୪୦ ବର୍ଷ ବୟସରେ ଦ୍ବିତୀୟ ଥର ବିବାହ କରିବେ ଏହି ଅଭିନେତ୍ରୀ…

Published By : Prameya-News7 Bureau | September 13, 2019 IST

ମୁମ୍ବାଇ୧୩|୯: ଫେମସ ଟିଭି ଅଭିନେତ୍ରୀ କାମ୍ୟା ପଂଜାବୀ ଏବେ ଆଉ ଥରେ ବିବାହ କରିବେ। କଲର୍ସ ଚ୍ୟାନାଲରେ ପ୍ରସାରିତ ହେଉଥିବା ଶକ୍ତି ସିରିଏଲରେ ପ୍ରିତୋ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କାମ୍ୟା ୨୦୦୩ ମସିହାରେ ପ୍ରଥମ ବିବାହ କରିଥିଲେ।

{"id":157045}

ପ୍ରଥମେ କାମ୍ୟା ବଣ୍ଟି ନେଗୀ ନାମକ ଜଣେ ବ୍ୟବସାୟୀ ଙ୍କୁ ବିବାହ କରିଥିଲେ। ହେଲେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ୨୦୧୩ ମସିହାରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏବେ କାମ୍ୟା ପୁଣି ନିଜର ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି। ଦିଲ୍ଲୀରେ ରହୁଥିବା ଶଲଭ ଡାଙ୍ଗଙ୍କୁ ବିବାହ କରିବେ କାମ୍ୟା।

{"id":157046}

ସୂଚନାଯୋଗ୍ୟ ଯେ, ୨୦୨୦ ମସିହାରେ ସେ ବିବାହ କରିବେ। ଆସନ୍ତା ବର୍ଷ ସେ ନିଜ ଜୀବନରେ ପୁଣି ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ଜଣେ ବନ୍ଧୁ ଦ୍ବାରା ସେ ଶଲଭଙ୍କ ସହ ଯୋଗଯାଗ କରିଥିଲେ।

{"id":157047,"width":573,"height":381}

ପାଖାପାଖି ଦେଢ ମାସ କଥା ବାର୍ତ୍ତା କରିବା ପରେ ଶଲଭ କାମ୍ୟାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ।ହେଲେ ପୁଣିଥରେ ବିବାହ କରିବା କାମ୍ୟାଙ୍କ ପାଇଁ କୌଣସି ଛୋଟ କଥା ନଥିଲା। ସେ କହିଛନ୍ତି ଯେ, ଗୋଟେ ଅସଫଳ ବିବାହ ଓ ଅନେକ ଥର ଧୋକା ଖାଇବା ପରେ ତାଙ୍କର ପ୍ରେମ ଉପରୁ ବିଶ୍ବାସ ତୁଟି ଯାଇଥିଲା।

{"id":157048}

ଏସେଥିପାଇଁ ଏଥର ସେ ଅଧିକ ସମୟ ଭାବିବା ପାଇଁ ନେଇଥିଲେ। ବିବାହ ବିରୋଧରେ ଥିବା କାମ୍ୟାଙ୍କର ବିବାହ ଉପରୋ ବିଶ୍ବାସ ବଢାଇଛନ୍ତି ଶଲଭ।  ଏବେ କାମ୍ୟା ଜମେ ୧୬ ବର୍ଷ ଝିଅ ଭଳି ଶଲଭଙ୍କ ପ୍ରେମରେ ପାଗଳ ବୋଲି ସେ କହିଛନ୍ତି।

{"id":157049,"width":586,"height":378}

ନିକଟରେ କାମ୍ୟା ଶଲଭଙ୍କ ସହ ତାଙ୍କର ଫଟୋ ସେୟାର କରିଛନ୍ତି।  ଫଟୋରେ ଉଭୟ ଗଣେଷ ଭଗବାନଙ୍କର ଆଶ୍ରିବାଦ ନେବାର ଦେଖାଯାଇଛନ୍ତି। ତେବେ ଶଲଭ ମଧ୍ୟ ତାଙ୍କ ପ୍ରଥମ ବିବାହରେ ଅସଫଳ ହୋଇ ଛାଡପତ୍ର ଦେଇଥିଲେ। ତାଙ୍କର ୧୦ ବର୍ଷର ପୁଅ ଅଛି। ଅପରପକ୍ଷରେ କାମ୍ୟାଙ୍କର ୯ ବର୍ଷର ଝିଅ ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.