Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ: କିଏ ପୁଅକୁ ହରାଇ କାନ୍ଦୁଛି ତ କିଏ ଭାଇକୁ ହରାଇ କାନ୍ଦୁଛି…

25/02/2020 at 7:13 PM

ଯାଜପୁର୨୫/୨: ଏକା ସାଙ୍ଗରେ ଗାଁ ମଶାଣିରେ ଜଳିଛି ତିନି ଯୁବକଙ୍କ ମୃତଦେହ । ଯାଜପୁର ଜିଲ୍ଲା ଯମଧର ପଞ୍ଚାୟତ ଅନ୍ତର୍ଗତ ରେକେଇ ବଜାର ଗାଁର ଏହି ତିନି ଜଣ ଦାଦନ ଖଟିବାକୁ ଯାଇ ଅହମ୍ମଦାବାଦରେ ଏକ କମ୍ପାନୀରେ କାମ କରୁଥିବା ବେଳେ ନିଆଁ ଲାଗି ମୃତ ବରଣ କରିଥିଲେ । ମୃତ ଦେହ ଗାଁକୁ ଫେରିବା ପରେ ଏକା ସାଙ୍ଗରେ ତିନି ଜଣଙ୍କ ଶବ ଦାହ କରାଯାଇଛି ।

କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । କିଏ ନିଜ ପୁଅକୁ ହରାଇ କାନ୍ଦୁଛି ତ କିଏ କାନ୍ଦୁଛି  ତାର ଭାଇକୁ ହରାଇ । କିଏ ସ୍ୱାମୀକୁ ହରାଇ କାନ୍ଦୁଛିତ ତ କିଏ ପୁଣି  ହରାଇଛି ତାର ବାଲ୍ୟ  ବନ୍ଧକୁ । ଆଉ ବାପାକୁ ହରାଇ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛନ୍ତି କୁନି କୁନି ପିଲାମାନେ । ଏଭଳି ହୃଦୟ ବିଦରକ ଦୃଶ୍ୟ ଦେଖିବାକୁ ମିଳିଛି ଯମଧର ପଂଚାୟତର ରେକେଇ ବଜାର ଗାଁ ଦାଣ୍ଡ ରେ । ଦାଦନ ଖଟିବାକୁ ଯାଇଥିବା ତିନି ଯୁବକଙ୍କୁ ହରାଇ ସାରା ଗାଁ ଆଜି କାନ୍ଦୁଛି ।

ରେକେଇ ବଜାର ଗାଁର ଦୟାନିଧି ଖୁଣ୍ଟିଆ , କାମେଶ ସିଂ ଓ ଚିନ୍ମୟୀ ଖୁଣ୍ଟିଆ ଦାଦନ ଖଟିବାକୁ ଅହମ୍ମଦାବାଦକୁ ଯାଇଥିଲେ । ଆଶା ଥିଲା  ସେଠି କମ୍ପାନୀରେ କାମ କରି ନିଜ ପରିବାରକୁ ଖୁସିରେ ରଖିବେ । କିନ୍ତୁ ସବୁକିଛି ଓଲଟ ପାଲଟ ହୋଇଗଲା । ଦଇଵ ସାଜିଲା ଦାଉ । ସେମାନେ କାମ କରୁଥିବା ଲୋଟସ କମ୍ପାନୀ ରେ ଲାଗିଲା ନିଆଁ । ଆଉ ସବୁ ଆଶା ଜଳିଗଲା ସେହି ନିଆଁ ରେ ।

ହଜାର ହଜାର ଶୋକାକୁଳ ଗ୍ରାମବାସୀଙ୍କ ଭିଡ଼ ରେ ତିନି ମୃତ ଶରୀର ଗାଁ ପରିକ୍ରମା କରିବା ପରେ ଗାଁ ମଶାଣିରେ ଶବ ସତ୍କାର କରାଯାଇଛି । ରେଡ଼କ୍ରସ ପାଣ୍ଠିରୁ ପ୍ରତ୍ୟକ ମୃତକଙ୍କ  ପରିବାରକୁ ୧୦୦୦୦ ଟଙ୍କା ପ୍ରଦାନ କରିବା ସହ ପରିବାର ବର୍ଗଙ୍କୁ ଆଗକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାର ପ୍ରତିଶୃତି ଦେଇଛନ୍ତି ପ୍ରଶାସନ ।

   Related Posts