିଏ ଫେରେଇବ ତା ଭାଗ୍ୟ ଆଉ ଭବିଷ୍ୟତ ?

3/12/2018 at 5:31 PM

ଫୁଲବାଣୀ ୩|୧୨: ଗାଁ ଗହଳିରେ ରହୁଥିବା ଗରିବଙ୍କୁ ସ୍ବାସ୍ଥ୍ୟ ଯୋଗାଇବାକୁ ସରକାରଙ୍କ କେତେ କଣ ଯୋଜନା । ହେଲେ ସରକାର ଯେଉଁମାନଙ୍କୁ ଆଖିରେ ରଖି ଏ ଯୋଜନା ସବୁ କରୁଛନ୍ତି, ସତରେ କଣ ସେମାନେ ଏ ଯୋଜନାର ଫାଇଦା ନେଇପାରନ୍ତି ?  କନ୍ଧମାଳ ଦବେଡ଼ି ଗାଁର ୯ ଶ୍ରେଣୀ ଛାତ୍ର ପିଣ୍ଟୁର ହାଲ୍ ଦେଖିବା ପରେ ଆପଣ ଜାଣିଯିବେ, ଆମ ଯୋଜନା କେତେ ସଫଳ ? 

ପାଠ ପଢ଼ା, ଖେଳ ବୁଲ ବୟସ । ହେଲେ ଏ ବୟସରେ ସେ ଖଟରେ ପଡ଼ିଛି । ତାର ଗୋଟେ ଗୋଡ଼ ଫୁଲିକରି ରହିଛି । ଅନ୍ୟ ଗୋଡ଼ଟି ପୁରା ସରୁ ହୋଇଯାଇଛି ।ଦେହର ଶିରା ସବୁ ଉପରକୁ ଦେଖାଯାଉଛି । ଶରୀର ଏତେ ଦୁର୍ବଳ ଯେ ତା ହାଡ଼ ଗଣି ହୋଇଯିବ । ଏମିତି ଅବସ୍ଥାରେ ଆଉ ଚଲାବୁଲା କରିପାରୁନି କନ୍ଧମାଳ ଦବେଡ଼ି ଗାଁର ପିଣ୍ଟୁ ।ସବୁ ବେଳେ ଖଟ ଉପରେ ପଡ଼ିକି ରହୁଛି  । କିଏ ମୁଠାଏ ଖୁଆଇ ଦେଲେ ଖାଏ । କଳିଙ୍ଗା ସ୍ଥିତ ଆଦିବାସୀ ମଙ୍ଗଳ ବିଭାଗ ହାଇସ୍କୁଲ ହଷ୍ଟେଲରେ ରହି ନବମ ଶ୍ରେଣୀରେ ପାଠ ପଢ଼ୁଥିଲା ପିଣ୍ଟୁ । ଶୋଇଥିବା ବେଳେ ଖଟରୁ ପଡ଼ିଗଲା । ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା । ହେଲେ ଦାୟିତ୍ବରେ ଥିବା ଶିକ୍ଷକ  ପିଣ୍ଟୁର ଉପଯୁକ୍ତ ଚିକିତ୍ସା କରିବା ବଦଳରେ ବ୍ୟାଣ୍ଡେଜ୍ ଗୁଡ଼ାଇ  ଘରକୁ ପଠାଇଦେଲେ ।ଆଉ ତା ପରେ ସଂକ୍ରମଣ ବଢି ବଢ଼ି ଏମିତି ଅବସ୍ଥା ।

ପିଣ୍ଟୁର ବାପା ଯକ୍ଷ ପ୍ରଧାନ  ଦିନ ମଜୁରିଆ ।  ଖଟିଲେ ପେଟ ପାଇଁ ଦାନା ଯୋଗାଡ଼ ହୁଏ । ଏମିତି ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ କୋଉଠୁ ଆସିବ ଅର୍ଥ ? ସେପଟେ ଶଯ୍ୟାଶାୟୀ ପୁଅର ଭଲ ମନ୍ଦ ବୁଝିବାକୁ ମା ବି ନାହିଁ । ବର୍ଷେ ତଳୁ ରୋଗରେ ପଡ଼ି ଆରପାରିକୁ ଚାଲିଯାଇଛନ୍ତି ସେ ।

ଏତେ ଯୋଜନା । ହେଲେ ସବୁ ଯେମିତି ଯୋଜନ ଦୂରରେ ଏଇ କିଶୋର ପିଣ୍ଟୁଠୁ…

   Related Posts