ରାଜନୀତିରେ ସାଥୀ ହେବେ କମଲା ହାସନ ଓ ରଜନୀକାନ୍ତ, ଏବେ ଠାରୁ ମିଳାଲାଣି ସଙ୍କେତ

Published By : Prameya-News7 Bureau | November 20, 2019 IST

ଚେନ୍ନାଇ : ଚଳଚିତ୍ରରେ ଅଭିନୟରୁ ରାଜନୀତିରେ ପାଦ ଦେଇଥିବା ରଜନୀ କାନ୍ତ ଓ କମଲା ହାସନ ଏବ ରାଜନୀତି ମୈଦାନରେ ଏକ ହେବେ। ତାମିଲନାଡୁ ବିଧାନସଭା ନିର୍ବାଚନ ହୁଏତ ଉଭୟ ନେତା ଏକତ୍ର ଲଢିବେ ବୋଲି ଅନୁମାନ କରାଯାଉଛି। ତେବେ ଆବଶ୍ୟକ ପଡିଲେ ରଜନୀଙ୍କ ସହ ହାତ ମିଳାଇବେ ବୋଲି କମଲା ହାସନ ଗୋଷଣା କରିବା ରାଜ୍ୟ ରାଜନୀତିକୁ ଏବେ ଉଷ୍ମ କରିଛି। 

{"id":187244,"sizeSlug":"large"}

ଜୟଲଳିତାଙ୍କ ବିୟୋଗ ପରେ ତାମିଲନାଡୁ ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଯାହା ଏବେ ରାଜନୈତିକ ଦଳଙ୍କ ଲାଗି ପ୍ରତିଯୋଗିତାର କାରଣ ପାଲଟିଛି। ଏଥିଲାଗି କମଲା ହାସନ ତାଙ୍କର ଦଳ ଗଢିସାରିଥିବା ବେଳେ ଏବେ ରଜନୀକାନ୍ତ ମଧ୍ୟ ନିଜର ଦଳ ଗଢିବାକୁ ଘୋଷଣା କରିଛନ୍ତି। ରଜନୀଙ୍କ ଘୋଷଣା ପରେ କମଲା ହାସନ ନିଜର ପ୍ରତିକ୍ରିୟା ରଖିଥିବା ବେଳେ ରାଜନୀତି ନୁହେଁ ଏକ ବିକଶିତ ତାମିଲନାଡୁ ଲାଗି ଆମେ ଆବଶ୍ୟକ ପଡିଲେ ଏକ ହେବୁ ବୋଲି କହିଛନ୍ତି।  

{"id":187246,"width":576,"height":389,"sizeSlug":"large"}

ସିନେମାରେ କମଲା ହାସନଙ୍କ ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରଜନୀକାନ୍ତ ମଧ୍ୟ ଯୋଗଦେଇଥିଲେ। ଏହି ଅବସରରେ ରଜନୀକାନ୍ତ ପିଲାନୀ ସ୍ୱାମୀଙ୍କୁ ନେଇ ଟିପ୍ପଣୀ କରିଥିଲେ। ଏଥିରେ ପିଲାନୀସ୍ୱାମୀ ମୁଖ୍ୟମନ୍ତ୍ରୀ ହେବେ କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ବୋଲି ରଜନୀକାନ୍ତ କହିଥିଲେ। ଯାହାକୁ ନେଇ ଶାସକ ଏଆଇଡିଏମକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଏମିତିରେ ପିଲାନୀସ୍ୱାମୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି ବୋଲି କହିଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.