କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Published By : Prameya-News7 Bureau | October 16, 2021 IST

କାମାକ୍ଷାନଗର, ୧୬|୧୦ :  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ଥିବା କାମେଶ୍ବର ଶିବ ମନ୍ଦିରରୁ ଚୋରି । ମନ୍ଦିରର ଦାନ ବାକ୍ସ କେହି ଚୋରି କରିନେଇଥିବା ଅଭିଯୋଗ ହୋଇଛି ।

ସୂଚନାନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଦାନ ବାକ୍ସ ଚୋରି କରିନେଇଛନ୍ତି । ମନ୍ଦିରର ମୁଖ୍ୟଦ୍ବାରର ତାଲାଭାଙ୍ଗି ସେମାନେ ମନ୍ଦିର ବେଢାରେ ଥିବା ଦାନବାକ୍ସଟିକୁ  ଉଠାଇ ନେଇଯାଇଥିଲେ । ପରେ ସେମାନେ ଦାନବାକ୍ସ ଭାଙ୍ଗି ସବୁ ଟଙ୍କା ନେବା ସହ ବାକ୍ସକୁ ମନ୍ଦିର ନିକଟରେ ଛାଡି ଚାଲିଯାଇଥିଲେ ।  ଶନିବାର ସକାଳେ ପୂଜକ ଏହା ଦେଖି ପୋଲିସକୁ ଖବର ଦେଇଥିଲେ।

{"id":527872,"sizeSlug":"full","linkDestination":"none"}

ମନ୍ଦିର ଅନ୍ୟ ସମସ୍ତ ଜିନିଷ ସୁରକ୍ଷିତ ଥିବାବେଳେ ଲୁଟ୍ ହୋଇଥିବା ଦାନ ବାକ୍ସଟି ପ୍ରାୟ ୧ ବର୍ଷ ହେବ ଖୋଲା ଯାଇନଥିଲା । ଏନେଇ ମନ୍ଦିର କମିଟି ସୂଚନା ଦେଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.