Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କାନ୍ଦାହାର ପ୍ଲେନ୍ ହାଇଜାକ୍‌କୁ ପୂରିଲା ୨୧ ବର୍ଷ : କିପରି ଥିଲା ସେହି ଲୋମଟାଙ୍କୁରା ଘଟଣା? କାହିଁକି ୩ ଦୁର୍ଦ୍ଦାନ୍ତ ଆତଙ୍କୀଙ୍କୁ ଛାଡିଥିଲା ଭାରତ?

24/12/2020 at 5:38 PM

ନୂଆଦିଲ୍ଲୀ ୨୪/୧୨ : ଡିସେମ୍ବର ୨୪ ତାରିଖ ୧୯୯୯ ମସିହା, ଖବର ଆସିଲା କାଠମାଣ୍ଡୁରୁ ଦିଲ୍ଲୀ ଆସୁଥିବା I C-814 ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଛନ୍ତି । ସାରା ଦେଶରେ ଏହି ଖବର ବିଜୁଳି ବେଗରେ ବ୍ୟାପିଗଲା । ବିମାନରେ ଥିଲେ ମୋଟ ୧୭୬ ଜଣ ଯାତ୍ରୀ ଏବଂ ୧୫ ଜଣ କ୍ରୁ ମେମ୍ବର । ପ୍ଲେନ୍‌ ହାଇଜାକ୍ ଖବର ମଳିବା ପରେ ବିଚଳିତ ହୋଇ ଉଠିଥିଲେ କେନ୍ଦ୍ର ସରକାର ।

ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ଛାଡିବା ପ୍ରତିବଦଳରେ ଆତଙ୍କବାଦୀମାନେ ଗୋଟିଏ ବଡ ସର୍ତ୍ତ ରଖିଥିଲେ । ତାହା ହେଉଛି ଭାରତର ଜେଲରେ ଥିବା ୩ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ମୁକୁଳାଇବା । ଯାତ୍ରୀଙ୍କୁ ରକ୍ଷା କରିବା ପାଇଁ ସେତେବେଳେ ଭାରତ ସରକାର ବାଧ୍ୟ ହୋଇ ୩ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ମାସୁଦ ଆଝାର, ଉମର ଶେଖ୍ ଓ ଅହମ୍ମଦ ଜରଗରକୁ ଛାଡିଥିଲେ । ତେବେ ଘଟଣାର ୨୧ ବର୍ଷ ପରେ କେଉଁଠି ଅଛନ୍ତି ୩ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ?

ମାସୁଦ ଆଝାର

ସୂଚନା ଅନୁସାରେ ଭାରତ କବଜାରୁ ଖସିଯିବା ପରେ ମାସୁଦ ଆଝାର ପାକିସ୍ତାନରେ ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଗଠନ କରିଥିଲା ଯାହାକି ଏବେ ମଧ୍ୟ ବେଶ ସକ୍ରିୟ ଅଛି । ଜୈଶ ଆତଙ୍କୀ ସଂଗଠନ ଭାରତରେ ଅନେକ ଭୟାନକ ବିସ୍ଫୋରଣରେ ସଂପୃକ୍ତ ରହିଛି । ଭାରତ ସଂସଦ ଉପରେ ଆକ୍ରମଣ, ୨୬/୧୧ ମୁମ୍ବାଇ ବିସ୍ଫୋରଣ, ପଠାନକୋଟ୍ ଏୟାରବେସ୍‌ରେ ଆକ୍ରମଣ ଏବଂ ପୁଲଓ୍ବାମା ବିସ୍ଫୋରଣରେ ସାମିଲ ଥିଲା ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ।  

ଉମର ଶେଖ୍

୨୦୦୨ ମସିହାରେ ଉମର ଶେଖ ସାମ୍ବାଦିକ ଡାନିଏଲ ପର୍ଲଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ଏହି ମାମଲାରେ ତାକୁ ଏବଂ ତାର ସାଥୀଙ୍କୁ ଫାଶିଦଣ୍ଡରେ ଦଣ୍ଡିତ କରାଯାଇଥିଲା କିନ୍ତୁ ପରେ ସିନ୍ଧ୍ ହାଇକୋର୍ଟ ସେମାନଙ୍କୁ ନିର୍ଦୋଷରେ ଖଲାସ କରିଥିଲେ । ଡାନିଏଲ ପର୍ଲଙ୍କ ପରିବାର ପକ୍ଷରୁ ସୁପ୍ରିକୋର୍ଟରେ ଅପିଲ କରାଯିବା ପରେ ଏହି ମାମଲାର ଶୁଣାଣି ଜାରି ରହିଛି ।

ଅହମ୍ମଦ ଜରଗର

ଭାରତରୁ ଖସିଯିବା ପରେ ମୁସ୍ତାକ ଅହମ୍ମଦ ଜରଗର କାଶ୍ମୀରରେ ଅନେକ ଗ୍ରେନେଡ୍ ଆକ୍ରମଣରେ ସଂପୃକ୍ତ ଥିଲା । ଗତ ବର୍ଷ ଫେବୃୟାରୀରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣରେ ତାର ହାତ ଥିଲା । ଅହମ୍ମଦ ଜରଗର ବିରୁଦ୍ଧରେ ପ୍ରାୟ ଡଜନେରୁ ଉର୍ଦ୍ଧ୍ବ ହତ୍ୟା ମାମଲା ରହିଛି ।

ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IC-814 କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଆସିଥିଲା । ବିମାନଟି ସନ୍ଧ୍ୟା ୫.୩୦ରେ ଭାରତୀୟ ସୀମାରେ ପ୍ରବେଶ କରିବା ମାତ୍ରେ ବନ୍ଧୁକଧାରୀ ଆତଙ୍କବାଦୀମାନେ ବିମାନକୁ ଅପହରଣ କରି ନେଇଥିଲେ ଏବଂ ସେମାନେ ବିମାନକୁ କାନ୍ଦାର ଦେଇ ଅମୃତସର, ଲାହୋର, ଦୁବାଇ ଏବଂ ପରେ ଆଫଗାନିସ୍ତାନର ନେଇଥିଲେ ।

ବିମାନଟି କାନ୍ଦାର ଅଭିମୁଖେ ଯିବା ପୂର୍ବରୁ ସଂଯୁକ୍ତ ଆରବ ଏମିରେଟ୍ସ, ଦୁବାଇରେ ଅବତରଣ କରିବା ସମୟରେ ଦୁବାଇରେ ୧୭୬ ଯାତ୍ରୀଙ୍କ ମଧ୍ୟରୁ ୨୭ ଜଣଙ୍କୁ ଛାଡିଥିଲେ । ବିମାନକୁ ଅପହରଣ କରିଥିବା ଆତଙ୍କବାଦୀମାନେ ଭୟ ସୃଷ୍ଟି କରିବା ପାଇଁ ଜଣେ ଯାତ୍ରୀ ରୁପନ୍ କାଟୟାଲଙ୍କୁ ହତ୍ୟା କରିଥିଲେ । ୨୫ ବର୍ଷୀୟ ରୂପନ କାଟୟାଲ ନିକଟରେ ବିବାହ କରିଥିଲେ ଏବଂ ତାଙ୍କ ପତ୍ନୀଙ୍କ ସହ ହନିମୁନ୍‌ରେ ଯାଇଥିଲେ ।

ଅପହରଣକାରୀମାନେ ପ୍ରଥମେ ଭାରତୀୟ ଜେଲରେ ରହୁଥିବା ୩୫ ଜଣ ଆତଙ୍କବାଦୀଙ୍କୁ ମୁକ୍ତ କରିବା ଏବଂ ଭାରତ ସରକାରଙ୍କଠାରୁ ୨ ଶହ ମିଲିୟନ ଆମେରିକୀୟ ଡଲାର ଦାବି କରିଥିଲେ। ଅନେକ ଦିନର ଆଲୋଚନା ପରେ ଡିସେମ୍ବର ୩୧ ରେ ଅପହରଣକାରୀମାନେ ତିନି ଜଣ କଏଦୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ । ଭାରତ ସରକାର ଏବଂ ଅପହରଣକାରୀଙ୍କ ମଧ୍ୟରେ ଚୁକ୍ତିନାମା ପରେ ଦକ୍ଷିଣ ଆଫଗାନିସ୍ତାନର କାନ୍ଦାହାର ବିମାନବନ୍ଦରରେ ଅପହରଣ ହୋଇଥିବା ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯାଇଥିଲା ।

ତତ୍କାଳୀନ ଅଟଳ ବିହାରୀ ବାଜପେୟୀ ସରକାରରେ ବୈଦେଶିକ ମନ୍ତ୍ରୀ ଥିବା ଯଶୱନ୍ତ ସିଂ ନିଜେ ତିନି ଆତଙ୍କବାଦୀଙ୍କୁ କାନ୍ଦାରକୁ ନେଇଥିଲେ । ସରକାର ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚୁକ୍ତି ହେବା ପରେ ଆଫଗାନିସ୍ତାନର ତାଲିବାନ ସରକାର ସେମାନଙ୍କୁ ୧୦ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନ ଛାଡିବାକୁ ଏକ ଅଲ୍ଟିମେଟମ୍ ଦେଇଥିଲେ । ସର୍ତ୍ତଗୁଡିକ ରାଜି ହେବା ପରେ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ସହିତ ବିମାନରୁ ଓହ୍ଲାଇ ଗାଡିରେ ବସିଥିଲେ ଏବଂ ଆତଙ୍କବାଦୀମାନେ ଯାତ୍ରୀଙ୍କୁ ମୁକ୍ତ କରିଥିଲେ ।

   Related Posts