ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଦୀପ ଲଗାଇବେ ଅଭିନେତ୍ରୀ କାମ୍ୟା ପଞ୍ଜାବୀ, ବାବାଙ୍କ ଶୀଘ୍ର ସୁସ୍ଥ ହେବା ନେଇ ବାପ୍ପାଙ୍କ ନିକଟରେ କରୁଛନ୍ତି ପ୍ରାର୍ଥନା

Published By : Prameya-News7 Bureau | August 13, 2020 IST

ମୁମ୍ବାଇ ୧୩/୦୮ : ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଥାର୍ଡ଼ ଷ୍ଟେଜ ଫୁସଫୁସ କ୍ୟାନସରରେ ପୀଡିତ ଅଛନ୍ତି | ୪ ଦିନ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଦିନେ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା | ମଙ୍ଗଳବାର ଦିନ ତାଙ୍କୁ ଫୁସଫୁସ କ୍ୟାନସର ହୋଇଥିବା ନେଇ ସେ ନିଜେ ସୂଚନା ଦେଇଥିଲେ | ସଞ୍ଜୟ ଦତ୍ତଙ୍କ ପରିବାର, ପ୍ରଶଂସକ, ତାଙ୍କ ନିକଟତର ବନ୍ଧୁ ତାଙ୍କର ସୁସ୍ଥ କାମନା କରୁଛନ୍ତି | ଅପରପକ୍ଷରେ ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ କାମ୍ୟା ପଞ୍ଜାବୀ ସଞ୍ଜୟ ଦତ୍ତଙ୍କ ପାଇଁ ଅଖଣ୍ଡ ଦୀପ ଜଳାଇବାକୁ କହିଛନ୍ତି |

କାମ୍ୟା ପଞ୍ଜାବୀ ସଞ୍ଜୟ ଦତ୍ତଙ୍କୁ ନେଇ ୩ଟି ଟ୍ୱିଟ କରିଛନ୍ତି | ପ୍ରଥମ ଟ୍ୱିଟରେ ସେ କହିଛନ୍ତି, 'ମୁଁ ଗଣପତି ବାପ୍ପାଙ୍କୁ ପ୍ରାର୍ଥନା କରିବି | ଏଥର ଗଣେଶ ସ୍ଥାପନ ପ୍ରାର୍ଥନାଭରା ହେବ | ମୁଁ ବାବାଙ୍କ ପାଇଁ ଅଖଣ୍ଡ ଜ୍ୟୋତି ଲଗାଇବି | ପ୍ଲିଜ ଶୀଘ୍ର ଭଲ ହୋଇଯାଅ | ମୋତେ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା ସେବେଠାରୁ ଆପଣ ମୋର ପ୍ରିୟ | ମୁଁ ପ୍ରଥମେ ମେହବୁବ ସ୍ଟୁଡ଼ିଓରେ ଆପଣଙ୍କୁ ଭେଟିଥିଲି | ଆପଣଙ୍କୁ zippo ଗିଫ୍ଟ କରିଥିଲି | ମୁଁ ସେହି କ୍ରେଜି ଗାର୍ଲ |'

wp:core-embed/twitter {"url":"https://twitter.com/iamkamyapunjabi/status/1293241392081203200","type":"rich","providerNameSlug":"twitter","className":""}
https://twitter.com/iamkamyapunjabi/status/1293241392081203200
/wp:core-embed/twitter

ଆଉ ଏକ ଟ୍ୱିଟରେ କାମ୍ୟା କହିଛନ୍ତି, ପ୍ରାର୍ଥନାରେ ବହୁତ ଶକ୍ତି ଥାଏ | ସଞ୍ଜୟ ଦତ୍ତ ଶୀଘ୍ର ଭଲ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରୁଛି |

wp:core-embed/twitter {"url":"https://twitter.com/iamkamyapunjabi/status/1293242364501221376","type":"rich","providerNameSlug":"twitter","className":""}
https://twitter.com/iamkamyapunjabi/status/1293242364501221376
/wp:core-embed/twitter

ଆଉ ଏକ ଟ୍ୱିଟରେ କାମ୍ୟା ସଞ୍ଜୟ ଦତ୍ତଙ୍କ ପରିବାର ସହ ଏକ ପୁରୁଣା ଫଟୋ ସେୟାର କରିଛନ୍ତି | ଫଟୋରେ ସଞ୍ଜୟ ଦତ୍ତ ପିତା ସୁନୀଲ ଦତ୍ତ ଓ ମା' ନର୍ଗିସ ଦତ୍ତଙ୍କ ସହିତ ଅଛନ୍ତି | ଫଟୋ ସେୟାର କରି କାମ୍ୟା ଲେଖିଛନ୍ତି, 'କର ହର ମୈଦାନ ଫତେହ, ଗଣପତି ବାପ୍ପା ଆପଣଙ୍କୁ ଲଢ଼ିବାକୁ ଶକ୍ତି ଦିଅନ୍ତୁ ଓ ଆପଣ ଏହି ଲଢେଇ ଜିତି ଯାଆନ୍ତୁ | ଆପଣ ଖୁବ ସିଂହ ଭଲ ହୋଇଯାଆନ୍ତୁ |'

wp:core-embed/twitter {"url":"https://twitter.com/iamkamyapunjabi/status/1293419388003954689","type":"rich","providerNameSlug":"twitter","className":""}
https://twitter.com/iamkamyapunjabi/status/1293419388003954689
/wp:core-embed/twitter

କାମ୍ୟା ପଞ୍ଜାବୀଙ୍କ ଏହି ପୋଷ୍ଟରେ ଲୋକେ ପ୍ରତିକ୍ରିୟା ଦେଇଛନ୍ତି | ସମସ୍ତେ ସଞ୍ଜୟ ଦତ୍ତଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି | ସଞ୍ଜୟ ଦତ୍ତ ନିଜେ ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ପ୍ରଶଂସକଙ୍କୁ ସପୋର୍ଟ କରିବାକୁ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.