ବିଧାନସଭା ସ୍ବାଧିକାର କମିଟିରୁ କନକଙ୍କ ଇସ୍ତଫା

Published By : Prameya-News7 Bureau | January 30, 2019 IST

ଭୁବନେଶ୍ବର ୩୦|୧: ବିଧାନସଭା ସ୍ବାଧିକାର କମିଟିରୁ ବିଧାନସଭାରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଆଜି ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ର ସେ ବିଧାନସଭାର ବାଚସ୍ପତିଙ୍କ ନିକଟକୁ ପଠାଇଦେଇଛନ୍ତି । ରାଜ୍ୟର ଏକ ବୈଦୁତିକ ଗଣମାଧ୍ୟମର ପ୍ରମୋଟରଙ୍କ ବିରୋଧରେ ବିଧାନସଭାରେ ଆଗତ ସ୍ବାଧିକାର ଭଙ୍ଗ ପ୍ରସ୍ତାବକୁ ନେଇ ସ୍ବାଧିକାର କମିଟି ଗଠିତ ହୋଇଥିଲା । ଏହି କମିଟିରେ କନକ ବର୍ଦ୍ଧନ ସିଂଦେଓ ରହିଥିଲେ ।

କଂଗ୍ରେସ ଦଳର ମୁଖ୍ୟ ସଚେତକ ଆଗତ କରିଥିବା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଧାରରେ ଗଠିତ କମିଟିରୁ କନକ ବର୍ଦ୍ଧନଙ୍କ ଇସ୍ତଫା ପଛରେ ରହିଥିବା କାରଣ ସଂପର୍କରେ ସେ ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ, କୌଣସି ଗଣମାଧ୍ୟମର ମୁଖିଆଙ୍କୁ ସ୍ବାଧିକାର କମିଟି ସମନ କରିବାର ପରମ୍ପରା ନାହିଁ । ଅତି ବେଶୀରେ ଜଣେ ରିପୋର୍ଟର ବା ଏଡିଟରଙ୍କୁ ସମନ କରାଯାଇପାରିବ । ତେବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇଁ ଏହି ଗଣମାଧ୍ୟମର ମୁଖିଆଙ୍କୁ ସମନ କରାଯିବା ପ୍ରତିବାଦରେ ସେ କମିଟିରୁ ଇସ୍ତଫା ଦେଇଛନ୍ତି ।  

{"id":79719,"align":"center","width":422,"height":562}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.