କଙ୍ଗାରୁ କୋର୍ଟ, ବେକରେ ଦଉଡି ଓ ନଡିଆ ଧରି ବୁଲିଲେ ସାହିରୁ ସାହି

Published By : Prameya-News7 Bureau | June 16, 2021 IST

ଝାରସୁଗୁଡ଼ା ୧୬।୦୬ :  ପୁଣି କଙ୍ଗାରୁ କୋର୍ଟ । ଆଇନକୁ ହାତକୁ ନେଇ ସାଧାରଣଲୋକ । କଙ୍ଗାରୁ କୋର୍ଟରେ ୪ ଜଣଙ୍କୁ ଦିଆଯାଇଛି ଦଣ୍ଡ। ଝାରସୁଗୁଡ଼ା ଜିଲ୍ଲାରେ ଲଇକେରା ବ୍ଲକ ସାହାସପୁର ଗାଁର ଘଟଣା ।

ଖବର ଅନୁଯାୟୀ,  ୪ ଜଣ ଯୁବକଙ୍କ ବେକରେ ଦଉଡି ପକେଇ ସେମାନଙ୍କ ହାତରେ ଧରାଯାଇଛି ନଡ଼ିଆ। ବେକରେ ଦଉଡି ପକାଇ ଏବଂ ହାତରେ ନଡ଼ିଆ ଧରି ଗାଁରେ ବୁଲିଛନ୍ତି ୪ ଯୁବକ । ଦାଣ୍ଡରେ ବସିଥିବା କଙ୍ଗାରୁ କୋର୍ଟ ସାମ୍ନାରେ ଏମାନେ ଆଣ୍ଠୁମାଡ଼ି ନିଜ ଦୋଷ ସ୍ୱୀକାର କରିବା ପରେ, ଗାଁରେ ସାହି ସାହି ବୁଲିଛନ୍ତି ଏବଂ ନିଜ ଦୋଷ ପାଇଁ କ୍ଷମା ମାଗିଛନ୍ତି । ଏହି ଘଟଣାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ସାହାସପୁର ଗାଁର ବୋଲି ଜଣାପଡିଛି। ସାହାସପୁର ଗାଁରେ ଏହି ୪ ଯୁବକ ବଳଦ ଓ ଗାଈ ଚୋରୁଥିବା ବେଳେ ସେମାନଙ୍କୁ ନେଇ ହତ୍ୟା କରି ଗୋ ମାଂସ ଖାଉଥିବା କୁହାଯାଉଛି । ଏହା ଜଣାପଡିବା ପରେ ଗତ ସୋମବାର ସାହାସପୁର ଗାଁଲୋକେ ୪ ଯୁବକଙ୍କୁ ଥାନାରେ ଜିମା ନଦେଇ ନିଜେ ଦେଇଛନ୍ତି ଏଭଳି ଦଣ୍ଡ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.