Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଫୋନ୍‌ରେ କଥା ହେଲେ ଆମେରିକା ଉପରାଷ୍ଟ୍ରପତି, କରୋନା ଭ୍ୟାକସିନ୍‌କୁ ନେଇ ହେଲା ଆଲୋଚନା

3/06/2021 at 10:16 PM

ନୂଆଦିଲ୍ଲୀ ୩/୬: ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ୍‌ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଭ୍ୟାକସିନକୁ ନେଇ ଆଲୋଚନା ହୋଇଛି। ଏହା ବ୍ୟତୀତ ଆଲୋଚନା ବେଳେ କମଳା ହ୍ୟାରିସ୍‌ ଦୁଇ ଦେଶ ମଧ୍ୟରେ ମଜଭୁତ ସମ୍ପର୍କକୁ ନେଇ ଚର୍ଚ୍ଚା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ ଏହି ଆଲୋଚନା କମଳା ହ୍ୟାରିସ୍‌ଙ୍କ ଅନୁରୋଧ ପରେ ହୋଇଛି।

ଭାରତୀୟ ବଂଶୋଦ୍ଭବ ହ୍ୟାରିସ୍‌ ଆମେରିକା ଇତିହାସରେ ପ୍ରଥମ ମହିଳା ଉପରାଷ୍ଟ୍ରପତି। ଆଲୋଚନା ସମୟ​‌ରେ ଭ୍ୟାକସିନକୁ ନେଇ ବାଇଡେନ୍‌ଙ୍କ ପ୍ରଶାସନ ନେଉଥିବା ପଦକ୍ଷେ ଉପରେ ଆଲୋକପାତ ହୋଇଛି। ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭ୍ୟାକସିନ୍‌ ରପ୍ତାନୀକୁ ନେଇ ବିବରଣୀ ଜାରି କରିଛନ୍ତି। ବିବରଣୀ ଅନୁସାରେ ଭ୍ୟାକସିନ୍‌ର ୬୦ ଲକ୍ଷରୁ ଅଧିକ ଡୋଜ୍‌ କରୋନା ମହାମାରୀ ସହ ସାମ୍ନା କରୁଥିବା ଦେଶଗୁଡ଼ିକୁ ଦିଆଯିବ। ଏହା ଦ୍ବାରା ଭାରତ, କନାଡା, ମେକ୍ସିକୋ, କୋରିଆ ଭଳି ଦେଶ ଲାଭ ପାଇପାରିବେ।

ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟ୍ବିଟ୍‌ କରି କମଳା ହ୍ୟାରିସଙ୍କ ସହ ଫୋନ୍‌ରେ ଆଲୋଚନା କରିଥିବା ଜଣାଇଛନ୍ତି। ଗ୍ଲୋବାଲ ଭ୍ୟାକସିନ୍‌ ସେୟାରିଂ ମାଧ୍ୟମରେ ଭାରତକୁ ଟିକା ଦେବାକୁ ଆମେରିକା କରିଥିବା ଯୋଜନାକୁ ମୋଦୀ ସ୍ବାଗତ କରିଛନ୍ତି। କମଳା ହ୍ୟାରିସ୍‌ଙ୍କ ସହ ଟିକାକୁ ନେଇ ଆଲୋଚନା ହେବା ସହ କରୋନା ପରବର୍ତ୍ତୀ ସମୟରେ ଗ୍ଲୋବଲ୍‌ ହେଲ୍ଥ ଏବଂ ଆର୍ଥିକ ସୁଧାର ଭଳି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିବା ନେଇ ମୋଦୀ ସୂଚନା ଦେଇଛନ୍ତି।

   Related Posts