ବର୍ଷ ବର୍ଷ ଧରି ଅଚଳ ହୋଇପଡ଼ିଛି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ,ହନ୍ତସନ୍ତ ହେଉଛନ୍ତି ଚାଷୀ

Published By : Prameya-News7 Bureau | August 28, 2019 IST

ଫୁଲବାଣୀ ୨୮।୮- କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ରାଇକିଆ ଓ ଦାରିଙ୍ଗିବାଡ଼ି ଅଂଚଳରେ ବର୍ଷ ବର୍ଷ ଧରି ୫ ପାଞ୍ଚଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଚଳ ହୋଇପଡ଼ିଛି  । ଫଳରେ ଚାଷୀ ଜମିରେ ପାଣି ମଡାଇ ପାଇପାରୁ ନାହାନ୍ତି । ଦିନ ଥିଲା ଏହି ପ୍ରକଳ୍ପ ଗୁଡ଼ିକ ଖରିଫ ଋତୁରେ ୫୦ହେକ୍ଟର ଏବଂ ରବି ଋତୁରେ ୧୫ହେକ୍ଟର ଚାଷଜମିକୁ ଜଳସେଚିତ କରିପାରୁଥିଲା । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ  ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇପଡ଼ିରହିଛି ।

{"id":150213}

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କରାଯାଇଥିଲେ ବି ତାହା ଏବେ ଚାଷୀଙ୍କ କାମରେ ଲାଗୁନି । ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା ବିଶ୍ବବ୍ୟାଙ୍କର ସହାୟତାରେ ପ୍ରାୟ ୫କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ପ୍ରକଳ୍ପ ଗୁଡ଼ିକର ମରାମତି କରାଯିବ । ଏଥି ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଯାିଛି । ଟେଣ୍ଡର ସରିଲେ କାମ କାମ ଆରମ୍ଭ ହେବ ।

{"id":150214}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.