ରାଜନୀତିରେ ପାଦ ରଖିବେ ଟେଲି ଅଭିନେତ୍ରୀ କାମ୍ୟା ପଞ୍ଜାବୀ,ଏହି ପାର୍ଟିରେ ଯୋଗ ଦେବେ...

Published By : Prameya-News7 Bureau | October 27, 2021 IST

ନୂଆଦିଲ୍ଲୀ ୨୭।୧୦ : ଟେଲି ଧାରାବାହିକର ଜଣାଶୁଣା ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଶୀଘ୍ର ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି। ସମ୍ପ୍ରତି ଖବର ଅନୁଯାୟୀ ସେ ବର୍ତ୍ତମାନ ରାଜନୀତିକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ରାଜନୀତିରେ ପାଦ ରଖିବାକୁ ଯାଉଛନ୍ତି ଟେଲି ପରଦାର ଚର୍ଚ୍ଚିତ ଅଭିନେତ୍ରୀ କାମ୍ୟା ପଞ୍ଜାବୀ। ସେ କଂଗ୍ରେସରେ ଯୋଗ ଦେବେ। ଏନେଇ ସେ ପ୍ରଶଂସକଙ୍କୁ ଖୁବ୍‌ଶୀଘ୍ର ଜଣାଇବେ ବୋଲି କୁହାଯାଉଛି।

ଖବର ଅନୁଯାୟୀ କାମ୍ୟା ପଞ୍ଜାବୀ ସବୁବେଳେ ରାଜନୀତିର ଏକ ଅଂଶ ହେବାକୁ ଚାହୁଁଥିବା ନେଇ ଏକ ସୂତ୍ରରୁ ପ୍ରକାଶ ପାଇଛି। ଟେଲି ଧାରାବାହିକ ‘ଶକ୍ତି-ଅସ୍ତିତ୍ୱ ଏକ ଏହସାସ କି’ ଅଫଏୟାର ହୋଇଛି। ଏଣୁ କାମ୍ୟା ରାଜନୀତିରେ ମନୋନିବେଶ କରିବାକୁ ସ୍ଥିର କରିଛନ୍ତି। ପୂର୍ବରୁ ଇଚ୍ଛା ଥିଲେ ହେଁ ବ୍ୟସ୍ତ ବହୂଳ ଜୀବନ ଯୋଗୁ ତାହା କରିପାରୁ ନ ଥିଲେ। ହେଲେ ଏବେ ସେ ରାଜନୀତି ପାଇଁ ସମୟ ବାହାର କରି ଲୋକଙ୍କ ସେବା କରିବେ ବୋଲି ଜଣାପଡ଼ିଛି । ବର୍ତ୍ତମାନ ରାଜନୀତିରେ ପାଦ ଦେବାର ସୁଯୋଗ ପାଇଛନ୍ତି। ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କ ନିଷ୍ପତ୍ତି ଘୋଷଣା କରିବାକୁ ଯାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.