Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଭାଇକୁ ହତ୍ୟା କରି କନ୍ନଡ ଅଭିନେତ୍ରୀ ଗିରଫ, ବୟଫ୍ରେଣ୍ଡଙ୍କ ସହ ମିଶି ମାରିଥିଲେ, ମୃତଦେହକୁ ଖଣ୍ଡଖଣ୍ଡ କରି ଜଙ୍ଗଲରେ ଫିଙ୍ଗିଥିଲେ

27/04/2021 at 3:46 PM

ବେଙ୍ଗାଲୁରୁ, ୨୭।୦୪ :   କନ୍ନଡ ଅଭିନେତ୍ରୀ ଶନାୟା କାଟଓ୍ୱେ ନିଜ ଭାଇଙ୍କୁ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ସେ ତାଙ୍କ ଭାଇଙ୍କୁ ପୁରୁଷ ବନ୍ଧୁଙ୍କ ସହାୟତାରେ ଅତି ନିର୍ମମ ଭାବେ ହତ୍ୟା କରି ମୃତଦେହକୁ ଫିଙ୍ଗିଦେଇଥିଲେ ।

ପୋଲିସର ସୂଚନା ଅନୁସାରେ, ଶନାୟା ତାଙ୍କ ଭାଇ ରାକେଶ କାଟଓ୍ୱେଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ । ହତ୍ୟା କରିବାପରେ ମୃତଦେହକୁ ଖଣ୍ଡି ବିଖଣ୍ଡିତ କରି ସେ ଏଣେତେଣେ ଫିଙ୍ଗି ଦେଇଥିଲେ । ଏହି ହତ୍ୟାକାଣ୍ଡରେ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ରାକେଶଙ୍କ କଟାମୁଣ୍ଡ ପ୍ରଥମେ ଦେବରିଗୁଡିହଲ ଜଙ୍ଗଲରୁ ମିଳିଥିଲା । ଶରୀରର ଅନ୍ୟ ଅଂଶ ରାସ୍ତାରେ ପଡିଥିଲା ।

ରିପୋର୍ଟ ଅନୁସାରେ, ପୋଲିସ ୪ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି । ସେମାନେ ହେଲେ ଅହମ୍ମଦ କଟିୟାର, ତୋସିଫ୍ ଚତ୍ରାପୁର, ଅଥଲାଫ୍ ମୁଲ୍ଲ ଓ ଅମନ ଗିରନିଓ୍ୱାଲେ ।

ଫିଲ୍ମ ପ୍ରମୋଶନ ପାଇଁ ଯାଇଥିଲେ ଶନାୟା

ରାକେଶଙ୍କୁ ତାଙ୍କ ନିଜ ଘରେ ଗତ ୯ ତାରିଖରେ ହତ୍ୟା କରାଯାଇଥିଲା । ଶନାୟା ନିଜ ଫିଲ୍ମ ପ୍ରମୋଶନ ପାଇଁ ଯାଇଥିବା ବେଳେ ଅଭିଯୁକ୍ତମାନେ ରାକେଶଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ସେମାନେ ମୃତଦେହକୁ ଖଣ୍ଡବିଖଣ୍ଡିତ କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ । ଶନାୟାଙ୍କୁ ଗୁରୁବାର ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ରିମାଣ୍ଡରେ ପଠାଯାଇଛି ।

   Related Posts